ETV Bharat / bharat

ତ୍ରିପୁରାରେ ଉଗ୍ରବାଦୀ ଆକ୍ରମଣ, ୨ BSF ଯବାନ ଶହୀଦ - ତ୍ରିପୁରାରେ ଉଗ୍ରବାଦୀ ଆକ୍ରମଣ

ମଙ୍ଗଳବାର ବାଂଲାଦେଶ ସୀମା ସଂଲଗ୍ନ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବିଏସଏଫ ଯବାନଙ୍କୁ ଉଗ୍ରବାଦୀ କରିଛନ୍ତି ଆକ୍ରମଣ । ଘଟଣାରେ ୨ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ତ୍ରିପୁରାରେ ଉଗ୍ରବାଦୀ ଆକ୍ରମଣ, ୨ BSF ଯବାନ ଶହୀଦ

author img

By

Published : Aug 3, 2021, 9:55 PM IST

ଅଗରତାଲା: ତ୍ରିପୁରାରେ ସୁରକ୍ଷାକର୍ମୀଙ୍କ ନିଦ ହଜାଇଦେଇଛନ୍ତି ଉଗ୍ରବାଦୀ । ମଙ୍ଗଳବାର ବାଂଲାଦେଶ ସୀମା ସଂଲଗ୍ନ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବିଏସଏଫ ଯବାନଙ୍କୁ ଉଗ୍ରବାଦୀ କରିଛନ୍ତି ଆକ୍ରମଣ । ଘଟଣାରେ ୨ ଯବାନ ଶହୀଦ ହୋଇଛନ୍ତି ।

ବିଏସଏଫର ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବାଂଲାଦେଶ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଉଗ୍ରବାଦୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ବିଏସ୍ଏଫ୍ ସବ୍-ଇନ୍ସପେକ୍ଟର ଏବଂ କନଷ୍ଟେବଳ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷେ ଆକ୍ରମଣର କଡା ଜବାବ ଦେଇଥିଲେ ଭାରତୀୟ ଯବାନ।

ଘଟଣାସ୍ଥଳରୁ ମିଳିଥିବା ରକ୍ତ ଚିହ୍ନରୁ ଜଣାପଡିଛି ଯେ ଏଥିରେ ଉଗ୍ରବାଦୀମାନେ ମଧ୍ୟ ଆହତ ହୋଇଛନ୍ତି। ତେବେ ସେମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଶହୀଦ ବିଏସ୍ଏଫ ଯବାନ ହେଉଛନ୍ତି ସବ୍-ଇନ୍ସପେକ୍ଟର ଭୁରୁ ସିଂ ଏବଂ କନଷ୍ଟେବଳ ରାଜକୁମାର ।

ଏହି ଘଟଣା ପରଠାରୁ ସମଗ୍ର ଅଞ୍ଚଳର ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ, ଆକ୍ରମଣ ପରେ ଉଗ୍ରବାଦୀମାନେ ବାଂଲାଦେଶ ସୀମା ପାର ହୋଇ ପଳାଇଥିବା ଜଣାପଡିଛି।

ଏହା ପ୍ରଥମ ଥର ପାଇଁ ତ୍ରିପୁରାରେ ଉଗ୍ରବାଦୀ ଆକ୍ରମଣ ଘଟଣା । ଯଦିଓ 80 ଏବଂ 90 ଦଶକରେ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (NLFT) ଏବଂ ତ୍ରିପୁରା ଟାଇଗର ଫୋର୍ସ ସକ୍ରିୟ ଥିଲେ ମଧ୍ୟ ସୁରକ୍ଷା ବାହିନୀର ଜୋରଦାର ଅପରେସନ ପରେ ଉଭୟ ସଂଗଠନର ମୂଳୋତ୍ପାଟନ ହୋଇଛି । ଏହି ଦୁଇ ଉଗ୍ରବାଦୀ ସଂଗଠନ ବାଂଲାଦେଶ ସୀମାରୁ ଉଗ୍ରବାଦ କାର୍ଯ୍ୟକଳାପ ଚଳାଉଥିଲେ ଏବଂ ସେଠାରେ ସେମାନଙ୍କର କ୍ୟାମ୍ପ ରହିଥିଲା।

କିଛି ବର୍ଷ ପୂର୍ବେ ବାଂଲାଦେଶ ସେନା ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେବେଠାରୁ ଏହି ଉଗ୍ରବାଦୀ ସଂଗଠନଗୁଡ଼ିକ ନିଷ୍କ୍ରିୟ ହୋଇଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.