ETV Bharat / bharat

ସୋପିଆନରେ CRPF ଯବାନଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ, ଜଣେ ଯବାନ ଆହତ - ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ

ଜମ୍ମୁ କଶ୍ମୀର ସୋପିଆନରେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ସୋପିଆନରେ CRPFଙ୍କୁ ଆତଙ୍କୀଙ୍କ ଆକ୍ରମଣ
ସୋପିଆନରେ CRPFଙ୍କୁ ଆତଙ୍କୀଙ୍କ ଆକ୍ରମଣ
author img

By

Published : Aug 10, 2021, 8:30 AM IST

ଶ୍ରୀନଗର: ମାତିଛନ୍ତି ଆତଙ୍କବାଦୀ । ସୀମାରେ ଘଟଣାଇ ଚାଲିଛନ୍ତି ବର୍ବରକାଣ୍ଡ । ଦକ୍ଷିଣ କାଶ୍ମୀରର ସୋପିଆନ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

ସୂଚନାଅନୁସାରେ, ସୋପିଆନା ଜିଲ୍ଲା କ୍ରାଲଚକ ଜିନାପୁରା ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫଙ୍କ ଉପରକୁ ଆଖିବୁଜି ଗୁଳି ଚଲାଇଥିଲେ । ସିଆରପିଏଫ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ଏହା ପୂର୍ବରୁ ଅଗଷ୍ଟ ୫ ତାରିଖରେ ଦକ୍ଷିଣ ଜମ୍ମୁ କାଶ୍ମୀର ବାରମ୍ମୁଲା ଅଞ୍ଚଳର ମୁଖ୍ୟ ଛକରେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ଆତଙ୍କୀଙ୍କ ଏହି ଆକ୍ରମଣରେ କାହାର କିଛି କ୍ଷତି ହୋଇନଥିଲା । ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳରେ ଜୋରଦାର ଅପରେସନ ଜାରି ହୋଇଥିଲା । ଲଗାତର କିଛି ଦିନ ହେବ ସୀମାରେ ଆତଙ୍କବାଦୀଙ୍କ ଉତ୍ପାତ ବଢିବାରେ ଲାଗିଛି । ସେମାନଙ୍କ କାର୍ଯ୍ୟକଳାପକୁ ଦମନ କରିବାକୁ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

ପ୍ରକାଶ ଥାଉ କି, ଜୁଲାଇ ୩୧ରେ ପୁଲୱାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ । ଏହା ସହିତ କୁଲଗାମ, ସୋପୋରେ ହଣ୍ଡୱାରା ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲଗାତାର ଭାବେ ସଫଳତା ହାସଲ କରିଥିଲେ ।

ଜୁଲାଇ ୨ ରେ ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ସେନା ଗୁଳିରେ ଏକାବେଳେ ଟଳିଥିଲେ ପାଞ୍ଚ ଆତଙ୍କୀ । ଚଳିତ ବର୍ଷ ପାଖାପାଖି ୮୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା, ଯାହା ଏକ ବଡ ସଫଳତା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.