ETV Bharat / bharat

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ରସାୟନ ମନ୍ତ୍ରୀ - କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ (Mansukh Mandaviya Union Minister of Chemicals and Fertilizers ) ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ (Hindustan Urvarak & Rasayan Limited ) ସିନ୍ଦ୍ରି ଏବଂ ବାରାଉନି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 16, 2022, 9:04 PM IST

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ (Mansukh Mandaviya Union Minister of Chemicals and Fertilizers ) ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ (Hindustan Urvarak & Rasayan Limited ) ସିନ୍ଦ୍ରି ଏବଂ ବାରାଉନି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ କରିଛନ୍ତି ଯେ ଖୁବ ଶୀଘ୍ର ଏଚୟୁଆରଏଲ-ବାରାଉନି ଏବଂ ସିନ୍ଦ୍ରି କାରଖାନାରୁ ୟୁରିଆ ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର ପ୍ରତିବଦ୍ଧ । ମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇଟି କାରଖାନା ବାର୍ଷିକ ୨୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ୟୁରିଆ ଉତ୍ପାଦନ କରିବ ଯାହା ସମାନ ପରିମାଣ ୟୁରିଆର ଆମଦାନୀ ହ୍ରାସ କରିବାରେ ସହାୟକ ହେବ ।

କେନ୍ଦ୍ର ମନ୍ତ୍ରୀ ଆମୋନିଆ, ୟୁରିଆ ଉତ୍ପାଦନ ପାଇଁ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଜ୍ଞାନକୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (Talcher Fertilizers Ltd) ର ସମୀକ୍ଷା କରିଛନ୍ତି । ଟିଏଫଏଲର ଉତ୍ପାଦନ କ୍ଷମତା ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ହେବ । ଆସନ୍ତା ୨୦୨୪ ମସିହାରେ ଟିଏଫଏଲର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ମନସୁଖ କହିଛନ୍ତି ଯେ ଏହି କାରଖାନା ଗୁଡିକରୁ ସ୍ୱଦେଶୀ ୟୁରିଆ ଉତ୍ପାଦନ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭର କୃଷି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ ହେବ । ସରକାରଙ୍କ ପ୍ରୟାସ ଦ୍ୱାରା ଭାରତ ୟୁରିଆ ଉତ୍ପାଦନରେ ଆତ୍ମର୍ନିଭରଶୀଳ ହେବ । ଏହାଛଡା ଏହି କାରଖାନାଗୁଡିକ ପ୍ରତ୍ୟକ୍ଷ ଭାବେ ୫୦୦ ଏବଂ ପରୋକ୍ଷ ଭାବେ ୧୫୦୦ ନିଯୁକ୍ତି ସୃଷ୍ଟି କରିବ ।

ସରକାର ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ୟୁନିଟଗୁଡିକର ପୁନରୁଦ୍ଧାର ପାଇଁ ମନୋନୀତ ରାଷ୍ଟ୍ରାୟତ ସଂସ୍ଥା ଗୁଡିକର ମିଳିତ କମ୍ପାନୀ ଯଥା ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (National Thermal Power Corporation), ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (Indian Oil Corporation Limited ) ଏବଂ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ଏବଂ ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ( Fertilizers Corporation of India Ltd) ହିନ୍ଦୁସ୍ତାନ ଫର୍ଟିଲାଇଜର କର୍ପୋରେସନ ଲିମିଟେଡ (Hindustan Fertilizer Corporation Ltd) ମାଧ୍ୟମରେ ପୁନରୁଦ୍ଧାର କରିବେ । ତଦନୁଯାୟୀ ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ପ୍ରତ୍ୟେକ ଠାରେ ୧୨.୭ ଏଲଏମଟିପିଏ କ୍ଷମତା ବିଶିଷ୍ଟ ଗ୍ୟାସ ଭିତ୍ତିକ ଆମୋନିଆ ୟୁରିଆ କାରଖାନା ପ୍ରତିଷ୍ଠା ପାଇଁ ଏନଟିପିସି, ଆଇଓସିଏଲ ଏବଂ ସିଆଇଏଲ ଦ୍ୱାରା ୨୯.୬୭% ଏବଂ ସିଆଏଲ ଏବଂ ଏଫସିଆଇଏଲ ଦ୍ୱାରା ୧୧% ଇକ୍ୟୁଟି ସହଯୋଗରେ ହିନ୍ଦୁସ୍ତାନ ଉର୍ବରକ ରସାୟନ ଲିମିଟେଡ ନାମକ ଏକ ମିଳିତ ଉଦ୍ୟୋଗ କମ୍ପାନୀ କାର୍ଯ୍ୟକାରୀ ହେଉଛି ।

ମନୋନୀତ ରାଷ୍ଟ୍ରାୟତ ସଂସ୍ଥା ଗୁଡିକର ଏକ ମିଳିତ କମ୍ପାନୀ ଗଠନ କରି ତାଳଚେର ୟୁନିଟର ପୁନରୁଦ୍ଧାର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିସବୁ ରାଷ୍ଟ୍ରାୟତ ସଂସ୍ଥା ମଧ୍ୟରେ ଗ୍ୟାସ ଅଥରିଟୀ ଅଫ ଇଣ୍ଡିଆ ଲିମିଟେଡ (ଗେଲ), କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ), ରାଷ୍ଟ୍ରୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ) ଏବଂ ଏଫସିଆଇଏଲ ରହିଛି । ଏହାଦ୍ବାରା ତାଳଚେର ଫର୍ଟିଲାଇଜ ଲିମିଟେଡ (Talcher Fertilizers Ltd) ନାମକ ଏକ ମିଳିତ କମ୍ପାନୀ ଗଠନ ହୋଇଛି । ଯେଉଁଥିରେ ଗେଲ, ଆରସିଏଫ ଓ ସିଆଏଲର ୩୧.୮୫% ଇକ୍ୱିଟି ଅଂଶଗ୍ରହଣ ଥିବାବେଳେ ଏଫସିଆଏଲ ୪.୪୫% ଇକ୍ୱିଟି ବଜାୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.