ETV Bharat / bharat

ବିରଳ ଦୃଶ୍ୟ ! ଏକାସାଙ୍ଗରେ ହେଲା ସୂର୍ଯ୍ୟାସ୍ତ-ଚନ୍ଦ୍ରୋଦୟ - ଏକାସାଙ୍ଗରେ ଦେଖାଗଲେ ସୂର୍ଯ୍ୟ ଚନ୍ଦ୍ର

କନ୍ୟାକୁମାରୀ ଆକାଶରେ ଏକାଠି ଦୃଶ୍ୟମାନ ହେଲେ ସୂର୍ଯ୍ୟ ଓ ଚନ୍ଦ୍ର । ଏହି ବିରଳ ଦୃଶ୍ୟ ଦେଖିବାକୁ ଲାଗିଥିଲା ହଜାର ହଜାର ଲୋକଙ୍କ ଭିଡ । ଅଧିକ ପଢନ୍ତୁ

ଅଦ୍ଭୁତ ଦୃଶ୍ୟ ! ଏକାସାଙ୍ଗରେ ହେଲା ସୂର୍ଯ୍ୟାସ୍ତ-ଚନ୍ଦ୍ରୋଦୟ

author img

By

Published : Apr 17, 2022, 8:28 AM IST

ଚେନ୍ନାଇ: ଅଲୌକିକ ଦୃଶ୍ୟ ! ଆକାଶରେ ଏକାଠି ଦୃଶ୍ୟମାନ ହେଲେ ସୂର୍ଯ୍ୟ ଓ ଚନ୍ଦ୍ର । ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ କନ୍ୟାକୁମାରୀ ଠାରେ ଏକାସାଙ୍ଗରେ ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରୋଦୟ ହୋଇଛି(simultaneous sunset and moon rise ) । ଏହି ବିରଳ ଦୃଶ୍ୟ ଦେଖିବାକୁ କନ୍ୟାକୁମାରୀର ସି' ଭ୍ୟୁ ପଏଣ୍ଟ(Sea view point)ରେ ଲକ୍ଷ ଲକ୍ଷ ଲୋକ ଭିଡ ଜମାଇଥିଲେ । ଦେଶର ବିଭିନ୍ନ କୋଣଅନୁକୋଣରୁ ଅନେକ ପର୍ଯ୍ୟଟକ ମଧ୍ୟ କନ୍ୟାକୁମାରୀରେ ପହଞ୍ଚି ଦୁର୍ଲ୍ଲଭ ସୂର୍ଯ୍ୟାସ୍ତ ଓ ଚନ୍ଦ୍ର ଉଦୟ ହେଉଥିବାର ଦୃଶ୍ୟ ଦେଖିଥିଲେ ।

ଅଦ୍ଭୁତ ଦୃଶ୍ୟ ! ଏକାସାଙ୍ଗରେ ହେଲା ସୂର୍ଯ୍ୟାସ୍ତ-ଚନ୍ଦ୍ରୋଦୟ
ଅଦ୍ଭୁତ ଦୃଶ୍ୟ ! ଏକାସାଙ୍ଗରେ ହେଲା ସୂର୍ଯ୍ୟାସ୍ତ-ଚନ୍ଦ୍ରୋଦୟ

ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏହି ବିରଳ ଦୃଶ୍ୟ ଦେଖାଯାଇଥିଲା । ସୂର୍ଯ୍ୟ ପଶ୍ଚିମ ଆରବ ସାଗଗରେ ଏକ ହଳଦିଆ ରଙ୍ଗର ବଲ ପରି ବୃତ୍ତାକାର ଆକାରରେ ସମୁଦ୍ର ମଧ୍ୟରେ ଅଦୃଶ୍ୟ ହୋଇଯାଇଥିଲେ । ଠିକ୍ ସେହି ସମୟରେ ଚନ୍ଦ୍ର ଏକ ନିଆଁ ବଲ୍ ଭଳି ଉପରକୁ ଉଠିଥିଲେ । ପୂର୍ବପଟେ, ଯେଉଁଠି ବଙ୍ଗୋପସାଗର ଓ ଆକାଶ ମିଶିଥିବାର ଦେଖାଯାଏ ସେହି ପଏଣ୍ଟରେ ଚନ୍ଦ୍ରୋଦୟ ହୋଇଥିଲା । ତା' ପରେ ପୂର୍ବ ସାଗରର ଆକାଶ ଚନ୍ଦ୍ରଙ୍କ ଆଲୋକରେ ଆଲୋକିତ ହୋଇଯାଇଥିଲା । ଏହି ଦୁର୍ଲ୍ଲଭ ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ରୋମାଞ୍ଚିତ କରିଥିଲା ।

ତ୍ରିବେଣୀ ସଙ୍ଗମ(Triveni Sangamam), କନ୍ୟାକୁମାରୀ ସନସେଟ୍ ପଏଣ୍ଟ ବିଚ୍‌(Kanyakumari Sunset Point Beach)ରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ବିରଳ ସୂର୍ଯ୍ୟାସ୍ତ ଓ ଚନ୍ଦ୍ରୋଦୟ ଦେଖିଛନ୍ତି । କିନ୍ତୁ ବାଦଲ ଯୋଗୁଁ କିଛି ଲୋକ ଏହି ଦୃଶ୍ୟ ଠିକ୍ ଭାବେ ନ ଦେଖିପାରି ନିରାଶ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.