ETV Bharat / bharat

ଆନ୍ଧ୍ରରେ ପ୍ରବାସୀ ଓଡିଆ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ସାଥୀ ଶ୍ରମିକ

author img

By

Published : Jul 30, 2021, 8:42 PM IST

ପଡୋଶୀ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଓଡିଶାରୁ ଯାଇ ଦାଦନ ଖଟୁଥିବା ୬ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟଣା ସୃଷ୍ଟି କରିଛି ଚାଞ୍ଚଲ୍ୟ । ସାଥୀ ଶ୍ରମିକଙ୍କ ବୟାନ ପରେ ସୃଷ୍ଟି କଲା ସନ୍ଦେହ । ଅଧିକ ପଢନ୍ତୁ...

ଆନ୍ଧ୍ରରେ ପ୍ରବାସୀ ଓଡିଆ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ସାଥୀ ଶ୍ରମିକ
ଆନ୍ଧ୍ରରେ ପ୍ରବାସୀ ଓଡିଆ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ସାଥୀ ଶ୍ରମିକ

ଭୁବନେଶ୍ବର: ପଡୋଶୀ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାକୁ ଦୋହଲାଇଦେଇଛି ଓଡିଶାରୁ ଯାଇ ଦାଦନ ଖଟୁଥିବା ୬ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟଣା । ସମଗ୍ର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । କିଭଳି ଓ କେଉଁ ପରିସ୍ଥିତିରେ ଶ୍ରମିକଙ୍କ ମୃତ୍ୟୁ ଘଟିଲା, ତାକୁ ନେଇ ଉଠିଛି ପ୍ରଶ୍ନ ।

ଗୁରୁବାର ମଧ୍ୟରାତ୍ରର ଘଟଣା

ଗୁରୁବାର ମଧ୍ୟରାତ୍ରରେ ଗୁଣ୍ଟୁର ଲଙ୍କାବଣୀ ସ୍ଥିତ ରାପେଲ ଅଞ୍ଚଳକୁ ଥରାଇ ଦେଇଥିଲା ଶ୍ରମିକଙ୍କ ଚିତ୍କାର । ଚିଙ୍ଗୁଡି ଘେରିରେ କାମ କରୁଥିବା ବେଳେ ଅଚାନକ ନିଆଁରେ ପୋଡିହୋଇଯାଇଥିଲେ ଶ୍ରମିକ । ଶ୍ରିମ୍ପ ପୋଖରୀରେ ଶ୍ରମିକମାନେ କାମ କରୁଥିବା ସମୟରେ ଘଟିଥିଲା ଏହି ଛାତିଥରା ଘଟଣା ।

ଘଟଣାରେ ପୋଲିସର ତଦନ୍ତ

ଶ୍ରମିକଙ୍କ ମୃତ୍ୟୁ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲା ପୋଲିସ । ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବୟାନ ଦେଇଥିଲେ ସ୍ଥାନୀୟ ବାସିନ୍ଦା ।

ସମସ୍ତ ମୃତକ ପ୍ରବାସୀ ଓଡିଆ ଶ୍ରମିକ

ଗୁଣ୍ଟୁର ଘଟଣାରେ ପ୍ରାଣ ହରାଇଛନ୍ତି ୬ ଶ୍ରମିକ । ଆଉ ସମସ୍ତେ ରାୟଗଡା ଜିଲ୍ଲାର ବୋଲି ଜଣାପଡିଛି । ମୃତକ ୬ ଶ୍ରମିକ ରାୟଗଡାର ନବୀନ ସବଲ, ରାମମୂର୍ତ୍ତୀ ଗମାଙ୍ଗ, କିରଣ, ମନୋଜ, ପାଣ୍ଡବ ଏବଂ ମହେନ୍ଦ୍ର ବୋଲି ମିଳିଛି ପରିଚୟ ।

ହତ୍ୟା ଅଭିଯୋଗ ଆଣିଲେ ସାଥୀ ଶ୍ରମିକ

ଶ୍ରମିକଙ୍କ ମୃତ୍ୟୁ ଘଟଣା ନେଇ ଇଟିଭି ଭାରତ ଆଗରେ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ସାଥୀ ଶ୍ରମିକ । ଜଣେ ଶ୍ରମିକ କହିଛନ୍ତି, ''ଘର ସମ୍ପୂର୍ଣ୍ଣ ଜଳୁଥିଲା । କେହି ବି କବାଟ ଭାଙ୍ଗିବାକୁ ସାହସ କରୁନଥିଲେ । କବାଟ ଭାଙ୍ଗିଥିଲେ ସେମାନଙ୍କୁ ବଞ୍ଚାଯାଇପାରିଥାନ୍ତା ।'' ସେହିପରି ଅନ୍ୟଜଣେ ସାଥି ଶ୍ରମିକଙ୍କ ବୟାନ ଅନୁଯାୟୀ, ରାତି ୧୧ଟାରେ ଶୋଇଥୁଲୁ । ଉଠି ଦେଖିଲୁ ନିଆଁ ଜଳୁଛି । ନିଆଁ ଲିଭାଇବା ପାଇଁ ଲାଇଟ ବନ୍ଦ କରିଦିଆଯାଇଥିଲା । ରୁମ ବାହାରପଟୁ ବନ୍ଦ କରାଯାଇଥିଲା । କବାଟ ଭାଙ୍ଗି ବାହାରକୁ ଆସିଥିଲୁ ।'' । ଯିଏ ଏହି କାମ କରିଛି ସେମାନଙ୍କୁ ଫାଶି ଦିଆଯାଉ ବୋଲି ଦାବି କରିଛନ୍ତି ସାଥୀ ଶ୍ରମିକ ।

ବିଦ୍ୟୁତ ବିଭାଗର ବୟାନ

ଘଟଣାକୁ ନେଇ ବିଦ୍ୟୁତ ବିଭାଗ ମଧ୍ୟ ମୁହଁ ଖୋଲିଛି । ସଟସର୍କିଟର କାରଣ ବିଦ୍ୟୁତ ତାର ଛିଣ୍ଡି ପଡିଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଥିବା ବେଳେ ବିଦ୍ୟୁତ ବିଭାଗ ଏହାକୁ ଖଣ୍ଡନ କରି ଭିନ୍ନ ଯୁକ୍ତି ବାଢୁଛି ।

ଦୁର୍ଘଟଣା ନାଁ ହତ୍ୟା ?

ଦୁର୍ଘଟଣାକୁ ସସପେନ୍ସ ଲାଗିରହିଛି । ଘଟଣାସ୍ଥଳକୁ ଗଣମାଧ୍ୟମକୁ ପ୍ରବେଶ କରିବାକୁ ପୋଲିସ ଅନୁମତି ଦେଉନଥିବା ମାମଲାକୁ ଆହୁରି ସନ୍ଦେହ ଘେରକୁ ଟାଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.