ନୂଆଦିଲ୍ଲୀ: ଥରିବ ଶତ୍ରୁ ଛାତି । ପଣ୍ଡ ହେବ ସବୁ ଯୋଜନା । ସମୁଦ୍ର ପଥରେ ଚିତପଟ୍ଟାଙ୍ଗ ହେବ ଶତ୍ରୁ । ନୌସେନାକୁ ମିଳିଲା ବଳ । କାରଣ ଭାରତୀୟ ନୌସେନାରେ ସାମିଲ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ମୋର୍ମୁଗାଓ (INS Mormugao) । ସମୁଦ୍ର ପଥରେ ଶତ୍ରୁକୁ ମାତ୍ ଦେବ ଏହି ପି15ବି ଷ୍ଟିଲଥ ମିଶାଇଲ ବିଧ୍ବଂସକାରୀ ଯୁଦ୍ଧଜାହାଜ । ଭାରତ ମହାସାଗରରେ ଚୀନର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ ଆଇଏନଏସ ମୋର୍ମୁଗାଓ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଡକୟାର୍ଡ ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିଛନ୍ତି ।
-
Mumbai | INS Mormugao, a P15B stealth-guided missile destroyer, commissioned into the Indian Navy in the presence of Defence Minister Rajnath Singh, CDS Gen Anil Chauhan, Navy chief Admiral R Hari Kumar and other dignitaries. pic.twitter.com/JukEG1kdgl
— ANI (@ANI) December 18, 2022 " class="align-text-top noRightClick twitterSection" data="
">Mumbai | INS Mormugao, a P15B stealth-guided missile destroyer, commissioned into the Indian Navy in the presence of Defence Minister Rajnath Singh, CDS Gen Anil Chauhan, Navy chief Admiral R Hari Kumar and other dignitaries. pic.twitter.com/JukEG1kdgl
— ANI (@ANI) December 18, 2022Mumbai | INS Mormugao, a P15B stealth-guided missile destroyer, commissioned into the Indian Navy in the presence of Defence Minister Rajnath Singh, CDS Gen Anil Chauhan, Navy chief Admiral R Hari Kumar and other dignitaries. pic.twitter.com/JukEG1kdgl
— ANI (@ANI) December 18, 2022
ନୌସେନାରେ ସାମିଲ କାର୍ଯ୍ୟକ୍ରମରେ ସିଡିଏସ ଅନୀଲ ଚୌହାନ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ନୌସେନା ମୁଖ୍ୟ ଆର ହରି କୁମାର ଏବଂ ଅନ୍ୟ ପ୍ରମୁଖ ଯୋଗ ଦେଇଥିଲେ । ନୌସେନା ମୁଖ୍ୟ ଆର ହରିକୁମାର କହିଛନ୍ତି,'' ଆଜି ସ୍ବଦେଶୀ ଯୁଦ୍ଧପୋତ ଇତିହାସରେ ଆଉ ଏକ ମାଇଲଷ୍ଟୋନ ସ୍ଥାପନ ହୋଇଛି । ଏହି ସଫଳତା ଗତ ଦଶନ୍ଧି ମଧ୍ୟରେ ଯୁଦ୍ଧ ଜାହାଜ ଡିଜାଇନ୍ ଏବଂ ନିର୍ମାଣ କ୍ଷମତା ନେଇଥିବା ବୃହତ ପଦକ୍ଷେପକୁ ସୂଚାଉଛି । ନୌସେନାର ସହର ଗୁଡ଼ିକର ଜାହାଜ ନାମକରଣ କରିବାର ଏକ ପରମ୍ପରା ରହିଛି ଯାହା ଉଭୟଙ୍କ ମଧ୍ୟରେ ଏକ ଚିରସ୍ଥାୟୀ ସମ୍ପର୍କ ସୃଷ୍ଟି କରିଛି ।
-
Mumbai | INS Mormugao, a P15B stealth-guided missile destroyer, commissioned into the Indian Navy in the presence of Defence Minister Rajnath Singh, CDS Gen Anil Chauhan, Navy chief Admiral R Hari Kumar and other dignitaries. pic.twitter.com/f6YGsPNqRB
— ANI (@ANI) December 18, 2022 " class="align-text-top noRightClick twitterSection" data="
">Mumbai | INS Mormugao, a P15B stealth-guided missile destroyer, commissioned into the Indian Navy in the presence of Defence Minister Rajnath Singh, CDS Gen Anil Chauhan, Navy chief Admiral R Hari Kumar and other dignitaries. pic.twitter.com/f6YGsPNqRB
— ANI (@ANI) December 18, 2022Mumbai | INS Mormugao, a P15B stealth-guided missile destroyer, commissioned into the Indian Navy in the presence of Defence Minister Rajnath Singh, CDS Gen Anil Chauhan, Navy chief Admiral R Hari Kumar and other dignitaries. pic.twitter.com/f6YGsPNqRB
— ANI (@ANI) December 18, 2022
ସେହିପରି ଆଇଏନଏସ ମୋର୍ମୁଗାଓକୁ ଜଳାବତରଣ କରିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,'' ଏହା ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧଜାହାଜ ମଧ୍ୟରୁ ଅନ୍ୟତମ । ଏହା ଭାରତୀୟ ସାମୁଦ୍ରିକ ସାମର୍ଥ୍ୟର ବୃଦ୍ଧି କରିବ । INS ମୋର୍ମୁଗାଓ ବିଶ୍ବର ଅନ୍ୟତମ ବୈଷୟିକ ଜ୍ଞାନକୌଶଳରେ କ୍ଷେପଣାସ୍ତ୍ର ପରିବହନକାରୀ । ଏଥିରେ ଥିବା ସିଷ୍ଟମ ଗୁଡ଼ିକ କେବଳ ବର୍ତ୍ତମାନ ନୁହେଁ ଭବିଷ୍ୟତର ଆବଶ୍ୟକତାକୁ ମଧ୍ୟ ପୂରଣ କରିବାରେ ସକ୍ଷମ ହେବ । ଏହା ମଧ୍ୟ ଆମର ସ୍ବେଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ଏକ ଉଦାହରଣ ।''
INS Mormugaoର ବିଶେଷତ୍ବ...
- ଏହି ଯୁଦ୍ଧପୋତ 163 ମିଟର ଲମ୍ବ ଓ 17 ମିଟର ପ୍ରସ୍ଥ ।
- ଏହାର ଓଜନ 7 ହଜାର 400ଟନ ।
- ଏହି ଯୁଦ୍ଧପୋତ ପରମାଣୁ, ଜୈବିକ ଓ ରସାୟନିକ ଯୁଦ୍ଧ ପାଇଁ ପୂର୍ଣ୍ଣ ସକ୍ଷମ ।
- ଏହା 4ଟି ଗ୍ୟାସ ଟର୍ବାଇନ ଦ୍ବାରା ଘଣ୍ଟାକୁ 30 ମାଇଲରୁ ଅଧିକ ବେଗରେ ସମୁଦ୍ରରେ ଗତି କରିପାରିବ ।
- ଏଥିରେ ରକେଟ ଲଞ୍ଚର ଓ ହେଲିକପ୍ଟର ରହିବାର ବ୍ୟବସ୍ଥା କରାଯାଇଛି ।
- ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ଯୁଦ୍ଧପୋତ ।
- ପଶ୍ଚିମ ତଟସ୍ଥିତ ଐତିହାସିକ ଗୋଆର ବନ୍ଦର ନଗରୀ ମାରର୍ମୁରାଓର ନାମ ଅନୁଯାୟୀ ଏହି ଯୁଦ୍ଧପୋତର ନାମକରଣ କରାଯାଇଛି ।
- ଆତ୍ମନିର୍ଭର ଭାରତ ଅଭିଯାନ ଅନୁଯାୟୀ ସ୍ବଦେଶୀ ମୋର୍ମୁଗାଓକୁ ଭାରତୀୟ ନୌସେନା ଡିଜାଇନ ଦ୍ବାରା ନିର୍ମାଣ କରାଯାଇଛି ।
ଭାରତ ମହାସାଗରରେ ଚୀନର କାୟା ବିସ୍ତାରକୁ ଦୃ୍ଷ୍ଟିରେ ରଖି ଭାରତ ତାର କ୍ଷମତା ବୃଦ୍ଧି କରିବାରେ ଆଇଏନଏଲ ମୋର୍ମୁଗାଓ ସହାୟକ ହେବ । 2011ରେ ଏହାକୁ ନିର୍ମାଣ କରିବାକୁ ଚୁକ୍ତି ହୋଇଥିଲା । 2016ରେ ଏହାର ଜଳାବତରଣ ହୋଇଥିଲା । ବର୍ତ୍ତମାନ ଏହାକୁ ସମସ୍ତ ଉପକରଣ ସହ ନୌସେନାରେ ସାମିଲ କରାଯିବ । ଏହାର ବିଶେଷତ୍ବ ହେଉଛି ଏଥିରେ ବ୍ରହ୍ମାସ୍ତ୍ର ଏବଂ ବରାକ-8 ଭଳି ମିସାଇଲ ରହିଛି ।