ETV Bharat / bharat

ଗୁଡ଼ ତିଆରି କାରଖାନାରେ ଅଗ୍ନିକାଣ୍ଡ; ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୩ ଗୁରୁତର - odisha labourer died in jedarpalayam

ଜେଦାରପାଲୟମ ଅଗ୍ନିକାଣ୍ଡ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୩ ଶ୍ରମିକ ଚିକିତ୍ସାଧୀନ ରହିଛନ୍ତି । ତାମିଲନାଡୁ ଜେଦାରପାଲୟମ ସହ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି । ଅଧିକ ପଢନ୍ତୁ

Odisha state labourer killed in Jedarpalayam hut burning incident
ଜେଦାରପାଲୟମ ଅଗ୍ନିକାଣ୍ଡରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୩ ଗୁରୁତର
author img

By

Published : May 17, 2023, 3:54 PM IST

ଚେନ୍ନାଇ: ଅଗ୍ନିକାଣ୍ଡରେ ଚାଲିଗଲା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଜୀବନ । ତାମିଲନାଡୁ ଜେଦାରପାଲୟମ ସ୍ଥିତ ଗୁଡ଼ ତିଆରି କାରଖାନାରେ ଗତ ୧୩ ତାରିଖ ଦିନ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ସଙ୍କଟାପନ୍ନ ଅବସ୍ଥାରେ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଜାରି ରହିଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁଧବାର କରୁର ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ୩ଜଣଙ୍କ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡ଼ାକ୍ତର । ତେବେ ମୃତକ ଜଣଙ୍କ ଓଡ଼ିଆ ଶ୍ରମିକ ହୋଇଥିବାବେଳେ ତାଙ୍କ ନାଁ ଟି ରାକେଶ ବୋଲି ଜଣାପଡ଼ିଛି । ରାକେଶଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଶରୀରର ୮୦ ପ୍ରତିଶତ ଭାଗ ପୋଡ଼ି ଯାଇଥିବା ଛତିଶଗଡ଼ର ଶ୍ରମିକ ଗୋକୁଳଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ସେହିପରି ଛତିଶଗଡ଼ର ଯଶବନ୍ତ ଏବଂ ସୁଖୁରାମଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ସମସ୍ତ ପ୍ରବାସୀ ଶ୍ରମିକ ରୋଜଗାର ନିମନ୍ତେ ନିଜ ରାଜ୍ୟ ଛାଡ଼ି ତାମିଲନାଡ଼ୁରେ ଗୁଡ଼ ତିଆରି କାରଖାନାରେ କାମ କରୁଥିଲେ । ଅଗ୍ନିକାଣ୍ଡରେ ରାକେଶଙ୍କ ଅକାଳ ବିୟୋଗକୁ ନେଇ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଅଗ୍ନିକାଣ୍ଡର ଦିନକ ପରେ ବିପନ୍ନଙ୍କ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ନମକ୍କାଲ ଜିଲ୍ଲାପାଳ ଶ୍ରେୟା ପି ସିଂ । ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ସେପଟେ ଅଗ୍ନିକାଣ୍ଡ କିପରି ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏହା ଆରସନ୍ ଆଟାକ ହୋଇଥିବା ନେଇ ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ, ଆତଙ୍କୀ କାର୍ଯ୍ୟକଳାପ କାରଣରୁ କିମ୍ବା ଯୋଜନାବଦ୍ଧଭାବେ ଅଗ୍ନିକାଣ୍ଡ ଘଟାଇବାକୁ ଆରସନ୍ ଆଟାକ କୁହାଯାଏ । ଏହାକୁ ଦୃଷ୍ଟିରେ ରଖି କାରଖାନା ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନମକ୍କାଲ, ସାଲେମ, ଏରୋଡ, ଧର୍ମପୁରୀ, କ୍ରିଷ୍ଣାନଗରୀ ଆଦି ଜିଲ୍ଲା ଗୁଡ଼ିକରେ ୬୦୦ ରୁ ଉର୍ଦ୍ଧ୍ବ ପୋଲିସ ନିୟୋଜିତ ରହିବା ସହ ପାଟ୍ରୋଲିଂ କରୁଥିବା ଜଣାପଡ଼ିଛି ।

ଏହାସହ ଜେଦାରପାଲୟମର ବିଭିନ୍ନ ସ୍ଥାନରେ ଚେକପୋଷ୍ଟ କରାଯାଇ ଅଞ୍ଚଳକୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକର ଯାଞ୍ଚ କରାଯାଉଛି । ଆତଙ୍କୀ ହମଲାର ଆଶଙ୍କା ରହିଥିବାରୁ ଘଟଣାକୁ ଗୁରୁତର ସହ ନେଇଛି ପ୍ରଶାସନ । ଖୁବଶୀଘ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଗ୍ନିକାଣ୍ଡରେ ସଂପୃକ୍ତ ସନ୍ଦେହରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.