ETV Bharat / bharat

ଜେପିଏମ ଦଖଲରେ ମିଜୋରାମ, ସରକାର ଗଢିବ ଦଳ

author img

By ETV Bharat Odisha Team

Published : Dec 4, 2023, 1:58 PM IST

Mizoram Assembly Election Results 2023: ମିଜୋରାମରେ 40 ଆସନରେ ହୋଇଥିବା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ଆସନରେ ଆଗରେ ଚାଲିଥିବା ଜେପିଏମ ମ୍ୟାଜିକ ନମ୍ବର ଛୁଇଁ ସାରିଛି । ଅଧିକ ପଢନ୍ତୁ

Mizoram Election Results 2023
Mizoram Assembly Election Results 2023

ଆଇଜେଲ: ଜେପିଏମର ହେବାକୁ ଯାଉଛି ମିଜୋରାମ । ମ୍ୟାଜିକ ନମ୍ବର ଛୁଇଁଛି ଜେପିଏମ । ଜେପିଏମକୁ ପ୍ରଚଣ୍ଡ ବହୁମତ ମିଳିଛି । ରାଜ୍ୟର ଆଞ୍ଚଳିକ ଦଳ ଜୋରାମ ପିପୁଲ୍ସ ମୁଭମେଣ୍ଟ ସମସ୍ତ ପଛରେ ପକାଇ ଆଗେଇ ଚାଲିଛି । ରାଜ୍ୟରେ ସରକାର ଗଠନ କରିବାକୁ 21 ଆସନରେ ଜିତିବା ଆବଶ୍ୟକ ଥିଲା । ଏହି ମ୍ୟାଜିକ ନମ୍ବର ଛୁଇଁଛି ଜେପିଏମ । ମିଜୋରାମରେ 40 ଆସନରେ ହୋଇଥିବା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ରିପୋର୍ଟ ଲେଖା ଯିବା ସୁଦ୍ଧା ଜେପିଏମ 25ଟି ଆନରେ ବିଜୟ ହାସଲ କରିଛି । ଏହା ସହିତ 2ଟି ଆସନରେ ଆଗୁଆ ରହିଛି । ରାଜ୍ୟର ଜେପିଏମ ସରକାର ଗଠନ କରିବାକୁ ଯାଉଛି । ଏହା ସହିତ ଆଇପିଏସ ଅଧିକାରୀରୁ ରାଜନେତା ପାଲଟିଥିବା ଜେପିଏମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଦୁହୋମାଙ୍କୁ ନେଇ ସବୁଠୁ ଚର୍ଚ୍ଚା ଆରମ୍ଭ ହୋଇଛି ।

ମିଜୋ ନ୍ୟାସନାଲ ଫ୍ରଣ୍ଟ କବଜାରୁ ଖସି ଯାଇଛି ମିଜୋରାମ । ଦଳ ମାତ୍ର 7ଟି ଆସନରେ ଜିତିଥିବା ବେଳେ 3ଟି ଆସନରେ ଆଗୁଆ ରହିଛି । ଏମଏମଏମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜୋରାମଥଙ୍ଗା ପରାସ୍ତ ହୋଇଛନ୍ତି । ବିଜେପି 2ଟି ଆସନରେ ଜିତିଛି । କଂଗ୍ରେସ ଖାତା ଖୋଲି ପାରିନାହିଁ ।

ଆଇପିଏସ ଅଧିକାରୀକୁ ରାଜନେତା: ଜେପିଏମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ 74 ବର୍ଷୀୟ ଲାଲଦୁହୋମା ଜଣେ ପୂର୍ବତନ ଆଇପିଏସ ଅଧିକାରୀ । ଭାରତୀୟ ପୋଲିସ ସେବା ଅଧିକାରୀ ଭାବେ ଗୋଆରେ ନିଯୁକ୍ତ ହୋଇଥିଲେ । ସେଠାରୁ ଦିଲ୍ଲୀରେ ନିୟୋଜିତ ହୋଇଥିଲେ । ଏହାପରେ ଲାଲଦୁହୋମା ଜେପିଏମ ପ୍ରତିଷ୍ଠା କରିଥିଲେ । ଯାହା ବର୍ତ୍ତମାନ ମିଜୋରାମ ରାଜନୈତିକ ପାଣିପାର ପରିବର୍ତ୍ତନ କରିଛି । 1984ରେ ସେ ଲୋକସଭାରେ ଏଣ୍ଟ୍ରି କରିଥିଲେ । ରାଜ୍ୟରେ ସେ ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଏହା ବି ପଢନ୍ତୁ...ମିଜୋରାମରେ ମତଗଣନା ଜାରି, 29 ଆସନରେ ଆଗୁଆ ଜେପିଏମ

ଏହା ବି ପଢନ୍ତୁ...ଜେପିଏମକୁ ବହୁମତ ନା ଭରସା ଜିତିବେ ଜୋରାମଥଙ୍ଗା, ମିଜୋରାମରେ ଭୋଟ ଗଣତି ଆରମ୍ଭ

ମିଜୋରାମ ଏନଜିଓ କୋର୍ଡିନେସନ କମିଟି ପକ୍ଷରୁ ଧାରଣା ପରେ ମିଜୋରାମରେ ରେଜଲ୍ଟ ତାରିଖକୁ ଡିସେମ୍ବର 4 ଅର୍ଥାତ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା । ଆଜି ମିଜୋରାମରେ 40 ଆସନରେ ହୋଇଥିବା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ନଭେମ୍ବର 7 ତାରିଖରେ ଭୋଟ ଗ୍ରହଣ ହୋଇଥିଲା । 8.52 ଲକ୍ଷ ମତଦାତା ମଧ୍ୟରୁ 80.66% ଭୋଟ ଦେଇଥିଲେ । 78 ପ୍ରତିଶତ ମତଦାନ ହୋଇଥିଲା । ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ରହିଛି । ଜୋରାମଥଙ୍ଗାଙ୍କ ହାତରେ କମାଣ ରହିଛି । 2018ରେ 40 ଆସନରୁ ଏମଏନଏଫ 26 ଆସନରେ ଜିତିଥିଲା । କଂଗ୍ରେସ 5ଟି ଆସନ ଜିତିଥିବାବେଳେ ବିଜେପି କେବେଳ ଗୋଟିଏ ଆସନ ଜିତିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.