ETV Bharat / bharat

Z+ ସୁରକ୍ଷା ସତ୍ତ୍ବେ ଚୋରି ହୋଇଗଲା ବିଶ୍ବର ସବୁଠୁ ଦାମୀ ଆମ୍ବ - ବିଶ୍ବର ସବୁଠାରୁ ଦାମୀ ଆମ୍ବ ତାଇୟୋ ନୋ ତମାଗୋ

ସାରା ବିଶ୍ବରେ ଭାରତୀୟ ଆମ୍ବର ସୁଆଦ ଶୀର୍ଷରେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି Z ପ୍ଲସ ସିକ୍ୟୁରିଟି ରହିବା ସତ୍ତ୍ବେ ମଧ୍ୟ ମଧ୍ୟପ୍ରଦେଶର ସମ୍ଭ୍ରାନ୍ତ ପରିବାରର କିଛି ମହିଳା ଏହି ଆମ୍ବକୁ ଚୋରି କରିବାରେ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ

Z+ ସୁରକ୍ଷା ସତ୍ତ୍ବେ ବିଶ୍ବର ସବୁଠାରୁ ଦାମୀ ଆମ୍ବକୁ ଚୋରି କରିବାରେ ସଫଳ ହେଲେ ମହିଳା

author img

By

Published : Jul 11, 2022, 1:25 PM IST

ଭୋପାଳ: ସାରା ବିଶ୍ବରେ ଭାରତୀୟ ଆମ୍ବର ସୁଆଦ ଶୀର୍ଷରେ । କୁହାଯାଏ ଫଳରେ ଭିତରେ ଆମ୍ବ ହେଉଛି ରାଜା । ମଧ୍ୟପ୍ରଦେଶର ଏଭଳି ଏକ ତୋଟା ରହିଛି ଯେଉଁଠି ଆମ୍ବଚୋରିକୁ ରୋକିବା ପାଇଁ କୁକୁର ସାଜିଛି ଜଗୁଆଳୀ । Z ପ୍ଲସ ସିକ୍ୟୁରିଟି ମଧ୍ୟରେ ରହିଥିଲା ଆମ୍ବତୋଟା । ଏହି ଆମ୍ବତୋଟାରେ ୧୪ଟି ବିଦେଶୀ କୁକୁର, ୩ଟି ସୁରକ୍ଷାକର୍ମୀ ଏବଂ ସିସିଟିଭି କ୍ୟାମେରା ଲଗାଯାଇଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି Z ପ୍ଲସ ସିକ୍ୟୁରିଟି ରହିବା ସତ୍ତ୍ବେ ମଧ୍ୟ ମଧ୍ୟପ୍ରଦେଶର ସମ୍ଭ୍ରାନ୍ତ ପରିବାରର କିଛି ମହିଳା ଏହି ଆମ୍ବକୁ ଚୋରି କରିବାରେ ସଫଳ ହୋଇଛନ୍ତି ।

ବିଶ୍ବର ସବୁଠାରୁ ମହଙ୍ଗା ଆମ୍ବ ମଧ୍ୟରେ ଜାପାନର ତାଇୟୋ ନୋ ତମାଗୋ ମୂଲ୍ୟ ସବୁଠାରୁ ଅଧିକ ଅଟେ । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ 2 ଲକ୍ଷ 70 ହଜାର ଟଙ୍କା ଅଟେ । ଯାହା ଜାପାନର ମିୟାଜାକି ସହରରେ ମିଳିଥାଏ । ତେବେ ଏହାକୁ ଜଣେ ଚାଷୀ ମଧ୍ୟପ୍ରଦେଶରେ ଚାଷ କରିଥିଲେ । ଏବଂ ଏହାର ସୁରକ୍ଷା ପାଇଁ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରିଥିଲେ ।

ଜଙ୍କଲପୁର ଜିଲ୍ଲା ମୁଖ୍ୟାଳୟଠାରୁ 20 କିଲୋମିଟର ଦୂରରେ ଥିବା ହିନୋଟା ଗାଁର ଶ୍ରୀ ମହାକଲେଶ୍ୱର ହାଇବ୍ରିଡ ଫାର୍ମହାଉସରେ ସଙ୍କଳ୍ପ ସିଂ ପାରିହାର ଏହି ଆମ୍ବ ଚାଷ କରିଛନ୍ତି । ଯେଉଁଥିରେ 3 ହଜାର 600 ଚାରା ରୋପଣ କରାଯାଇଛି । ବିଶେଷ କଥା ହେଉଛି ଏଠାରେ ଭାରତରେ ମିଳୁଥିବା ସମସ୍ତ କିସମର ଆମ୍ବ ବ୍ୟତୀତ ବିଦେଶରେ ମିଳୁଥିବା ପ୍ରାୟ 8 ପ୍ରକାରର ଆମ୍ବ ଗଛ ଲଗାଯାଇଛି। ଯାହାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ଆସନ୍ତି । ତେବେ ସଂକଳ୍ପ ସିଂ କହିଛନ୍ତି ଯେ, ଏବର୍ଷ ଭଲ ଆମ୍ବ ଆସିନଥିଲା । ଗୋଟିଏ ଗଛରେ ମାତ୍ର ୧୫ରୁ ୨୦ ଫଳ ଆସିଥିଲା । ରଙ୍ଗ,ନୀଳ, କଳା ଆମ୍ବକୁ ଦେଖି ଲୋକମାନେ ସେଲଫି ଉଠାଉଥିଲେ । ଦିନେ ଏକ ସମ୍ଭାନ୍ତ ପରିବାରର ଲୋକମାନେ ବଗିଚା ଦେଖିବା ପାଇଁ ଆସିଥିବା ବେଳେ ତାଇୟୋ ନୋ ତମାଗୋ ଆମ୍ବ ଉପରେ ସେମାନଙ୍କ ନଜର ପଡିଥିଲା । ସିକ୍ୟୁରିଟି ବ୍ୟବସ୍ଥା ସତ୍ତ୍ବେ ସେମାନେ ଆମ୍ବକୁ ଚୋରି କରିବାରେ ସଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.