ETV Bharat / bharat

Illegal Mining: ବେଆଇନ ଖଣି ଖନନ ବେଳେ ଅଘଟଣ: ୩ ମୃତ, ଅନେକ ଆହତ

author img

By

Published : Jun 9, 2023, 4:19 PM IST

Updated : Jun 9, 2023, 4:39 PM IST

ଝାଡ଼ଖଣ୍ଡ ଧାନବାଦରେ ବେଆଇନ କୋଇଲା ଖଣି ଖୋଦନ ବେଳେ ମାଟି ଅତଡ଼ା ଖସି ଚାଲିଗଲା ୩ଜଣଙ୍କ ଜୀବନ । ଏବେ ବି ଚାପି ହୋଇ ରହିଛନ୍ତି ଅନେକ । ଅଧିକ ପଢନ୍ତୁ

Illegal Mining
Illegal Mining

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା ସ୍ଥିତ କୋଇଲା ଖଣିରେ ଅଘଟଣ । ବେଆଇନ ଭାବେ ଖଣି ଖୋଦନ ବେଳେ ହଠାତ ଭୂସ୍ଖଳନ ଯୋଗୁଁ ଅନେକ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୧୨ରୁ ଅଧିକ ଏବେ ବି ମାଟି ତଳେ ଚାପି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ମାଟି ତଳେ ଦବି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି ।

  • #WATCH | Jharkhand: A portion of BCCL (Bharat Coking Coal Limited) open mine collapsed in Dhanbad. One body has been recovered. Further details awaited. pic.twitter.com/ykcOzcSKEV

    — ANI (@ANI) June 9, 2023 " class="align-text-top noRightClick twitterSection" data=" ">

ଏହି ଦୁର୍ଘଟଣା ଭୌରା ଆପି ଅଞ୍ଚଳରେ ଘଟିଛି । ଏଠାରେ ବେଆଇନ ଭାବେ ଖଣି ଖୋଦନ ଚାଲିଥିବା ବେଳେ ଘଟିଥିଲା ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ ଶତାଧିକ ଶ୍ରମିକ ଖଣି ଖୋଦନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ସମୟରେ ଏକ ଭୟଙ୍କର ଶବ୍ଦ ସହିତ ଧସିଥିଲା ମାଟି । ଏହାପରେ ଶ୍ରମିକମାନେ ଦୌଡ଼ିବା ଆରମ୍ଭ କରିଥିଲେ । ମାଇନ୍ସ ମଧ୍ୟରେ ଥିବା ଲୋକ ମଧ୍ୟ ଜୀବନ ବଞ୍ଚାଇ ଦୌଡ଼ୁଥିବା ବେଳେ ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ଉପରେ ମାଟି ଅତଡ଼ା ଖସିଯିବାରୁ ଏହା ତଳେ ଚାପି ହୋଇ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ବିସିସିଏଲ (Bharat Coking Coal Limited) ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଧାନବାଦ ଏସଏସପି ସଞ୍ଜୀବ କୁମାର ।

ଏହା ବି ପଢନ୍ତୁ- Death Threats: ଶରଦ ପାୱାର-ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

ଏହି ମୃତକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ଏବେ ବି ପ୍ରାୟ ୧୨ରୁ ଅଧିକ ଲୋକ ମାଟି ତଳେ ଚାପି ହୋଇ ରହିଛନ୍ତି । ଜୋରରେ ଶବ୍ଦ କରି ଖଣି ଅଞ୍ଚଳରେ ଭୂସ୍ଖଳ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟ ଭିଡ଼ ଜମିଛି । ତେବେ ସୂଚନା ଥାଉ କି ଧାନବାଦରେ ଏହା ପ୍ରଥମ ଘଟଣା ନୁହେଁ । ଖଣି ଅଞ୍ଚଳରେ ଏଭଳି ସମାନ ଘଟଣା ଅନେକ ଥର ଘଟୁଥିବା ଦେଖିବାକୁ ମିଳେ । କୋଇଲାର ବେଆଇନ ଖନନ ବେଳେ ଏଭଳି ଅଘଟଣ ଘଟିଥାଏ । ଏବେ ଯାଏଁ ଅନେକ ଲୋକ ଏଭଳି ଦୁର୍ଘଟଣାରେ ନିଜ ଜୀବନ ହରାଇଛନ୍ତି ।

ଏହା ପରେ ମଧ୍ୟ ବେଆଇନ କୋଇଲା ଖଣି ଖନନ ଉପରେ କୌଣସି ଅଙ୍କୁଶ ଲଗାଯାଇନାହିଁ । ଲୋକେ ପେଟ ପାଟଣା ପାଇଁ ନିଜ ଜୀବନକୁ ବାଜି ଲଗାଇ ଏହି ଖନନ କାର୍ଯ୍ୟରେ ସାମିଲ ହୋଇଥାନ୍ତି । ତେବେ ଏ ନେଇ ଅନେକ ଥର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ସେପରି କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ଜିଲ୍ଲାରେ ଏପରି ବେଆଇନ ଖଣି ଖନନ ଜାରି ରହିଛି ଏବଂ ଅକାଳରେ ଅନେକ ସ୍ଥାନୀୟ ଶ୍ରମିକଙ୍କ ଜୀବନ ଯାଉଛି ।

Last Updated : Jun 9, 2023, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.