ETV Bharat / bharat

ଜେପିଏମକୁ ବହୁମତ ନା ଭରସା ଜିତିବେ ଜୋରାମଥଙ୍ଗା, ମିଜୋରାମରେ ଭୋଟ ଗଣତି ଆରମ୍ଭ

author img

By ETV Bharat Odisha Team

Published : Dec 4, 2023, 8:02 AM IST

Mizoram Assembly Election Results 2023: ଆଜି ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ପାଇବ । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।

Mizoram Assembly Election Results 2023
ମିଜୋରାମ ନିର୍ବାଚନ ଫଳାଫଳ 2023

ଆଇଜୋଲ: ମିଜୋରାମରେ 40 ବିଧାନସଭା ଆସନ ନେଇ ନଭେମ୍ବର 7 ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଫଳାଫଳ ପ୍ରକାଶ ପାଇବ । ଏନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗୋଟିଏ ପଟେ ଇତିହାସ ଦୋହରାଇବାକୁ ଶାସକ ଏମଏନଏଫ ପ୍ରସ୍ତୁତ ଥିବାବେଳେ 5 ବର୍ଷ ପରେ କ୍ଷମତାକୁ ଫେରିବାକୁ କଂଗ୍ରେସ ଆଶାବାଦୀ ରହିଛି । ମିଜୋରାମରେ 8.52 ଲକ୍ଷ ଭୋଟରଙ୍କ ହାତରେ 174 ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା । ଆଜି ସେମାନଙ୍କ ପରୀକ୍ଷା ଫଳ ବାହାରିବ । ଗଣତି ଆରମ୍ଭ ହୋଇଯାଇଛି । ଅପରାହ୍ନ ସୁଦ୍ଧା କିଏ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ ।

କଣ କହୁଛି ଏକଜିଟ ପୋଲ: ମିଜୋରାମରେ ମୋଟ 40ଟି ଆସନ ରହିଛି । ସରକାର ଗଠନ ଲାଗି 21 ହେଉଛି ମ୍ୟାଜିକ ନମ୍ବର । ହେଲେ ରାଜ୍ୟରେ କୌଣସି ଦଳକୁ ସରକାର ଗଠନ ଲାଗି ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ବୋଲି ଏକଜିଟ ପୋଲ ଆକଳନ କରିଛି । ମିଜୋରାମ ପାଇଁ 2ଟି ସଂସ୍ଥା ସେମାନଙ୍କ ଜନମତ ସର୍ଭେ ରିପୋର୍ଟ ପ୍ରକାଶ କରିଥିଲେ । ସେଥିରେ ଶାସକ ଏମଏମଏଫ ଓ ବିରୋଧୀ ଜେପିଏମ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି ଉଲ୍ଲଲେଖ୍ୟ କରିଥିଲେ । ଏମଏନଏଫକୁ 15ରୁ21, ଜେପିଏମକୁ 12ରୁ18 ଆସନ ମିଳିବ ବୋଲି ବୁଥ ବାହୁଡା ମତରେ ଦର୍ଶାଯାଇଛି । ବିଜେପି ଏଠାରେ ଖାତା ଖୋଲି ନପାରେ ବୋଲି ଆକଳନ କରାଯାଇଥିଲା । ଏହାସହିତ ଏଠାରେ ଝୁଲା ସରକାର ହେଲେ କଂଗ୍ରେସ କିଙ୍ଗ ମେକର ସାଜିପାରେ ବୋଲି ଆକଳନ କରାଯାଇଛି ।

ଏହା ବି ପଢନ୍ତୁ...ନୂଆଦିଲ୍ଲୀରେ ବିଜେପିର ଗ୍ରାଣ୍ଡ ସେଲିବ୍ରେସନ, ଇଶାରାରେ ଇଣ୍ଡିଆ ମେଣ୍ଟକୁ କଟାକ୍ଷ କଲେ ମୋଦି

ଡିସେମ୍ବର 3 ତାରିଖରେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଓ ତେଲେଙ୍ଗାନା ସହିତ ମିଜୋରାମ ଫଳାଫଳ ପ୍ରକାଶ ପାଇବାରେ ଥିଲା । ମାତ୍ର ମିଜୋରାମ ଏନଜିଓ କୋର୍ଡିନେସନ କମିଟି (NGOCC) ପକ୍ଷରୁ ଧାରଣା ପରେ ମିଜୋରାମରେ ରେଜଲ୍ଟ ତାରିଖକୁ ଡିସେମ୍ବର 4 ଅର୍ଥାତ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା । ମିଜୋରାମରେ 40 ଆସନରେ ନଭେମ୍ବର 7 ତାରିଖରେ ଭୋଟ ଗ୍ରହଣ ହୋଇଥିଲା । 8.52 ଲକ୍ଷ ମତଦାତା ମଧ୍ୟରୁ 80.66% ଭୋଟ ଦେଇଥିଲେ । 78 ପ୍ରତିଶତ ମତଦାନ ହୋଇଥିଲା । ଆଜି 174 ପ୍ରାର୍ଥୀଙ୍କ ପରୀକ୍ଷା ଫଳ ବାହାରିବ । ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ରହିଛି । ଜୋରାମଥଙ୍ଗାଙ୍କ ହାତରେ କମାଣ ରହିଛି । 2018ରେ 40 ଆସନରୁ ଏମଏନଏଫ 26 ଆସନରେ ଜିତିଥିଲା । କଂଗ୍ରେସ 5ଟି ଆସନ ଜିତିଥିବାବେଳେ ବିଜେପି କେବେଳ ଗୋଟିଏ ଆସନ ଜିତିଥିଲା ।

ତେବେ ଗତକାଲି (ରବିବାର) ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହିନ୍ଦୀ ହ୍ୟାର୍ଟଲାଣ୍ଡ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପିକୁ ବହୁମତ ମିଳିଥିବାବେଳେ ହାତ ମୁଠାକୁ ଯାଇଛି ତେଲେଙ୍ଗାନା । ମଧ୍ୟପ୍ରଦେଶରେ ବିଜେପି 164 ଆସନରେ ଜିତିଥିବାବେଳେ ରାଜସ୍ଥାନରେ 115 ଆସନ ଓ ଛତିଶଗଡରେ 54 ଆସନରେ ଜିତିଛି । କେସିଆର ଗଡରେ କଂଗ୍ରେସ 64 ଆସନରେ ବିଜୟ ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.