ETV Bharat / bharat

24 ପାଇଁ ପାଗଭିଡା: ମୋଦିଙ୍କୁ ଟକ୍କର ଦେବେ ନୀତିଶ ! ଆରମ୍ଭ କଲେ ନୂଆ ମିଶନ

author img

By

Published : Sep 7, 2022, 6:23 PM IST

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ଆରମ୍ଭ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର (Nitish Kumar on 2024 election mission ) । ମୋଦି ଲହର ରୋକିବା ପାଇଁ ମହାମେଣ୍ଟକୁ ବାସ୍ତାବ ରୂପ ଦେବାକୁ ଚେଷ୍ଟା ଚଳାଇଛନ୍ତି ନୀତିଶ କୁମାର । ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ଅଧିକ ପଢ଼ନ୍ତୁ

Nitish Kumar on 2024 election mission likely to meet CM Naveen Patnaik
24 ପାଇଁ ପାଗଭିଡା: ମୋଦିଙ୍କୁ ଟକ୍କର ଦେବେ ନୀତିଶ ! ଆରମ୍ଭ କଲେ ନୂଆ ମିଶନ

ହାଇଦ୍ରାବାଦ: କଣ 2024ରେ ମିଳିତ ବିରୋଧୀଙ୍କୁ ସାମ୍ନା କରିବେ ମୋଦି ? ବିରୋଧୀ ମେଣ୍ଟ ବାସ୍ତବତା କେତେ ସତ ? 24ରେ କଣ ଦେଖିବାକୁ ମିଳିବ ମୋଦି-ନୀତିଶ ଟକ୍କର ? ଏଭଳି ତମାମ ପ୍ରଶ୍ନ ଦିନକୁ ଦିନ ଉଙ୍କି ମାରିବାରେ ଲାଗିଛି । କାରଣ ବିହାରରେ ମାଷ୍ଟରଷ୍ଟୋକ୍ ଖେଳି ବିଜେପି ହାତ ଛାଡି ନୂଆ ରାସ୍ତାର ପଥିକ ସାଜିଛନ୍ତି ନୀତିଶ କୁମାର (Nitish Kumar on 2024 election mission ) । ବିହାରରେ ବିଜେପିର ମିଶନ ମହାରାଷ୍ଟ୍ର ଫେଲ୍‌ ଏବଂ ଜେଡିୟୁ ନେତା ଆରପି ସିଂହ ‘ଏକନାଥ ସିନ୍ଦେ’ ହୋଇପାରିଲେନି ବୋଲି ସଙ୍ଗୀନ ଅଭିଯୋଗ ଆଣି ବିଜେପିକୁ ବିହାର ସରକାରରୁ ବାହାର ରାସ୍ତା ଦେଖାଇଛନ୍ତି ନୀତିଶ କୁମାର । 2014 ସାଧାରଣ ନିର୍ବାଚନ ପୂର୍ବରୁ ପାଗଭିଡା ସଦୃଶ ବିଜେପିକୁ ଚକମା ଦେଇଛନ୍ତି ‘ପଲଟୁ ଚାଚା’ ନିତୀଶ । ଆଉ ଆରମ୍ଭ କରିଛନ୍ତି ମୋଦି ବିରୋଧୀ ମିଶନ ‘ବିରୋଧୀଯୋଡ’ ।

ବିହାର ରାଜନୀତିରେ ଭୂକମ୍ପ ଆଣିଥିବା ନୀତିଶ ବର୍ତ୍ତମାନ ମୋଦିଙ୍କୁ ଦିଲ୍ଲୀ ଚୌକିରୁ ହଟାଇବାକୁ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି । ଦିଲ୍ଲୀ ଦରବାର କବ୍‌ଜା ପାଇଁ ବିରୋଧୀଙ୍କୁ ଏକାଠି କରୁଛନ୍ତି ନୀତିଶ । ପ୍ରଥମେ ବିହାରରେ ମହାମେଣ୍ଟ କରି ପୁଣି ସରକାର ଆରମ୍ଭ କରିଥିବା ବେଳେ ଦେଶରେ ବିରୋଧୀଯୋଡ଼ ମିଶନ ଆରମ୍ଭ କରିଛନ୍ତି । ବିହାରର 7ଟି ରାଜନୈତିକ ଦଳକୁ ଏକାଠି ଧରି ମିଳିତ ବିରୋଧୀ ମେଳି କରିବାରେ ସକ୍ଷମ ହୋଇଥିବା ନୀତିଶଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । ମୋଦିଙ୍କୁ ଖୁଲମଖୁଲା ଟାର୍ଗେଟ କରୁନଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ତେରଛା ତୀର ମାରିବାରେ ଲାଗିଛନ୍ତି ନୀତିଶ । ବିହାରରେ ଚେକ୍‌ମେଟ୍ ପରେ ଅନେକ ପ୍ରଶ୍ନର ଉତ୍ତର ରଖି ମୋଦିଙ୍କ ବିରୋଧରେ ବର୍ତ୍ତମାନର ସୁବୁଠୁ ବଡ଼ ଚେହେରା ସାଜିଛନ୍ତି ନୀତିଶ । ଯିଏ 2014ରେ ଜିତିଥିଲେ, ସେ କଣ ପୁଣି 24ରେ ବିଜୟୀ ହେବେ ହୋଲି ପ୍ରଶ୍ନ କରି ମାଇଣ୍ଡ ଗେମ୍ ଆରମ୍ଭ କରିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ । ଏହାସହ ଗୋଟିଏ ପରେ ଗୋଟିଏ ବିରୋଧୀ ଦଳର ନେତା ଏବଂ ପୂର୍ବତନ ହେଭିଓ୍ବେଟ୍‌ଙ୍କୁ ଭେଟି ବିଜେପିର ମୁଣ୍ଡବିନ୍ଧା ଆରମ୍ଭ କରିଛନ୍ତି ।

ଏହା ବି ପଢ଼ନ୍ତୁ ଓଡିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ, ନବୀନ ଓ ନୀତିଶ ଭେଟଘାଟ ନେଇ ଚର୍ଚ୍ଚା

ନନ୍‌ଷ୍ଟପ୍ ବୈଠକ ସାଙ୍ଗକୁ ମୋଦି ବିରୋଧୀ ଚେହେରାଙ୍କୁ ଗୋଟିଏ ମଞ୍ଚରେ ଆଣି ତୃତୀୟ ସାମୁଖ୍ୟ ପାଇଁ ସମୀକରଣ ଆରମ୍ଭ କରିଛନ୍ତି ନୀତିଶ । ତେବେ ବର୍ତ୍ତମାନ ସମୟରେ କଂଗ୍ରେସର ଭାରତଯୋଡ଼ ସାଙ୍ଗକୁ ନୀତିଶଙ୍କ ବିରୋଧୀଯୋଡ଼ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଠିଆ କରିଛି ।

କଣ ରହିଛି ନୀତିଶଙ୍କର ବିରୋଧୀଯୋଡ ପ୍ଲାନ୍‌ ?

2019 ନିର୍ବାଚନରେ ମୋଦି ବିରୋଧରେ ମିଳିତ ବିରୋଧୀ ନେତା ଦେବାରେ ବିଫଳ ହୋଇଥିଲେ । ତେବେ 24ରେ ଏହା ଯେପରି ଦୋହରା ନଯିବ, ସେଥିପାଇଁ ନୂଆ ରଣନୀତି ଆପଣାଇଛନ୍ତି ନୀତିଶ । ଗୋଟିଏ ପରେ ଗୋଟିଏ ବିରୋଧୀ ନେତାଙ୍କୁ ଭେଟି ତୃଣମୂଳ ସ୍ତରରେ ମଜଭୁତ ହେବାରେ ଲାଗିଛନ୍ତି ନୀତିଶ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ସିପିଆଇଏମ୍ ନେତା ସିତାରମ ୟେଚୁରୀ, ସିପିଆଇ ନେତା ଡି ରାଜା, ହରିୟାଣାର ନେତା ଓମ୍ ପ୍ରକାଶ ଚୌଟାଲା ଏବଂ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବକୁ ଭେଟିଥିବା ବେଳେ ଆଜି ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କୁ ଭେଟିଛନ୍ତି । ତେବେ ଆଗକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବା ନେଇ ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ବାଜପେୟୀଙ୍କ ସରକାର ଅମଳରେ ନବୀନ ଏବଂ ନୀତିଶ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିଥିଲେ ।

ନୀତିଶଙ୍କ ମିଶନରେ ଏହି ନେତା ସାଜିଛନ୍ତି ସାରଥୀ

ବିରୋଧୀ ମେଣ୍ଟର ପୋଷ୍ଟରବୟ୍ ସାଜି ସର୍ବାଗ୍ରେ ଦୌଡୁଥିବା ନେତା ନୀତିଶଙ୍କୁ ମଧ୍ୟ ମିଳିଯାଇଛନ୍ତି ସାରଥୀ । ମୋଦିଙ୍କ ବିରୋଧରେ ଫ୍ରଣ୍ଟଫୁଟରେ ଖେଳୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବର୍ତ୍ତମାନ ନୀତିଶଙ୍କୁ ବଡଭାଇର ସ୍ଥାନ ଦେଇ ମୋଦି ବିରୋଧରେ ମୈଦାନରେ ଓହ୍ଲାଇବାକୁ କସରତ ଆରମ୍ଭ କରିଛନ୍ତି । ନିକଟରେ ବିହାର ଗସ୍ତ କରି ଗଲଓ୍ବାନରେ ଶହୀଦ ହୋଇଥିବା ଯବାନ ଏବଂ ତେଲେଙ୍ଗାନାରେ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା 12 ଜଣ ଦାଦନ ଶ୍ରମିକଙ୍କ ପରିବାରକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ନୀତିଶଙ୍କ ସହିତ ଗୋଟିଏ ମଞ୍ଚରେ ନଜର ଆସିଥିଲେ । ଏହାସହିତ କେସିଆର ମଧ୍ୟ ନିକଟରେ ଏକ ବଡ ଘୋଷଣା ପୂର୍ବକ କହିଥିଲେ, 2024ରେ କେନ୍ଦ୍ରରେ ଅଣ ବିଜେପି ସରକାର ଆସିଲେ ଦେଶର ସମସ୍ତ ଚାଷୀଙ୍କୁ ମାଗଣାରେ ବିଦ୍ୟୁତ ପ୍ରଦାନ କରାଯିବ । ଏହାସହିତ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ କରି ଦେଶରୁ ବିଜେପି ମୁକ୍ତ ପାଇଁ ନାରା ଦେଉଛନ୍ତି କେସିଆର ।

ନୀତିଶଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବକୁ ନାଁ, ଦଳର ହଁ

ନୀତିଶ କୁମାର ଖୋଲାଖୋଲି ଭାବେ ମୋଦିଙ୍କ ବିରୋଧରେ ଲଢ଼େଇ ପାଇଁ ଆଗକୁ ଆସୁନଥିଲେ ମଧ୍ୟ ଜେଡିୟୁ ଦଳ କିନ୍ତୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ନୀତିଶଙ୍କ ଚେହେରାକୁ ସାମ୍ନାରେ ରଖିଛି । ବିହାରରେ ବିଜେପିକୁ ଚିତପଟାଙ୍ଗ କରିଥିବା ନୀତିଶ ଆଗକୁ ପ୍ରଧାନମନ୍ତ୍ରୀ ରେସ୍‌ରେ ଅଛନ୍ତି ବୋଲି ଦଳ କହିଛି । ତେବେ ନୀତିଶ ବାରମ୍ବାର ଏହାକୁ ଖଣ୍ଡନ କରି, ମୋର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନାହିଁ ବୋଲି କହିଛନ୍ତି ।

ତେବେ 24 ନିର୍ବାଚନକୁ ଆଉ ଗୋଟିଏ ବର୍ଷ ବାକିଥିବା ବେଳେ ନୀତିଶଙ୍କ ଏହି ବିରୋଧୀଯୋଡ ମିଶନ କେତେ ସଫଳ ହେଉଛି ଏବଂ ମୋଦି ବିରୋଧରେ କିଏ ଆଗକୁ ଆସୁଛି ତାକୁ ଅପେକ୍ଷା ରହିଛି । ଏପଟେ ନୀତିଶଙ୍କୁ ମଧ୍ୟ ହାଲୁକାରେ ନେଉନାହିଁ ବିଜେପି । ଦଳ ଉତ୍ତରପୂର୍ବରେ ଗୋଟିଏ ଝଟକାରେ ଜେଡିୟୁ ଗଡ ଧ୍ବଂସ କରିଛି । ମଣିପୁରର 5 ବିଧାୟକଙ୍କୁ ବିଜେପିରେ ସାମିଲ କରି ନୀତିଶଙ୍କୁ ପାଲଟା ଜବାବ ଦେଇଛି । ଏହାସହିତ ନୀତିଶ ଏବଂ ବିରୋଧୀଙ୍କ ମଶନକୁ ଡ୍ରାମା ବୋଲି କହି ବିରୋଧୀଙ୍କୁ ବ୍ୟାକଫୁଟକୁ ଠେଲିଥିବା ବେଳେ ବିଜେପି ହାଇକମାଣ୍ଡ ଓ୍ୱେଟ୍ ଆଣ୍ଡ ଓ୍ୱାଚ୍ ଗେମ୍ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.