ETV Bharat / bharat

ଥରିଲା ଦେଶ: 4 ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ, ନାହିଁ କ୍ଷୟକ୍ଷତି ସୂଚନା - କର୍ଣ୍ଣାଟକରେ ଭୂକମ୍ପ

ଭୂକମ୍ପରେ ଥରିଲା ଦେଶର ଚାରି ରାଜ୍ୟ । ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ଓ ମେଘାଳୟରେ ଭୂକମ୍ପ ଝଟକା। ଅଧିକ ପଢନ୍ତୁ

earthquake
earthquake
author img

By ETV Bharat Odisha Team

Published : Dec 8, 2023, 1:04 PM IST

ହାଇଦ୍ରାବାଦ: ଗୋଟିଏ ଦିନରେ ଦେଶର ଚାରି ରାଜ୍ୟରେ ଭୂକମ୍ପ ଝଟକା । ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ଓ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏନେଇ ଜାତୀୟ ଭୂ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କର୍ଣ୍ଣାଟକରେ 3.1 ତୀବ୍ରାତାରେ ଭୂକମ୍ପ ହୋଇଥିବା ବେଳେ ତାମିଲନାଡୁରେ 3.2 ତୀବ୍ରତା, ମେଘାଳୟରେ 3.8 ତୀବ୍ରତା ଓ ଗୁଜୁରାଟରେ 3.9 ତୀବ୍ରତାରେ ଭୂକମ୍ପ ହୋଇଥିଲା । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଜାତୀୟ ଭୂବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ପ୍ରଥମେ କର୍ଣ୍ଣାଟକରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 3.1 ରହିଥିଲା । ସକାଳ 6ଟା 52 ମିନିଟରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ବିଜୟପୁରରେ । ଗଭୀରତା 10 କିଲୋମିଟର ରହିଥିବା ବେଳେ ଦ୍ରାଘିମା 16.77 ଓ ଅକ୍ଷାଂଶ 75.87 ରହିଛି ।

ସକାଳ 7ଟା 39 ମିନିଟ୍‌ ସମୟରେ ତାମିଲନାଡୁର ଚେଙ୍ଗେଲାପାଟୁରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 3.2 ରହିଥିଲା । ଏହାର ଗଭିରତା 10 କିଲୋମିଟର ରହିଥିବା ବେଳେ ଦ୍ରାଘିମା 12.50 ଓ ଅକ୍ଷାଂଶ 79.85 ରହିଛି ।

ଏହା ମଧ୍ୟ ପଢନ୍ତୁ-ଗୁଜୁରାଟ ଉପରେ ପ୍ରକୃତି କୋପ ! ବାତ୍ୟାମାଡ ପୂର୍ବରୁ ଭୂକମ୍ପରେ ଥରିଲା କଚ୍ଛ

ସକାଳ 8ଟା 46 ମିନିଟରେ ମେଘାଳୟର ସିଲଙ୍ଗରେ 3.8 ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାର ଗଭୀରତା 14 କିଲୋମିଟର ରହିଥିବା ବେଳେ ଦ୍ରାଘିମା 25.47 ଓ ଅକ୍ଷାଂଶ 91.75 ରହିଛି । ସକାଳ 9ଟା 31 ମିନିଟ ସମୟରେ ଗୁଜୁରାଟର ରାଜକୋଟରେ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା 3.9 ରହିଥିବା ରେକର୍ଡ କରାଯାଇଛି । ଗଭୀରତା 20 କିଲୋମିଟର ରହିଥିବା ବେଳେ ଦ୍ରାଘିମା 23.45 ଓ ଅକ୍ଷାଂଶ 70.42 ରହିଛି ।

ଗତ ଅକ୍ଟୋବର ମାସରେ ମେଘାଳୟରେ 5.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ରସୁବେଲପାରା ଜିଲ୍ଲା ମୁଖ୍ୟାଳୟର 3 କିମି ଦୂରରେ ଥିବା ନର୍ଥ-ଗାରୋ ହିଲ୍‌ ଷ୍ଟେସନ୍‌ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇନଥିଲା । ଗତ ଜୁନ୍‌ ମାସରେ ଗୁଜୁରାଟରେ ଭୂକମ୍ପ ହୋଇଥିଲା । କଚ୍ଛରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଥିଲା । ଏଥିରେ ବିଶେଷ କ୍ଷୟକ୍ଷତି ହୋଇନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.