ETV Bharat / bharat

ଭାରତରେ ଅନୁପ୍ରବେଶ ଅପେକ୍ଷାରେ ୧୩୦ରୁ ଉର୍ଦ୍ଧ୍ବ ଆତଙ୍କୀ: BSF IG - ସୀମା ସୁରକ୍ଷା ବଳର ପ୍ରେସମିଟ

ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଅପେକ୍ଷା କରିଛନ୍ତି ୧୩୦ ରୁ ଉର୍ଦ୍ଧ୍ବ ଆତଙ୍କୀ । ଗୁଇନ୍ଦା ସୂଚନା ମିଳିବା ପରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ସୀମା ସୁରକ୍ଷା ବଳ । ସୂଚନା ଦେଲେ BSF IG । ଅଧିକ ପଢନ୍ତୁ

ଭାରତରେ ଅନୁପ୍ରେବଶ ଅପେକ୍ଷାରେ ୧୩୦ରୁ ଉର୍ଦ୍ଧ୍ବ ଆତଙ୍କୀ
ଭାରତୀୟ ସୀମାରେ ଅନୁପ୍ରେବଶ ପାଇଁ ଅପେକ୍ଷା କରିଛନ୍ତି ୧୩୦ ଆତଙ୍କୀ: IG BSF Kashmir
author img

By

Published : Jan 24, 2022, 8:24 PM IST

Updated : Jan 25, 2022, 10:04 AM IST

ଶ୍ରୀନଗର: ଅନ୍ତର୍ଜାତୀୟ ସୀମା ଆରପଟ ତଥା ପାକ ଅଧିକୃତ କାଶ୍ମୀରରେ ଚାଲିଛି ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ । ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ପ୍ରାୟ 104 ରୁ 135 ପାକିସ୍ତାନୀ ଆତଙ୍କବାଦୀ । loc କୁ ଲାଗି ରହିଥିବା ପାକ ଅଧିକୃତ କାଶ୍ମୀରର ଏକାଧିକ ଲଞ୍ଚପ୍ୟାଡରେ ଏହି ଆତଙ୍କୀମାନେ ସୁଯୋଗ ଅପେକ୍ଷାରେ ଜଗି ରହିଛନ୍ତି । ତେବେ ସେମାନଙ୍କ ଯୋଜନା ପଣ୍ଡ କରିବା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ କାର୍ଯ୍ୟ ଜାରି ରଖିଥିବା ସୂଚନା ଦେଇଛନ୍ତି BSF IG ରାଜା ବାବୁ ସିଂ ।

ଶ୍ରୀନଗରର BSF ମୁଖ୍ୟାଳୟରେ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ଆଇଜି ସିଂ କହିଛନ୍ତି, ଗତ ବର୍ଷ ଫେବୃଆରୀରେ ଅସ୍ତ୍ରବିରତି ଉଲ୍ଲଂଘନ ପରେ 2021ରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ସ୍ଥିତି ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଆସିଛି । କିନ୍ତୁ ବର୍ତ୍ତମାନର ଗୁଇନ୍ଦା ତଥ୍ୟ ଅନୁସାରେ ଅତି କମରେ ପ୍ରାୟ ୧୩୦ ଜଣ ଆତଙ୍କବାଦୀ ସୀମା ଆରପଟେ ଅନୁପ୍ରବେଶ ଅପେକ୍ଷାରେ ଜଗି ବସିଛନ୍ତି ।

ଏପରି ସୂଚନା ହସ୍ତଗତ ହେବା ପରେ ଭାରତୀୟ ସୀମା ସୁରକ୍ଷା ବଳ ପକ୍ଷରୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । କାଶ୍ମୀରରେ ବିଏସଏଫ 96 କିଲୋମିଟର ଦୀର୍ଘ ସୀମାର ସୁରକ୍ଷା ଓ ପାଟ୍ରୋଲିଂ ପାଇଁ ଡ୍ରୋନ ବ୍ୟବହାର ଉପରେ ଗୁଗୁତ୍ବ ଦେଉଛି । ସୀମା ସୁରକ୍ଷା ବଳ ଦ୍ବାରା ବର୍ତ୍ତମାନ ସୁଦ୍ଧା ଡ୍ରୋନ ବ୍ୟବହାର କରାଯାଇ ନଥିବା ବେଳେ ପରିସ୍ତିତିକୁ ଦୃଷ୍ଟିରେ ରଖି BSF ମଧ୍ୟ ଡ୍ରୋନ କିଣିବା ଓ ବର୍ଡରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ମୂତୟନ କରିବା ଉପରେ ଗୁରୁତ୍ବ ଦେଉଥିବା ମଧ୍ୟ IG ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ତାଲିବାନର ଆଫଗାନିସ୍ତାନ ଦଖଲ କରିବା ପରେ ଜମ୍ମୁ କାଶ୍ମୀରରେ ଏହାର ପ୍ରଭାବ ପଡିବ ବୋଲି ରକ୍ଷା ବିଶେଷଜ୍ଞ ମାନେ ଅନୁମାନ କରୁଥିବା ବେଳେ ସେନାର ସକ୍ରିୟତା ପାଇଁ ଆତଙ୍କୀ ଶିବିରରେ ସେପରି କିଛି ପ୍ରଭାବ ପଡିନଥିବା ମଧ୍ୟ ଦେଖିବାକୁ ମିଳିଛି । ପରିସ୍ଥିତି ଉପରେ ସୀମା ସୁରକ୍ଷା ବଳ ଓ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛନ୍ତି ।

ଗତ ବର୍ଷ (୨୦୨୧) ରେ ବିଏସଏଫ ଦ୍ୱାରା loc ନିକଟବର୍ତ୍ତୀ ସ୍ଥାନରେ 88 କୋଟି ଟଙ୍କା ମୂଲ୍ୟର 17.3 କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଥିଲା । ସୀମା ସୁରକ୍ଷା ବଳ LoC ରେ କୌଣସି ପ୍ରକାର ଅନୁପ୍ରବେଶକୁ ପଣ୍ଡ କରିବା ପାଇଁ ସମ୍ପୂର୍ଣ୍ଣ ଅଭିଯାନ ଚଳାଇଥିବା ମଧ୍ୟ BSF ଆଇଜି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2022, 10:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.