ETV Bharat / bharat

Sopore Encounter: 2 ଆତଙ୍କୀ ସଫା, ଅପରେସନ ଜାରି

ଦକ୍ଷିଣ କାଶ୍ମୀରର ସୋପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ଏନକାଉଣ୍ଟର (security forces action in jk) । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ । ଅଧିକ ପଢନ୍ତୁ

Sopore encounter:2 ଆତଙ୍କୀ ସଫା, ଅପରେସନ ଜାରି

author img

By

Published : Aug 31, 2022, 10:49 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପୁର ଜିଲ୍ଲାରେ ଜାରି ରହିଥିବା ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନ (security forces action in jk) ରେ 2 ଜଣ ଆତଙ୍କୀଙ୍କୁ ନିପାତ କରାଯାଇଛି । (terrorist killed in jk)। ଆଜି ସୋପୁରରେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସୁରକ୍ଷା ବଳ ସଫଳତା ପାଇଛି ।

ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେବ ଆତଙ୍କବାଦୀ ନିରୋଧି ଅଭିଯାନ (anti terror mission)କୁ ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଜୋରଦାର କରାଯାଇଥିବା ବେଳେ ଗୁଇନ୍ଦା ସୁଚନା ଆଧାରରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରୁଛି ସୁରକ୍ଷା ବଳ (security forces action in j&k)। ଗତ କିଛି ଦିନ ମଧ୍ୟରେ ସୁରକ୍ଷାବଳକୁ ଗୋଟିଏ ପରେ ଗୋଟିଏ କ୍ରମାଗତ ସଫଳତା ମିଳିବାରେ ଲାଗିଛି ।

  • By targeting innocent civilians including women & kids, unarmed policemen & outside labourers, terrorists can’t deter our efforts to bring peace in valley. Our CT operations will continue simultaneously in all 3 regions of Kashmir specially against foreign terrorists: IGP Kashmir

    — Kashmir Zone Police (@KashmirPolice) June 19, 2022 " class="align-text-top noRightClick twitterSection" data=" ">

କାଶ୍ମୀର ପୋଲିସ ଟ୍ବିଟରେ କହିଛି, ଏହି ଆତଙ୍କୀମାନେ ନିକଟରେ ଘାଟିରେ ହୋଇଥିବା ଏକାଧିକ ଆକ୍ରମଣରେ ସାମିଲ ଥିଲେ । ସ୍ଥାନୀୟ ପୋଲିସ ସେମାନଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଜାରି ରଖିଛି । ପୋଲିସର ଆତଙ୍କୀ ନିରୋଧୀ ଅପରେସନକୁ ବ୍ୟାପକ ଭାବେ ଜାରି ରହିଛି । ଖାସ କରି ସୀମାପାର ଆତଙ୍କୀଙ୍କୁ ନିପାତ କରିବା ପାଇଁ ଏହି ଅପରେସନକୁ ବ୍ୟାପକ ଓ ତ୍ବାରାନ୍ବିତ କରାଯାଇଥିବା କାଶ୍ମୀର ଜୋନ ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି । ନିକଟରେ ହୋଇଥିବା ଆତଙ୍କବାଦୀ ନିରୋଧୀ ଅପରେସନରେ କ୍ରମାଗତ ଭାବେ ଭାରତୀୟ ସୁରକ୍ଷାବଳ ସଫଳତା ପାଇବାରେ ଲାଗିଛି । ଏକାଧିକ ଆତଙ୍କୀ ମଧ୍ୟ ସେନା ଗୁଳିରେ ଟଳି ସାରିଲେଣି । ଆଜି ଦୁଇ ଆତଙ୍କୀ ସଫା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.