ହାଇଦ୍ରାବାଦ: ଉତ୍ତର ପ୍ରଦେଶର ବିଜନୌରରେ ଜଣେ ନାବାଳିକାକୁ ଅନ୍ୟ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଟି ନିଜ ପିତା ମାତାଙ୍କ ସହ କ୍ଷେତକୁ ଯାଉଥିବା ବେଳେ ତାକୁ ନାବାଳକଜଣଙ୍କ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଏସମ୍ପର୍କରେ ନିଜ ଅଭିଭାବକଙ୍କୁ କହିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ସ୍ଥାନୀୟ ଥାନା ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାକୁ ନେଇ ଜେରା କରିଛି । ଅନ୍ୟପଟେ ପୀଡିତା ନାବାଳିକାର ଡାକ୍ତରୀମାଇନା ମଧ୍ୟ ଶେଷ କରିଛି ପୋଲିସ ।
ବିଜନୌରର ଧାମପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏପରି ଘଟଣା ସାମ୍ନାକୁ ଆସିଛି । ଗ୍ରାମର ଜଣେ ଚାଷୀ ନିଜ ନାବାଳିକା କନ୍ୟା ସ୍ଥାନୀୟ ଜଣେ ନାବାଳକ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ସେ ଓ ତାଙ୍କ ପତ୍ନୀଙ୍କ ନିଜ ନାବାଳିକା ଝିଅ କ୍ଷେତକୁ ଯାଉଥିଲା । ନାବାଳିକାଜଣଙ୍କ ପିତାମାତାଙ୍କ ଠାରୁ କିଛି ଦୂରରେ ପଛେ ପଛେ ଯାଉଥିଲା । ଏହି ସମୟରେ ସ୍ଥାନୀୟ ଜଣେ 10ବର୍ଷୀୟ ନାବାଳକ ତାକୁ ନିକଟସ୍ଥ ଏକ କ୍ଷେତକୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ କ୍ଷେତରେ ଛାଡି ଦେଇ ଫେରାର ହୋଇଯାଇଥିବା ନାବାଳିକାର ପିତା ଅଭିଯୋଗରେ ଦର୍ଶାଇଛନ୍ତି ।
ନାବାଳିକା ଜଣଙ୍କ ଘରକୁ ଆସି ପିତା ମାତାଙ୍କ ନିକଟରେ ଏକଥା ପ୍ରକାଶ କରିବା ପରେ ପୀଡିତାର ପିତା ଥାନାରେ ଏନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏତଲା ପାଇବା ପରେ ସ୍ଥାନୀୟ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ପାରିପାର୍ଶ୍ବିକ ସ୍ଥିତି ସମୀକ୍ଷା କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ନାବାଳକୁ ଥାନାକୁ ଆଣି ଜେରା କରିଛି ପୋଲିସ । ଅଭିଯୁକ୍ତ ଜଣେ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠାଯିବା ନେଇ ପ୍ରକ୍ରିୟା ଜାରି ରହିଥିବା ପୋଲିସ କହିଛି । ଅନ୍ୟପଟେ ପୀଡିତା ନାବାଳିକାର ଡାକ୍ତରୀମାଇନା ମଧ୍ୟ କରାଯାଇଛି । ତଦନ୍ତ ଜାରି ରହିଛି । ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ନାବାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୀଡିତାର ପରିବାର । ଜଣେ ନାବାଳକର ଏପରି କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ