ଶ୍ରୀନଗର: ସ୍ବାଧୀନତା ଦିବସ ପର୍ବରୁ ସୀମାରେ ଆତଙ୍କୀଙ୍କ ଉତ୍ପାତ । ରକ୍ତର ହୋଲି ଖେଳୁଛନ୍ତି ଆତଙ୍କବାଦୀ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛନ୍ତି ଆତଙ୍କୀ । ଜମ୍ମୁ କଶ୍ମୀର ବାନ୍ଦୀପୋରା ସଦୁନାରା ସୋନାୱାରିରେ ଆତଙ୍କୀଙ୍କ ଗୁଳିରେ ଜଣେ ପ୍ରବାସୀ ଶ୍ରମିକଙ୍କର ଜୀବନ ଯାଇଛି । ଶ୍ରମିକ ଜଣକ ବିହାରର ମହମ୍ମଦ ଅମରେଜ ହୋଇଥିବା ଜଣାପଡିଛି ।
ଆତଙ୍କୀଙ୍କ ଗୁଳିମାଡରେ ମହମ୍ମଦ ଅମରେଜକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି (ଗୁରୁବାର) ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆତଙ୍କୀ ପ୍ରବାସୀ ଶ୍ରମିକ ମହମ୍ମଦ ଅମରେଜ ଉପରକୁ ଗୁଳି ଚଳାଇଥିଲେ । ଡାକ୍ତରଖାନାରେ ଚିକିତ୍ସୀଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଟ୍ବିଟ କରି କହିଛି କଶ୍ମୀର ଜୋନ ପୋଲିସ । ରଜୌରୀ ଦାରହାଲ ଅଞ୍ଚଳର ସେନା ଶିବିରରୁ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣକୁ ମାତ୍ର କିଛି ଘଣ୍ଟା ନ ପୁରୁଣ ଏକାଣ୍ଡ ଭିଆଇଛନ୍ତି ଆତଙ୍କୀ ।
ଏହା ବି ପଢନ୍ତୁ...ରଜୌରୀ ଆତଙ୍କୀ ଆକ୍ରମଣ, ଆଉ ଜଣେ ଚିକିତ୍ସାଧୀନ ଯବାନ ଶହୀଦ
ପ୍ରକାଶ ଥାଉ କି, ଗତକାଲି (ଗୁରୁବାର) ରଜୌରୀ ଜିଲ୍ଲାର 25 କିମି ଦୂର ଦରହାଲରେ ଉରି ଆକ୍ରମଣ ଭଳି ଏକ ବଡ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଅଘଟଣକୁ ପଣ୍ଡ କରିଥିଲା ସୁରକ୍ଷାକର୍ମୀ । ଏହି ଅପରେସନରେ 4 ଜଣ ଯବାନ ଶହୀଦ ହୋଇଥିଲେ । ଅନ୍ୟ 4 ଜଣ ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । 2 ଆତଙ୍କୀଙ୍କୁ ନିପାତ କରିବାର ସଫଳ ହୋଇଥିଲା ସୁରକ୍ଷାବାହିନୀ ।