ETV Bharat / bharat

ଆଜି ରାମବିଳାସ ପାଶଓ୍ବାନଙ୍କ ଜୟନ୍ତୀ, ମନେ ପକାଇଲେ ମୋଦି - ଏଲଜେପି

ଆଜି ଏଲଜେପି ବା ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ସ୍ବର୍ଗତ ରାମବିଳାସ ପାଶଓ୍ବାନଙ୍କ ଜୟନ୍ତୀ । ଏନେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆଜି ରାମବିଳାସ ପାଶଓ୍ବାନଙ୍କ ଜନ୍ମଦିନ , ମନେ ପକାଇଲେ ମୋଦି

author img

By

Published : Jul 5, 2021, 11:48 AM IST

ନୂଆଦିଲ୍ଲୀ: ଆଜି ଏଲଜେପି ବା ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ସ୍ବର୍ଗତ ରାମବିଳାସ ପାଶଓ୍ବାନଙ୍କ ଜୟନ୍ତୀ । ଏନେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମବିଳାସ ପାଶଓ୍ବାନଙ୍କୁ ଆଜି ମନେପକାଇବା ସହ ଜନସେବା ତଥା ଦଳିତଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଜି ମୋର ବନ୍ଧୁ ସ୍ବର୍ଗତ ରାମବିଳାସ ପାଶଓ୍ବାନ ଜୀଙ୍କ ଜନ୍ମ ଜୟନ୍ତୀ। ମୁଁ ତାଙ୍କ ଉପସ୍ଥିତିକୁ ମନେପକାଉଛି । ସେ ଭାରତର ଅନ୍ୟତମ ଅଭିଜ୍ଞ ସଂସଦୀୟ ତଥା ପ୍ରଶାସକ ଥିଲେ। ଜନସେବା ତଥା ଦଳିତଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମୋଦି ଟ୍ବିଟ କରିଛନ୍ତି।

1946 ଜୁଲାଇ 5ରେ ଜନ୍ମ ଗ୍ରହଣ କରିଥିଲେ ରାମବିଳାସ ପାଶଓ୍ବାନ । ସେ ବିହାର ରାଜନୀତିରେ ଜଣେ ପୁରୁଖା ନେତା ଥିଲେ। ଅକ୍ଟୋବର 8, 2020 ରେ 74 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସେ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଖାଉଟି ଯୋଗାଣ ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ପୂର୍ବ ଏନଡିଏ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.