ETV Bharat / bharat

ମାଓ ଟାର୍ଗେଟରେ 4 ରାଜ୍ୟ, ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

author img

By

Published : Apr 27, 2022, 11:28 AM IST

ମାଓ ଗତିବିଧି ନେଇ ଆଶଙ୍କା ପ୍ରକାଶ କରିଛି ଗୃହ ମନ୍ତ୍ରଣାଳୟ । ମାଓବାଦୀ କାର୍ଯ୍ୟକଳାପ ନେଇ ଗୃହମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ପୂର୍ବାଞ୍ଚଳ କାଉନସିଲଙ୍କ ମଧ୍ୟରେ ଏକ ବୈଠକ ବସିଛି । ଆସନ୍ତା 15 ଦିନ ଯାଏଁ ସତର୍କ ରହିବାକୁ 4 ରାଜ୍ୟର ପୋଲିସଙ୍କୁ କହିଛି ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ
ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣି ମାଓ ସମସ୍ୟା । ମାଓ ଗତିବିଧି ନେଇ ଆଶଙ୍କା ପ୍ରକାଶ କରିଛି ଗୃହ ମନ୍ତ୍ରଣାଳୟ । ମାଓବାଦୀ କାର୍ଯ୍ୟକଳାପ ନେଇ ଗୃହମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ପୂର୍ବାଞ୍ଚଳ କାଉନସିଲଙ୍କ ମଧ୍ୟରେ ଏକ ବୈଠକ ବସିଛି । ଆସନ୍ତା 15 ଦିନ ଯାଏଁ ସତର୍କ ରହିବାକୁ 4 ରାଜ୍ୟର ପୋଲିସଙ୍କୁ କହିଛି ମନ୍ତ୍ରଣାଳୟ । ରାଜ୍ୟ ଗୁ଼ଡିକ ହେଲା ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର । ଏହି ରାଜ୍ୟ ପାଇଁ ମାଓବାଦୀ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି ।

ମଙ୍ଗଳବାର ନବାନ୍ନାରେ ପଶ୍ଚିମବଙ୍ଗ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ପୂର୍ବାଞ୍ଚଳ ଜୋନାଲ କାଉନସିଲର ଷ୍ଟାଣ୍ଡିଂ କମିଟିର ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ମାଓ ଗତିବିଧି ନେଇ ସତର୍କ କରାଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ବୈଠକରେ ପୂର୍ବ 4 ରାଜ୍ୟର ମୁଖ୍ୟ ସଚିବ ଏବଂ ଗୃହ ସଚିବମାନେ ଯୋଗ ଦେଇଥିଲେ।

ବୈଠକରେ ଆଲୋଚନା ବିଷୟରେ ବିସ୍ତୃତ ବିବରଣୀ ଗଣମାଧ୍ୟମକୁ ମିଳିନାହିଁ । ସୂତ୍ରରୁ ପ୍ରକାଶ ଯେ ଆସନ୍ତା 15 ଦିନ ଚାରୋଟି ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଅଞ୍ଚଳରେ ପୁନଃର୍ବାର ମାଓବାଦୀ କାର୍ଯ୍ୟକଳାପ ନେଇ କେନ୍ଦ୍ରୀୟ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି । ଯଦିଓ ନିକଟରେ ପଶ୍ଚିମବଙ୍ଗରେ କୌଣସି ମାଓବାଦୀ କାର୍ଯ୍ୟକଳାପ ହୋଇନାହିଁ ମାତ୍ର ପଶ୍ଚିମବଙ୍ଗର ତିନୋଟି ଜିଲ୍ଲା ବାଙ୍କୁରା, ପୁରୁଲିଆ ଏବଂ ପଶ୍ଚିମ ମେଦିନାପୁରର ଜଙ୍ଗଲରେ ମାଓ ପୋଷ୍ଟର ମିଳିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ପୋଲିସ ମହାନିର୍ଦ୍ଦେଶକ ମନୋଜ ମାଲଭିୟା ଜଙ୍ଗଲମହଲ ଅଞ୍ଚଳକୁ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।

ବୈଠକରେ ଖାଲି ମାଓ ସମସ୍ୟା ନୁହେଁ ଏହି 4 ରାଜ୍ୟର ସଡକ- ପରିବହନ, ଯୋଗାଯୋଗ ବ୍ୟବସ୍ଥା ଏବଂ ନଦୀ ସମସ୍ୟା ନେଇ ଆଲୋଚନା ହୋଇଛି । ବିଶେଷ କରି ଓଡିଶା- ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଆଲୋଚନା ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.