ETV Bharat / bharat

PGI ଗ୍ରେଡ ଜାରି କଲା ଶିକ୍ଷା ମନ୍ତ୍ରଣାଳୟ, ଜାଣନ୍ତୁ କେଉଁ ରାଜ୍ୟକୁ A++ ଗ୍ରେଡ ?

author img

By

Published : Jun 6, 2021, 3:51 PM IST

ପରଫରମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ(ପିଜିଆଇ) 2019-20ର ତୃତୀୟ ସଂସ୍କରଣ ଜାରି କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ପିଜିଆଇର ତୃତୀୟ ସଂସ୍କରଣ ପଞ୍ଜାବ, ଚଣ୍ଡିଗଡ, ତାମିଲନାଡୁ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଆଉ କେରଳକୁ A++ ଗ୍ରେଡ ଦିଆଯାଇଛି । ଅଧିକ ପଢନ୍ତୁ...

PGI ଗ୍ରେଡ ଜାରି କଲା ଶିକ୍ଷାମନ୍ତ୍ରଣାଳୟ, ଜାଣନ୍ତୁ କେଉଁ ରାଜ୍ୟକୁ A++ ଗ୍ରେଡ ?

ନୂଆଦିଲ୍ଲୀ: ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ମଞ୍ଜୁରୀ ପରେ ପରଫରମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ(ପିଜିଆଇ) 2019-20ର ତୃତୀୟ ସଂସ୍କରଣ ଜାରି କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏହି ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଦିଆଯାଇଥିବା ପରାମର୍ଶ ଅନୁଯାୟୀ ଗ୍ରେଡ ଦିଆଯାଏ ।

ପିଜିଆଇର ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କୁଲ ଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ଭିଜନ ଆଧାରରେ ହୋଇଥିଲା । ଏଥିରେ 70 ମାପଦଣ୍ଡର ଏକ ସେଟ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଗ୍ରେଡ ଦିଆଯାଏ । ପ୍ରଥମ ଥର ଏହି ଇଣ୍ଡେକ୍ସ 2019ରେ ଜାରି କରାଯାଇଥିଲା । ଏଥିପାଇଁ 2017-18ରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ଦିଆଯାଇଇଥିବା ପରାମର୍ଶକୁ ଦୃଷ୍ଟିରେ ରଖାଯାଇଥିଲା ।

ପିଜିଆଇର ତୃତୀୟ ସଂସ୍କରଣ ପଞ୍ଜାବ, ଚଣ୍ଡିଗଡ, ତାମିଲନାଡୁ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଆଉ କେରଳକୁ A++ ଗ୍ରେଡ ଦିଆଯାଇଛି । ଏହାସହିତ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗତ ବର୍ଷ ତୁଳନାରେ ନିଜ ଗ୍ରେଡରେ ସୁଧାର ଆଣିଛନ୍ତି ।

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ ଓ ତାମିଲନାଡୁ ପିଜିଆଇ ସ୍କୋରରେ 10 ପ୍ରତିଶତ ଅର୍ଥାତ 100ରୁ ଅଧିକ ଅଙ୍କର ସୁଧାର କରିଛନ୍ତି । ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଲାକ୍ଷାଦ୍ବୀପ ଓ ପଞ୍ଜାବ 10 ପ୍ରତିଶତ(8 ଅଙ୍କ)ରୁ ଅଧିକ ସୁଧାର ଦେଖିବାକୁ ମିଳିଛି ।

ଏହି ଇଣ୍ଡେକ୍ସ ବିଭିନ୍ନ ପରାମର୍ଶ ଦ୍ବାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଠ ପରିଣାମ ହାସଲ କରିବାକୁ ପ୍ରେରିତ କରିଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ତ୍ରୃଟି ଚିହ୍ନଟ କରି ଏହା ଉପରେ କାମ କରିବାକୁ ସହାୟକ ହୋଇଥାଏ ଏହି ଇଣ୍ଡେକ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.