ମହାରାଷ୍ଟ୍ର: ସୁଟିଂ ସେଟ୍ରେ ରିଏଲ ଆତ୍ମହତ୍ୟା କଲେ ସିରିଏଲ ଅଭିନେତ୍ରୀ । ସୋନୀ ସବ ଚ୍ୟାନେଲର ସିରିଏଲ ଅଲିବାବା ଦାସ୍ତାନ ଏ କାବୁଲର ପ୍ରମୁଖ ଅଭିନେତ୍ରୀ ତୁନିଷା ଶର୍ମା ସୁଟିଂ ସେଟରେ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ସୁଟିଂ ସେଟର ମେକଅପ ରୁମରେ ତୁନିଷା ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଟିଂ ସେଟରୁ ତାଙ୍କୁ ସଙ୍ଗେ ସଙ୍କେ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତୁନିଷାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।
ଦୀର୍ଘ ସମୟ ଧରି ତୁନିଷା ମେକଅପ ରୁମରୁ ନବାହାରିବାରୁ ସେଟରେ ଥିବା ଷ୍ଟାଫ ମେକଅପ ରୁମରେ ପହଁଞ୍ଚିଥିଲେ । ହେଲେ ତୁନିଷାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଫଳରେ କବାଟ ଭଙ୍ଗା ଯାଇଥିଲା । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଭାରତର ବୀର ପୁତ୍ର ମହାରଣା ପ୍ରତାପ ଦ୍ବାରା ତୁନିଷା ଟିଭିରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ୨୦ ବର୍ଷ ବୟସରେ ତୁନିଷା ଟିଭି ସିରିଏଲ ଜଗତରେ ବହୁତ ନାମ କମାଇଥିଲେ । ବହୁତ କମ ବୟସରୁ ସେ ତାଙ୍କ ଅଭିନୟର ଛାପ ବିଭିନ୍ନ ସିରିଏଲ ଏବଂ ଫିଲ୍ମରେ ଛାଡିଛନ୍ତି ।
ତୁନିଷା ଶର୍ମା ଫିତୁର ଏବଂ ବାର ବାର ଦେଖ ଭଳି ଫିଲ୍ମରେ କ୍ୟାଟ୍ରିନା କୈଫଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ଏହି ସହିତ ସେ ବିଦ୍ୟାବାଲାନଙ୍କୁ ଫିଲ୍ମ କାହାନୀ ୨ ରେ ମଧ୍ୟ ନଜର ଆସିଥିଲେ । ଇଣ୍ଟନନେଟ ୱାଲା ଲଭ, ଇସ୍କ ଶୁଭାଲ୍ଲା, ଗାୟବ, ଶେର ଏ ପଞ୍ଜାବ ମହାରାଜା ରଣଜୀତ ସିଂହଙ୍କ ଭଳି ପପୁଲାର ଶୋରେ ତାଙ୍କ ଅଭିନୟର ଛାପ ଛାଡିଛନ୍ତି ।
ତୁନିଷା ଶର୍ମା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିଲେ । ସେ ସବୁବେଳେ ମସ୍ତି କରୁଥିବାର ନଜର ଆସିଥାନ୍ତି । ସୁଟିଂ ସେଟରେ ମଧ୍ୟ ସେ ସମସ୍ତଙ୍କର ପ୍ରିୟ ଥିଲେ । ତେବେ ତାଙ୍କର ଏଭଳି ଚରମ ନିଷ୍ପତ୍ତିକୁ ନେଇ ଟିଭି ସରିଏଲ ଜଗତରେ ଶୋକର ଛାୟା ଖେଳିଯାଇଛି ।