ETV Bharat / bharat

ଆସନ୍ତା 21ରୁ ‘ଜାନ ହୈ ତୋ ଜାହନ ହୈ’ କ୍ୟାମ୍ପେନ ଆରମ୍ଭ କରିବ ସଂଖ୍ୟାଲଘୁ ମନ୍ତ୍ରଣାଳୟ

author img

By

Published : Jun 19, 2021, 6:38 PM IST

ସାରା ଦେଶରେ କୋଭିଡ ଟୀକାକରଣ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବାକୁ ଯାଉଥିବାବେଳେ ଆସନ୍ତା 21 ତାରିଖରୁ ସ୍ବତନ୍ତ୍ର ସଚେତନତା କ୍ୟାମ୍ପେନ ‘ଜାନ ହୈ ତୋ ଜାହନ ହୈ ’ ଆରମ୍ଭ କରିବ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ । ବିଭାଗୀୟ ମନ୍ତ୍ରୀ କରିବେ ଶୁଭାରମ୍ଭ । ଅଧିକ ପଢନ୍ତୁ...

ଆସନ୍ତା 21ରୁ  ‘ଜାନ ହୈ ତୋ ଜାହନ ହୈ ’କ୍ୟାମ୍ପେନ ଆରମ୍ଭ କରିବ ସଂଖ୍ୟାଲଘୁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ ଟୀକାକରଣ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବାକୁ ଯାଉଥିବାବେଳେ ଆସନ୍ତା 21 ତାରିଖରୁ ସ୍ବତନ୍ତ୍ର ସଚେତନତା କ୍ୟାମ୍ପେନ ‘ଜାନ ହୈ ତୋ ଜାହନ ହୈ.. ’ ଆରମ୍ଭ କରିବ ସଂଖ୍ୟାଲଘୁ ମନ୍ତ୍ରଣାଳୟ । ଟୀକାକରଣ ସମ୍ପର୍କରେ ଗୁଜବ ଓ ଭୟ ଦୂର କରିବା ସହ ସଚେତନତା ସୃଷ୍ଟି କରିବା ଏହି କ୍ୟାମ୍ପେନର ମୂଳ ଲକ୍ଷ୍ୟ ରହିବ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରୁ ଏହି କ୍ୟାମ୍ପେନର ଶୁଭାରମ୍ଭ କରିବେ ।

ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ନକଭି କହିଛନ୍ତି ଗ୍ରାମାଞ୍ଚଳ ଓ ଦେଶର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଟିକା ନେଇ ପ୍ରଚାରିତ ହେଉଥିବା ଗୁଜବର ଦୂରୀକରଣ, ଟିକା ପ୍ରତି ଲୋକଙ୍କ ଭୟ ଦୂରୀକରଣ, ସଚେତନତା ସୃଷ୍ଚି କରିବା ଆଦି ଉପରେ ଏହି କ୍ୟାମ୍ପେନରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବ । ଏହି କାର୍ଯ୍ୟକ୍ରମ ବିଭିନ୍ନ ସାମାଜିକ ସଂଗଠନ, ଶୈକ୍ଷିକ ସଂଗଠନ, ସ୍ବଂୟ ସହାୟକ ଗୋଷ୍ଠୀକୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି । ବିଭିନ୍ନ ସଂଗଠନର ସହାୟତାରେ ଏହି କ୍ୟାମ୍ପେନକୁ ସଫଳତାର ସହ କାର୍ଯ୍ୟକାରୀ କରିବ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ।

ସେହିପରି କଳା ସାହିତ୍ୟ, ସାଂସ୍କୃତିକ ଓ ଶୈଖିକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ମଧ୍ୟ ନିଜର ବର୍ତ୍ତା ମାଧ୍ୟମରେ ଏହି କ୍ୟାମ୍ପେନରେ ସାମିଲ ହେବା ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ନକଭି ସୂଚନା ଦେଇଛନ୍ତି । ଦେଶରେ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହେଇଥିବା ସ୍ବାଦେଶୀ ଟୀକା ପ୍ରତି ଭୟ ଦୂର କରିବା, ଟିକାକରଣରେ ପ୍ରକ୍ରିୟାକୁ ଗତି ଦେବାରେ ଏହି କ୍ୟାମ୍ପେନ ବେସ ସହାୟକ ହେବ ବୋଲି ମଧ୍ୟ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.