ETV Bharat / bharat

ତ୍ରିପୁରାରେ ଜଘନ୍ୟକାଣ୍ଡ: ମାଆ ଭଉଣୀ ସହ ଘରର ୪ ସଦସ୍ୟଙ୍କୁ ହତ୍ୟା କଲା ନାବାଳକ

ଅଗରତାଲା ସ୍ଥିତ ତ୍ରିପୁରାରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ନାବାଳକ ଘରର ୪ ସଦସ୍ୟଙ୍କୁ ହତ୍ୟା କରିବା ପରେ ଘର ପାଖ ଗାତରେ ପୋତି ଦେଇଛି । ଅଧିକ ପଢ଼ନ୍ତୁ

ତ୍ରିପୁରାରେ ଜଘନ୍ୟ ହତ୍ୟାକାଣ୍ଡ : ଘରର ଚାରି ସଦସ୍ୟଙ୍କୁ ହତ୍ୟା ପରେ ଗାତରେ ପୋତିଲା ନାବାଳକ

author img

By

Published : Nov 7, 2022, 7:46 AM IST

ଅଗରତାଲା: ଅଗରତାଲା ସ୍ଥିତ ତ୍ରିପୁରାରେ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ନାବାଳକ ଘରର ଚାରି ସଦସ୍ୟଙ୍କୁ ହତ୍ୟା କରିବା ପରେ ଘର ପାଖ ଗାତରେ ପୋତି ଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅଗରତାଲାସ୍ଥିତ ତ୍ରିପୁରାର ଦଲାଇ ଜିଲ୍ଲାରେ (Minor held for killing four including mother sister in Tripura)। ତେବେ ଏହି ଘଟଣାରେ ନାବାଳକକୁ ପୋଲିସ ନିଜ ହେପାଜତକୁ ନେଇ ଥାନାରେ ଅଟକ ରଖିଛି ।

ନାବାଳକ ଜଣକ ଘରର କୌଣସି କଥାକୁ ନେଇ ଅସନ୍ତୋଷ ରହୁଥିଲା । ଏନେଇ ପରିବାରର ଚାରିଜଣ ସଦସ୍ୟଙ୍କୁ କୁରାଢ଼ିରେ ହତ୍ୟା କରିଛି । ଏହାପରେ ସମସ୍ତ ମୃତଦେହକୁ ନେଇ ଘର ନିକଟରେ ପୋତି ଦେଇଥିଲା । ନାବାଳକକୁ ପୋଲିସ ନେଇ ଥାନାରେ ଅଟକ ରଖିଛି । ଏ ସମ୍ପର୍କରେ ଦଲାଇ ଜିଲ୍ଲାର ପୋଲିସ ସୁପରିଟେଣ୍ଡେଣ୍ଟ ରମେଶ ଯାଦବ କହିଛନ୍ତି, "ଏହି ଖବର ପାଇବାମାତ୍ରେ ଘଟଣାସ୍ଥଳରେ ଆମ ଟିମ୍ ତୁରନ୍ତ ପହଞ୍ଚିଥିଲା । ସେଠାରେ ତଦନ୍ତ କରିବାପରେ ୩ଜଣ ମହିଳା ଜଣେ ପୁରୁଷଙ୍କ ସମେତ ୪ଟି ମୃତଦେହ ଉଦ୍ଧାର କରିଛନ୍ତି । ନାବାଳକକୁ ବର୍ତ୍ତମାନ ପୋଲିସ ନିଜ ଅଧୀନରେ ରଖିଛି । ସୂଚନାନୁସାରେ, ୧୩ ବର୍ଷୀୟ ନାବାଳକ ଶନିବାର ବିଳମ୍ବିତ ରାତିରେ ଘରର କୌଣସି କଥାକୁ ନେଇ ଅସନ୍ତୋଷ ହୋଇଥିଲା ।

ଏହାପରେ ତାଙ୍କ ଜେଜେବାପା, ମାଆ, ନାବାଳିକା ଭଉଣୀ ଏବଂ ପଡ଼ୋଶୀ ଘରର ଜଣେ ମହିଳା ସମସ୍ତେ ଘର ଭିତରକୁ ଶୋଇବାକୁ ଯାଇଥିଲେ । ହେଲେ ନାବାଳକ ଜଣକ ବିଳମ୍ବିତ ରାତିଯାଏଁ ଶୋଇ ନଥିଲା । ଘରେ ସମସ୍ତେ ଶୋଇ ପଡ଼ିବା ପରେ ଅର୍ଥାତ ଶନିବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାବେଳେ ଏକ କୁରାଢ଼ି ମାଧ୍ୟମରେ ଜଣ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ନାବାଳକ । ହେଲେ ଏହି ହତ୍ୟାକାଣ୍ଡର କାରଣ କଣ । କାହିଁକି ଏଭଳି ହତ୍ୟା କଲା ନାବାଳକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଯେ ଏତେ ଛୋଟ ପିଲା କିଭଳି ୪ଜଣଙ୍କୁ ହତ୍ୟା କଲା । ଏହାପରେ କିଭଳି ସମସ୍ତଙ୍କୁ ନେଇ ଗାତରେ ପୋତିଲା । ଏହି ଘଟଣାରେ ଆଉ କେହି ସାମିଲ ଥିବା ନେଇ ସନ୍ଦେହ ହେଉଛି । ଯାହାକୁ ନେଇ ସାଧାରଣରେ ଆଲୋଚନା ମଧ୍ୟ ହେଉଛି । ବିଶେଷ ରିପୋର୍ଟରୁ ଜଣା ପଡ଼ିଛି ଯେ ନାବାଳକ ଜଣକ ଅଧିକାଂଶ ସମୟରେ କ୍ରାଇମ ଧାରାବାହିକ ଦେଖୁଥିଲା ।

ତେବେ ଉଦ୍ଧାର ହୋଇଥିବା ମୃତ ବ୍ୟକ୍ତିମାନେ ହେଲେ ବାଦଲ ଦେବନାଥ (70), ସମିତା ଦେବନାଥ (32), ସୁପର୍ନା ଦେବନାଥ (10) ରେଖା ଦେବ (42) । ଏମାନେ ସମସ୍ତେ ଦଲାଇ ଜିଲ୍ଲାର କମଲପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଦୁରାଇ ଶିବବରୀର ବାସିନ୍ଦା ଥିଲେ। ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.