ETV Bharat / bharat

ନିଜକୁ ପୋଲିସ କହି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଦୁର୍ବୁତ୍ତ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

author img

By

Published : Jan 28, 2023, 10:11 PM IST

ନିଜକୁ ପୋଲିସ ବୋଲି କହି ଧମକାଇବା ସହ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଦୁର୍ବୁତ୍ତ । ଏନେଇ ମହାରାଷ୍ଟ୍ର ଡୋମ୍ବିବଲିର ବିଷ୍ଣୁ ନଗର ଥାନାରେ POCSO ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ 5ଟି ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢ଼ନ୍ତୁ

ମହାରାଷ୍ଟ୍ରରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

ମୁମ୍ବାଇ: ମହାରାଷ୍ଟ୍ର ଥାନେ ଜିଲ୍ଲା ଡୋମ୍ବିବଲି ସହର ନିକଟ ଠାକୁରଲିର ଖାଦି କିନାରା ଅଞ୍ଚଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇ ଅଭିଯୁକ୍ତ ନିଜକୁ ପୋଲିସ କର୍ମୀ କହି 17 ବର୍ଷୀୟା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏନେଇ ବିଷ୍ଣୁ ନଗର ଥାନାରେ POCSO ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ତେବେ ଉଭୟ ଅଭିଯୁକ୍ତ ଫେରାର ରହିଥିବାବେଳେ ପୋଲିସ ସେମାନଙ୍କୁ ଖୋଜୁଛି । ତେବେ ଚିନ୍ତାର ବିଷୟ ହେଉଛି ଅଭିଯୁକ୍ତମାନେ ଦୁଷ୍କର୍ମ ସମୟର ଭିଡିଓ ନିଜ ମୋବାଇଲରେ ରେକର୍ଡ କରିଦେଇଛନ୍ତି ।

ଅଭିଯୋଗ ଅନୁସାରେ ଶୁକ୍ରବାର ଦ୍ବିପ୍ରହର ସମୟରେ ପୀଡ଼ିତା ନାବାଳିକା ଛାତ୍ରୀ ନିଜ ଜଣେ ସାଙ୍ଗ ସହ ପାଖ ଅଞ୍ଚଳକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ଆସି ନିଜକୁ ପୋଲସ କର୍ମୀ କହି ଉଭୟଙ୍କ ବିଷୟରେ ସେମାନଙ୍କ ପରିବାରକୁ କହିଦେବେ କହି ଧମକ ଦେଇଥିଲେ । ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୀଡ଼ିତାଙ୍କୁ ଅଜଣା ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ସେ ନିଜ ମୋବାଇଲରେ ଏହାର ଭିଡିଓ ରେକର୍ଡ ମଧ୍ୟ କରିଥିଲା । ଏହି ବିଷୟରେ କାହାକୁ କହିଲେ ଏହି ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲା । ଅନ୍ୟଜଣେ ଅଭିଯୁକ୍ତ ପୀଡ଼ିତାଙ୍କ ସାଙ୍ଗକୁ ଥାନା ଅଞ୍ଚଳରେ ଛାଡ଼ିଦେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା ।

ତେବେ ଏନେଇ ପୀଡ଼ିତା ନାବାଳିକା ଛାତ୍ରୀ ସମସ୍ତ ଘଟଣା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପ୍ରଥମେ ଏହି ମାମଲା ଡୋମ୍ବିବଲି ଜିଆରପି ନିକଟକୁ ଆସିଥିଲା । କିନ୍ତୁ ଏଭଳି ଘଟଣା ଡୋମ୍ବିବଲି ପଶ୍ଚିମ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବାରୁ ପୀଡ଼ିତାଙ୍କୁ ଡୋମ୍ବିବଲିର ବିଷ୍ଣୁ ନଗର ଥାନାକୁ ପଠାଇ ଦିଆଯାଇଥିଲା । ବିଷ୍ଣୁ ନଗର ପୋଲିସ ଅଭିଯୋଗ ଅନୁସାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋସ୍କୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି । ତେବେ ବର୍ତ୍ତମାନ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଖୋଜିବାକୁ ବିଷ୍ଣୁ ନଗର ପୋଲିସ 5ଟି ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.