ETV Bharat / bharat

ମୁକୁଲ ରୟଙ୍କ Y+ ସୁରକ୍ଷା ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

author img

By

Published : Jun 17, 2021, 10:16 PM IST

ଟିଏମସି କଂଗ୍ରେସ ନେତା ମୁକୁଲ ରୟଙ୍କୁ Y+ ବର୍ଗର ସୁରକ୍ଷାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଅଧିକ ପଢନ୍ତୁ...

ମୁକୁଲ ରୟଙ୍କୁ ଦିଆଯାଇଥିବା  Y+ ସୁରକ୍ଷାକୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟିଏମସି କଂଗ୍ରେସ ନେତା ମୁକୁଲ ରୟଙ୍କୁ Y+ ବର୍ଗର ସୁରକ୍ଷାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି । ନିକଟରେ ବିଜେପି ଛାଡି ଟିଏମସି (TMC) ରେ ଯୋଗ ଦେଇଥିଲେ ମୁକୁଲ ରୟ । ଏହା ପରେ ତାଙ୍କୁ Y+ ବର୍ଗର ସୁରକ୍ଷା ଦିଆଯାଇଥିଲା ।

ଗୃହମନ୍ତ୍ରାଳୟକୁ ମୁକୁଲ ରୟଙ୍କ ଲିଖିକ ଅନୁରୋଧ ପରେ ସୁରକ୍ଷାକୁ ପ୍ରତ୍ୟାହାର କରାଯାଇଥିବା ଜଣାଯାଇଛି। ଟିଏମସିରେ ଯୋଗଦେବା ପରେ ଖୁବ ଶୀଘ୍ର ତାଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ଟିଏମସି ନେତା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ତାଙ୍କୁ ଧମକ ଦିଆଯାଉଥିବାରୁ Y+ ସୁରକ୍ଷା ଦିଆଯାଇଥିଲା । ଏହା ପରଠାରୁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଏବଂ 5ଜଣ ସଶସ୍ତ୍ର ଗାର୍ଡ ରୟଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ ।

ବୁଧବାର ଦିନ ରୟଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ MHA ନିର୍ଦ୍ଦେଶ ଦେଇଥିଲା । ତେବେ ରୟ ପୂର୍ବରୁ କୋଲକାତାରେ ଗଣମାଧ୍ୟମକୁ କହିଥିଲେ ଯେ ସେ CRPF କର୍ମଚାରୀଙ୍କୁ ତାଙ୍କ ସୁରକ୍ଷା ଠାରୁ ମୁକ୍ତ କରିସାରିଛନ୍ତି। କିନ୍ତୁ CRPF ମୁଖ୍ୟାଳୟ କହିଛି ଯେ କର୍ମଚାରୀମାନେ ଡ୍ୟୁଟିରେ ଅଛନ୍ତି ।

CRPF ସୁରକ୍ଷା ପ୍ରତ୍ୟାହାର ପ୍ରକ୍ରିୟାରେ ଅଛି ବୋଲି ସେମାନେ କହିଛନ୍ତି। ଜୁନ୍ 12 ରେ, ଟିଏମସିରେ ଯୋଗଦେବାର ଗୋଟିଏ ଦିନ ପରେ ମୁକୁଲ ରୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ତାଙ୍କ କେନ୍ଦ୍ରୀୟ ସୁରକ୍ଷା କଭର ପ୍ରତ୍ୟାହାର କରିବାକୁ କହିଥିଲେ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.