ETV Bharat / bharat

କାଶ୍ମୀରରେ ବଢିଛି ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ହତ୍ୟା: କେନ୍ଦ୍ରମନ୍ତ୍ରୀ - କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଜମ୍ମୁ ଏବଂ କାଶ୍ମୀରରେ ବଢିଛି ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ହତ୍ୟା । କେବଳ ୨୦୨୧ ମସିହାରେ ଜମ୍ମୁ ଏବଂ କାଶ୍ମୀରରେ ୧୧ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

କାଶ୍ମୀର ଭ୍ୟାଲିରେ ବଢିଛି ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ହତ୍ୟା: କେନ୍ଦ୍ରମନ୍ତ୍ରୀ

author img

By

Published : Apr 6, 2022, 9:56 PM IST

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରରେ ବଢିଛି ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ହତ୍ୟା । କେବଳ ୨୦୨୧ ମସିହାରେ ଜମ୍ମୁ ଏବଂ କାଶ୍ମୀରରେ ୧୧ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ତେବେ ୨୦୨୧ରେ ଏହା ସର୍ବାଧିକ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି(ବୁଧବାର) ରାଜ୍ୟସଭାରେ କହିଛନ୍ତି ।

ସେହିପରି ତଥ୍ୟ ଅନୁସାରେ, ୨୦୨୧ରେ ସର୍ବାଧିକ ୧୧ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଜମ୍ମୁ ଏବଂ କାଶ୍ମୀରରେ ହତ୍ୟା କରାଯାଇଥିବା ବେଳେ ୨୦୧୭ରେ ମଧ୍ୟ ୧୧ ଜଣଙ୍କୁ ହତ୍ୟା କରାଯାଇଥିଲା । ଏଥିସହ ୨୦୧୮ରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୯ରେ ୬ ଜଣ ଏବଂ ୨୦୨୦ରେ ୩ ଜଣଙ୍କୁ ହତ୍ୟା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ରାୟ କହିଛନ୍ତି ।

ସେହିଭଳି ୨୦୧୭ରୁ ୨୦୨୧ରେ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମୋଟ ୩୪ ଜଣ ଲୋକଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରକାଶ କରିଛନ୍ତି । ତେବେ ଏହି ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ଦେବା ଲାଗି ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି । ଏଥିସହ ଏହି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯିବ ସହ ଗୁଇନ୍ଦା ବିଭାଗକୁ ଅଧିକ ଶକ୍ତିଶାଳୀ କରାଯାଇଛି । ଏଥିସହ ଷ୍ଟାଟିକ୍ ଗାର୍ଡଙ୍କ ଜରିଆରରେ ଗୋଷ୍ଠୀ ସୁରକ୍ଷା ପ୍ରାଧାନ୍ୟ ଦିଆଯିବା ସହ ନାକାବନ୍ଦୀ ସ୍ଥାନରେ କରାଯାଉଥିବା ରାଉଣ୍ଡ କ୍ଲକ୍‌ ଚେକିଙ୍ଗ୍‌ ବ୍ୟବସ୍ଥା ଏବଂ ପାଟ୍ରୋଲିଂକୁ କଡାକଡି କରାଯାଇଛି । ସେହିପରି ମଧ୍ୟ ଆତଙ୍କବାଦୀ ଓ ତାଙ୍କ କାର୍ଯ୍ୟକଳାପ ବିରୋଧରେ ଜୋରଦାର ସର୍ଚ୍ଚ ଅପରେସନ ସାଙ୍ଗକୁ ସେନା ପକ୍ଷରୁ କମ୍ବି ଅପରେସନ କରାଯାଉଛି ବୋଲି ନିତ୍ୟାନିନ୍ଦ ରାୟ କହିଛନ୍ତି ।

ଅନ୍ୟପଟେ ଏହି ସବୁ ଘଟଣାରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ପରିବାର ଓ ପୀଡିତଙ୍କୁ ଏବଂ LWE (ଲେଫ୍ଟ ୱିଙ୍ଗ ଏକ୍ସଟ୍ରିମିଜିମ୍) ହିଂସା ଏବଂ ସୀମାନ୍ତ ଗୁଳି ବିନିମୟ ଏବଂ ଖଣି, ଆଇଇଡି ବିସ୍ଫୋରଣରେ ସହାୟତା ପାଇଁ କେନ୍ଦ୍ରୀୟ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିସହ ଜମ୍ମୁ କାଶ୍ମୀର ସରକାରଙ୍କ ବିଭିନ୍ନ ଯୋଜନା ଅନୁଯାୟୀ ଆତଙ୍କବାଦୀ ହିଂସା ଘଟଣାରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ସମ୍ପର୍କୀୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.