ETV Bharat / bharat

ରାଜନୀତିରୁ ମେଟ୍ରୋମ୍ୟାନଙ୍କ ସନ୍ୟାସ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଲଢିଥିଲେ କେରଳ ବିଧାନସଭା ନିର୍ବାଚନ

author img

By

Published : Dec 16, 2021, 10:42 PM IST

ରାଜନୀତିରୁ ମେଟ୍ରୋମ୍ୟାନଙ୍କ ସନ୍ୟାସ । ବୟସାଧିକ କାରଣ ଦର୍ଶାଇ ସକ୍ରିୟ ରାଜନୀତି ଛାଡୁଥିବା ନେଇ ନିଜେ କଲେ ଘୋଷଣା । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଲଢିଥିଲେ କେରଳ ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ

ରାଜନୀତିରୁ ମେଟ୍ରୋମ୍ୟାନଙ୍କ ସନ୍ୟାସ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଲଢିଥିଲେ କେରଳ ବିଧାନସଭା ନିର୍ବାଚନ
ରାଜନୀତିରୁ ମେଟ୍ରୋମ୍ୟାନଙ୍କ ସନ୍ୟାସ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଲଢିଥିଲେ କେରଳ ବିଧାନସଭା ନିର୍ବାଚନ

ଥିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନରେ ବିଜେପିର ଶୌଚନୀୟ ପରାଜୟର ମାତ୍ର ମାସ କେଇଟା ମଧ୍ୟରେ ରାଜନୀତିକୁ ବାଏ ବାଏ କରିଛନ୍ତି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦୀତା କରିଥିବା ସାରା ଦେଶରେ ମେଟ୍ରୋମ୍ୟାନ ଭାବେ ପରିଚିତ ଇ ଶ୍ରୀଧରନ । ଆଜି (ଗୁରୁବାର) ସକ୍ରିୟ ରାଜନୀତିରୁ ବିଦାୟ ନେଉଥିବା ନିଜେ ଶ୍ରୀଧରନ ଘୋଷଣା କରିଛନ୍ତି ।

ନିଜର ରାଜନୀତିରୁ ସନ୍ୟାସ ନେବାର କାରଣ ଦର୍ଶାଇ, ଶ୍ରୀଧରନ କହିଛନ୍ତି ତାଙ୍କ ବୟସ ପ୍ରାୟ ୯୦ ବର୍ଷରେ ପହଞ୍ଚିଲାଣି । ବୟସାଧିକ କାରଣରୁ ସକ୍ରିୟ ରାଜନୀତିରେ ତାଙ୍କର କୌଣସି ଉତ୍ସାହ ନଥିବା ମଧ୍ୟ ସେ କହିଛନ୍ତି । ତେବେ ସକ୍ରିୟ ରାଜନୀତିରେ ରହିବା ତାଙ୍କ ପାଇଁ ବର୍ତ୍ତମାନ ସମୟରେ ସମ୍ଭବ ନଥିବାବେଳେ ସେ ସମ୍ପୂର୍ଣ୍ଣ ରାଜନୀତି ଛାଡୁନଥିବା ମଧ୍ୟ କହିଛନ୍ତି ।

ଚଳିତ ବର୍ଷ ଆରମ୍ଭରେ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥବା ବେଳେ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା । ପାଲକଡ ନିର୍ବାଚନ ମଣ୍ଡଳୀରୁ ଶ୍ରୀଧରନ ବିଜେପିର ପ୍ରାର୍ଥୀ ହୋଇଥିଲେ । ତେବେ 113 ଟି ଆସନରେ ପ୍ରାର୍ଥୀ ଦେଇଥିବା ବିଜେପି ରାଜ୍ୟରେ ଖାତା ଖୋଲିବାରେ ମଧ୍ୟ ସକ୍ଷମ ହୋଇନଥିଲା । ତେବେ ଏହାରି ମଧ୍ୟରେ ଦଳ ଛାଡିଛନ୍ତି ଚଳିତ ବିଧାନସଭା ନିର୍ବାଚନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇ ଶ୍ରୀଧରନ ।

ଭାରତର ମେଟ୍ରୋ ଯୋଗାଯୋଗ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ଦେଇଥିବା ଦେଶର ବିଶିଷ୍ଟ ଯନ୍ତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀଧରନଙ୍କୁ ନିଜର ବଳିଷ୍ଠ ଅବଦାନ ପାଇଁ ପଦ୍ମଶୀ ଓ ପଦ୍ମ ବିଭୁଷଣରେ ମଧ୍ୟ ସମ୍ମାନିତ କରାଯାଇ ସରିଛି । ତେବେ ଚଳିତ ବର୍ଷ ନିର୍ବାଚନୀ ମଇଦାନରେ ୮୮ ବର୍ଷ ବୟଷରେ ବୟସାଧିକ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଥିଲେ ଶ୍ରୀଧରନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.