ETV Bharat / bharat

Sonali Phogat death case: CBI ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର

author img

By

Published : Sep 12, 2022, 5:43 PM IST

Updated : Sep 12, 2022, 9:29 PM IST

ବହୁଚର୍ଚ୍ଚିତ ଟିକ୍‌ ଟକ୍‌ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ପଗୋଟ ହତ୍ୟା ମାମଲାର ହେବ ସିବିଆଇ ତଦନ୍ତ (MHA on CBI probe in Sonali Phogat death case)। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଲା ନିର୍ଦ୍ଦେଶ । ସୁପାରିଶ କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଗୋଆର ଏକ ହୋଟେଲରେ ସନ୍ଦେହଜନକ ଭାବେ ମିଳିଥିଲା ସୋନାଲିଙ୍କ ମୃତଦେହ । ଅଧିକ ପଢନ୍ତୁ

Sonali Phogat death case: CBI ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର
Sonali Phogat death case: CBI ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟିକ୍‌ ଟକ୍‌ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA on CBI probe in Sonali Phogat death case)। ଆଜି (ସୋମବାର) ଏହି ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଇବା ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କେନ୍ଦ୍ର ଗୃହ ମନ୍ତ୍ରମାଳୟକୁ ସୁପାରିଶ କରିଥିଲେ । ତେବେ କେନ୍ଦ୍ର ମଧ୍ୟ ସିବିଆଇ ତଦନ୍ତ ହେବା ନେଇ ଅନୁମୋଦନ ଦେଇଛି । ପ୍ରଥମରୁ ଏହି ରହସ୍ୟଜନକ ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ବାରା କରାଇବା ପାଇଁ ସୋନାଲିଙ୍କ ପରିବାର ଲୋକେ ଦାବି କରିଥିଲେ (CBI probe demand in Sonali Phogat death case) । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ଯ ଆବଶ୍ୟକ ପଡିଲେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରାଯିବା ନେଇ ସୂଚନା ଦେଇଥିଲେ ।

ଅଗଷ୍ଟ 23 ରେ ବିଜେପି ନେତ୍ରୀ ତଥା ଟିକ୍‌ ଟକ୍‌ ଷ୍ଟାର ସୋନାଲିଙ୍କର (Sonali Phogat death case) ଗୋଆର ଏକ ହୋଟେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ପ୍ରଥମେ ଏହାକୁ ସନ୍ଦେହଜନକ ମୃତ୍ୟୁ ଭାବେ ଗ୍ରହଣ କରାଯାଇଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ପରେ ହତ୍ୟା ଦୃଷ୍ଟିକୋଣରୁ ତଦନ୍ତ ଆରମ୍ଭ ହୋଇଥିଲା । ସୋନାଲିଙ୍କ ବ୍ୟକ୍ତିଗତ ସହୟକ ଓ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଥିଲା ଗୋଆ ପୋଲିସ । ପରେ ଏକାଧିକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ହତ୍ୟା ରହସ୍ୟକୁ ଆହୁରି କେନ୍ଦ୍ରୀଭୂତ କରିଥିଲ । ତଦନ୍ତ ଆଧାରରେ ବ୍ୟକ୍ତିଗତ ସହାୟକଙ୍କ ସମେତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି ।

ଏହା ମଧ୍ୟ ପଢନ୍ତୁ :- Sonali Phogat Death Mystery: ରହସ୍ୟ ଖୋଜିବ ସିବିଆଇ

ଏକ ସିସିଟିଭି ଫୁଟେଜରେ ହୋଟେଲରେ ପାର୍ଟି ଚାଲିଥିବା ବେଳେ ସୋନାଲିଙ୍କ ପିଏ ବାଧ୍ୟ କରି ତାଙ୍କୁ ମଦ୍ୟପାନ କରାଉଥିବା ଦୃଶ୍ଯ ମଧ୍ୟ ଦେଖିବାକୁ ମିଳିଥିଲା (Sonali Phogat death case)। ତେବେ ବାରମ୍ବାର ଦାବି ଓ ରହସ୍ୟ ବଢିବା କାରଣରୁ ସିବିଆଇ ତଦନ୍ତ ଆବଶ୍ୟକତା ଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସୋରେନ କହିଥିଲେ । ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ ମଧ୍ୟ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଏହି ସୁପାରିଶରେ ମୋହର ମାରିଛି । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଖୁବଶୀଘ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆରମ୍ଭ କରିବା ନେଇ ଅନୁମାନ କାରଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2022, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.