ଚଣ୍ଡିଗଡ: ସୋମବାର ବିଳମ୍ବିତ ରାତିରେ ହରିୟାଣାର ଝାଜରରେ ଭୂକମ୍ପ ଝଟକ ଅନୂଭୁତ ହୋଇଛି। ଏହାର ପ୍ରଭାବରେ ନୂଆଦିଲ୍ଲୀର ଆଖପାଖ ଅଞ୍ଚଳ ମଧ୍ୟ ସାମାନ୍ୟ ଥରି ଉଠିଥିଲା ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ ହରିୟାଣାର ଝାଜରର 10 କିଲୋମିଟର ଉତ୍ତରରେ 3.7 ତୀବ୍ରତାର ଭୂକମ୍ପ ଘଟିଛି।
ଏନେଇ ଟ୍ବିଟ ଯୋଗେ ସୂଚନା ଦେଇ କୁହାଯାଇଛି ଯେ ଗତକାଲି ରାତି 10ଟା 36 ମିନିଟରେ ହରିୟାଣାର ଝାଜରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । କ୍ଷୟକ୍ଷତି ନେଇ କୌଣସି ବି ସୂଚନା ହସ୍ତଗତ ହୋଇନାହିଁ ।
@ANI