ETV Bharat / bharat

ମୋଦିଙ୍କ ମା’ଙ୍କ ପାଇଁ ଲଞ୍ଚ ହେଲା ମାଇକ୍ରୋସାଇଟ, ହୀରାବେନଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Mar 11, 2023, 10:12 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସିଆଲ ୱେବସାଇଟରେ ମାଆ ହୀରାବେନଙ୍କ ସ୍ମୃତିରେ 'ମା' ନାମକ ଏକ ମାଇକ୍ରୋସାଇଟର ଶୁଭାରମ୍ଭ କରାଯାଇଛି । ଅଧିକ ପଢ଼ନ୍ତୁ

microsite on pm modi mother
ହୀରାବେନଙ୍କ ସ୍ମୃତିରେ ଲଞ୍ଚ ହେଲା ମାଇକ୍ରୋସାଇଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୱେବସାଇଟରେ 'ମା' ନାମକ ଏକ ମାଇକ୍ରୋସାଇଟ ଲଞ୍ଚ ହୋଇଛି । ଯେଉଁଥିରେ ତାଙ୍କ ମାଆଙ୍କ ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ଘଟିଥିଲା । ମାଇକ୍ରୋସାଇଟ 'ମା' ସ୍ବର୍ଗକ ହୀରାବେନଙ୍କୁ ସମର୍ପିତ କରାଯାଇଛି । ଏହି ମାଇକ୍ରୋସାଇଟ ମାତୃତ୍ବର ଅତୁଟ ଭଲପାଇବାକୁ ପ୍ରକାଶ କରିବା ସହ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ପରେ ସମଗ୍ର ବିଶ୍ବରୁ ବିଶିଷ୍ଟ ବ୍ୟକ୍ତିବିଶେଷ ସମବେଦନା ଜଣାଇଥିଲେ । ଗତ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ବ ମହିଳା ଦିବସ ପାଳନ କରୁଥିବାରୁ ହୀରାବେନଙ୍କ ସ୍ମୃତିରେ ଏହି ମାଇକ୍ରୋସାଇଟ ଲଞ୍ଚ କରାଯାଇଛି । ଏହି ମାଇକ୍ରୋସାଇଟରେ ମାଆ ଓ ପୁଅଙ୍କ ମଧ୍ୟରେ ଥିବା ସ୍ନେହ, ପ୍ରେମ ଓ ଅତୁଟ ବନ୍ଧନକୁ ଦର୍ଶାଯାଇଛି । ଏଥିରେ ହୀରାବେନଙ୍କ କିଛି ଭିଡ଼ିଓ ଏବଂ ବଛାବଛା ଉଦାହରଣ ରହିଛି । ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ଏକ ବିଶେଷ ବ୍ଲଗ ମଧ୍ୟ ରହିଛି । ଯେଉଁଥିରେ ମୋଦି ତାଙ୍କ ମାଆଙ୍କ ଜୀବନି ଉପରେ ୧୦୦ ବର୍ଷ ଜନ୍ମଦିନ ଅବସରରେ ଲେଖିଥିଲେ । ଏହି ବ୍ଲଗ ହିନ୍ଦୀ ଭାଷାରେ ବର୍ଣ୍ଣିତ ଅଡ଼ିଓ ସଂସ୍କରଣ ମଧ୍ୟ ରହିଛି ।

ମାଇକ୍ରୋୱେବସାଇଟରେ ହୀରାବେନ ମୋଦିଙ୍କ ଜୀବନ ଏବଂ ଯାତ୍ରା ନେଇ ଚାରୋଟି ବିଭାଗରେ ବିଭକ୍ତ କରାଯାଇଛି । ସାର୍ବଜନୀନ ଜୀବନ, ଦେଶ ମନେ ରଖିଛି, ବିଶ୍ବ ମାତୃତ୍ବକୁ ସମବେଦନା ଜଣାଉଛି ଏବଂ ମାତୃତ୍ବ ଉତ୍ସବ ପାଳନ କରୁଛି । 'ଲାଇଫ ଇନ ପବ୍ଲିକ ଡୋମେନ' ବିଭାଗରେ ଅନେକ ଫଟୋ ଏବଂ ଭିଡ଼ିଓ ରହିଛି । ଯେଉଁଥିରେ ହୀରାବେନଙ୍କ ସରଳ ଜୀବନଯାପନକୁ ବର୍ଣ୍ଣନା କରୁଛି । ଏହି ବିଭାଗରେ ମୋଦିଙ୍କ ସହ ବିଭିନ୍ନ ବ୍ଲଗ, ମାଆଙ୍କ ସାକ୍ଷାତକାର ଏବଂ ତାଙ୍କ ପବିତ୍ର ସମ୍ପର୍କକୁ ଦର୍ଶାଉଥିବା ସାର୍ବଜନୀନ କଳାକୃତି ମଧ୍ୟ ରହିଛି ।

'ଦେଶ ମନେ ରଖିଛି' ବିଭାଗରେ ହୀରାବେନଙ୍କ ଦେହାନ୍ତ ନେଇ ବିଶ୍ବର ବିଶିଷ୍ଟ ବ୍ୟକ୍ତିବିଶେଷ ଜଣାଇଥିବା ସମବେଦନା ବାର୍ତ୍ତା ଦେଖିବାକୁ ମିଳିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ଅନେକ ବିଶିଷ୍ଟ ନେତାଙ୍କ ଟ୍ବିଟ ଓ କିଛି ଶୋକବାର୍ତ୍ତା 'ୱାର୍ଲ୍ଡ କଣ୍ଡୋଲ୍ସ' ବିଭାଗରେ ରହିଛି ।

'ମାତୃତ୍ବ ଉତ୍ସବ' ନାମକ ଏକ ସ୍ବତନ୍ତ୍ର ପୃଷ୍ଠା ରହିଛି । ଏଥିରେ ମାଆମାନଙ୍କୁ ଦିଆଯିବାକୁ ଥିବା ଇ-କାର୍ଡ ତିଆରି କରିବାର ବ୍ୟବସ୍ଥା ରହିଛି । ଏହି କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦସ୍ତଖତ ରହିବ । ଲୋକେ ନିଜ ପସନ୍ଦ ମୁତାବକ ଟେମ୍ପଲେଟ ଚୟନ କରି ବ୍ୟକ୍ତିଗତ ବାର୍ତ୍ତା ଯୋଡ଼ିପାରିବେ । ଏହି ମାଇକ୍ରୋସାଇଟ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ୱେବସାଇଟ ତଥା ତାଙ୍କ ବ୍ୟକ୍ତିଗତ ଆପ୍ 'ନରେନ୍ଦ୍ର ମୋଦି ଆପ୍'ରେ ରହିଛି ଏବଂ ମାଇକ୍ରୋସାଇଟ ହେଉଛି ଏକ ନିର୍ଦ୍ଦିଷ୍ଟ ବିଷୟ ପୃଷ୍ଠା କିମ୍ବା ୱେବସାଇଟର ଏକ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.