ETV Bharat / bharat

ପୋଲିସ ଓ ସୁରକ୍ଷାବଳର ମିଳିତ ଚଢ଼ାଉ, ୩ ଆତଙ୍କବାଦୀଙ୍କ ସମେତ ୭ ଗିରଫ - ସୋପରରେ ପୋଲିସ ଓ ସୁରକ୍ଷା ବାହିନୀଙ୍କ ମିଳିତ ଚଢ଼ାଉ

ଜମ୍ମୁ କାଶ୍ମୀରରେ ସୋପରର ଦଙ୍ଗୱାଚି ଅଞ୍ଚଳରେ ୩ ଆତଙ୍କବାଦୀଙ୍କ ସମେତ ୭ ଜଣଙ୍କୁ ଗିରଫ କଲା ସୁରକ୍ଷା ବାହିନୀ । ବିପୁଳ ମାରଣାସ୍ତ୍ର ଜବତ । ଅଧିକ ପଢ଼ନ୍ତୁ

AI-Badr militants arrested in Sopore
ପୋଲିସ ଓ ସୁରକ୍ଷା ବାହିନୀଙ୍କ ମିଳିତ ଚଢ଼ାଉ, 3 ଆତଙ୍କବାଦୀ ଗିରଫ
author img

By

Published : Feb 12, 2022, 4:02 PM IST

Updated : Feb 12, 2022, 7:48 PM IST

ଶ୍ରୀନଗର: ଉତ୍ତର କାଶ୍ମୀରର ସୋପରର ଦଙ୍ଗୱାଚି ଅଞ୍ଚଳରେ ସୁରକ୍ଷାବଳକୁ ବଡ ସଫଳତା । AI-Badr ର ତିନି ଆତଙ୍କବାଦୀ ଓ ୪ ସହଯୋଗୀଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି ସୁରକ୍ଷା ବାହିନୀ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ର ଜବତ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୋପୋର ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଚଢ଼ାଉ ବେଳେ AI-Badr ପୋଷାକର ତିନିଜଣ ସକ୍ରିୟ ଆତଙ୍କବାଦୀଙ୍କ ସମେତ ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ଗିରଫ ଆତଙ୍କବାଦୀମାନେ ରାୱୋଚା ରାଫିଆବାଦର ୱାରିସ୍ ତନ୍ତ୍ରା, ନୋପୋରା ସୋପୋରର ଆମୀର ସୁଲତାନ ୱାନି ଏବଂ ଚଣ୍ଟିପୋରା ହ୍ୟାଣ୍ଡୱାରାର ତାରିକ ଅହମ୍ମଦ ଭଟ୍ଟ ବୋଲି ପ୍ରାଥମିକ ଭାବେ ପୋଲିସ ଜାଣିବାକୁ ପାଇଛି ।

ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗୁଳି ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ତଦନ୍ତ ଆରମ୍ଭ କରାଯାଇଛି । ପଚରାଉଚରା ବେଳେ ସେମାନଙ୍କ ନିକଟରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବା ନେଇ ପୋଲିସ ଆଶା ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2022, 7:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.