ETV Bharat / bharat

ମେଟା ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ଦେଶ: Meta ଅଧିକାରୀ

author img

By

Published : Oct 25, 2022, 10:41 PM IST

ମେଟା ମାଲିକାନା ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପକୁ ଭାରତରେ ବହୁଳ ବ୍ୟବହାର ହୋଇଥାଏ । ଏଣୁ ମେଟା ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ଦେଶ ବୋଲି କହିଛନ୍ତି କମ୍ପାନୀର ପ୍ରମୁଖ ଅଧିକାରୀ ମନୀଷ ଚୋପ୍ରା । ଅଧିକ ପଢନ୍ତୁ

ମେଟା ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ଦେଶ: Meta ଅଧିକାରୀ
ମେଟା ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ଦେଶ: Meta ଅଧିକାରୀ

ନୂଆଦିଲ୍ଲୀ: ମେଟା କମ୍ପାନୀ ପାଇଁ ଭାରତ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ (India is the most significant country for Meta) ବୋଲି କହିଛନ୍ତି ଫେସବୁକ ଇଣ୍ଡିଆର ନିର୍ଦ୍ଦେଶକ ମନୀଷ ଚୋପ୍ରା । ମେଟା ମାଲିକାନା ଫେସବୁକ, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଭାରତୀୟ ୟୁଜର୍ସ ବହୁଳ ମାତ୍ରାରେ ବ୍ୟବହାର କରୁଥିବାରୁ ଏଭଳି ମନ୍ତବ୍ୟ ଦେଇଛନ୍ତି କମ୍ପାନୀର ଅଧିକାରୀ । ରିଲ୍ସ କ୍ରିଏଟର ଏହି ପ୍ଲାଟଫର୍ମକୁ ବ୍ୟବହାର କରି ନିଜର ଭାବନାକୁ ଅନେକ ଦେଶବାସୀଙ୍କ ନିକଟରେ ପହଞ୍ଚାଇଥାନ୍ତି । ଏଣୁ ମେଟାର ନୂଆ ଫିଚରଗୁଡ଼ିକ ଭାରତରେ ବହୁଳ ଭାବରେ ଲୋକପ୍ରିୟତା ହାସଲ କରିଥାଏ ବୋଲି କହିଛନ୍ତି ମନୀଷ ।

କୌଣସି ନୂଆ ଫିଚରର ପରୀକ୍ଷଣ ପାଇଁ ଦେଶ ମଧ୍ୟରେ ପ୍ରଥମ ପସନ୍ଦ ଭାରତ ରହିଥାଏ । ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍‌ ନିଜର ଭାବାବେଗ ବା କୌଣସି ବାର୍ତ୍ତାକୁ ଏହା ମାଧ୍ୟମରେ ଅନେକ ଲୋକଙ୍କ ନିକଟକୁ ପ୍ରେରଣ କରିଥାନ୍ତି । ଏହାର ଉଦାହରଣ ଭାବରେ ରିଲ୍ସ (Reels)କୁ ନିଆଯାଇପାରେ । ଭାରତରେ ହିଁ ନୂଆ ଫିଚରର ଟେଷ୍ଟିଂ କରାଯାଏ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାଗ୍ରାମ, ହ୍ବାଟ୍ସଆପରେ ନୂଆ ଫିଚର ଆସିଲେ ଭାରତ ମୁଖ୍ୟ ବଜାର ହୋଇଥାଏ ବୋଲି ମନୀଷ କହିଛନ୍ତି ।

ଏହା ବି ପଢନ୍ତୁ- ଆସନ୍ତାବର୍ଷରୁ Windows 7, 8.1 ପାଇଁ ସପୋର୍ଟ ବନ୍ଦ କରିଦେବ Google !

କୋଲକାତାରେ ପ୍ରଥମ ଥର ଲାଗି ନିକଟରେ 'କ୍ରିଏଟର ଡେ' (Creator Day) ମେଟା ପକ୍ଷରୁ ପାଳିତ ହୋଇଥିଲା । ଏଥିରେ କ୍ରିଏଟରଙ୍କୁ ବିଭିନ୍ନ ପ୍ରକାର ସୁଯୋଗ ଦିଆଯାଇଥିଲା । ଯାହାଦ୍ବାରା ସେମାନେ ପରସ୍ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷାଲାଭ କରିପାରିବେ । ଗତ ୨ ବର୍ଷ ପୂର୍ବେ ଲଞ୍ଚ ହୋଇଥିବା କ୍ଷୁଦ୍ର ଭିଡ଼ିଓ ରିଲ୍ସ (Reels) ଏବେ ବହୁ ଲୋକପ୍ରିୟତା ହାସଲ କରିଛି । ଏହି ରିଲ୍ସକୁ ବ୍ୟବହାର କରି କ୍ରିଏଟର ମାନେ ସାମାଜିକ ପ୍ରସଙ୍ଗ ସମେତ ବହୁ ଶିକ୍ଷଣୀୟ କଥାକୁ ଲୋକଙ୍କୁ ନିକଟରେ ପହଞ୍ଚାଇଥାନ୍ତି ।

ମେଟା ବିଶ୍ବସ୍ତରରେ ଏକ ସର୍ଭେ କରିଥିଲା । ସେଥିରୁ ଜଣାପଡିଛି ଯେ ସର୍ଟ-ଫମ ଭିଡିଓ ବା ରିଲ୍ସରେ ପ୍ରତିଦିନ ୨୦୦ ମିଲିୟନ ବା ୨୦ କୋଟି ଲୋକ ୪୫ ମିନିଟ ବିନିଯୋଗ କରନ୍ତି । ବର୍ତ୍ତମାନ ଏହି ସଂଖ୍ୟା ୬୦୦ ମିଲିୟନ ବା ୬୦ କୋଟିରେ ପହଞ୍ଚିଛି । ମନୀଷଙ୍କ କହିବାନୁସାରେ ' ରିଲ୍ସ ହେଉଛି ଏପରି ଏକ ପ୍ଲାଟଫର୍ମ, ଯେଉଁଠି କ୍ରିଏଟର ନିଜର କ୍ରିଏଟିଭିଟି, ପ୍ୟାସନ୍‌କୁ ଦର୍ଶକଙ୍କ ନିକଟରେ ନିଜ ବିଷୟବସ୍ତୁ (Content) ଦ୍ବାରା ପହଞ୍ଚାଇଥାନ୍ତି ଏବଂ ନିଜ ଫଲୋୟର୍ସଙ୍କ ସଂଖ୍ୟା ବୃଦ୍ଧି କରିଥାନ୍ତି ।

ସେହିପରି ଫେସବୁକ ଓ ଇନଷ୍ଟାଗ୍ରାମରେ ବ୍ରାଣ୍ଡ ପ୍ରମୋସନ ପାଇଁ ମଧ୍ୟ ଏହି ରିଲ୍ସର ବ୍ୟବହାର ହେଉଛି । ରିଲ୍ସ ମାଧ୍ୟମରେ ଅନେକ ସଙ୍ଗୀତ ଟ୍ରେଣ୍ଡିଂରେ ସ୍ଥାନ ପାଉଛି । ପୂର୍ବରୁ ଇନଷ୍ଟାଗ୍ରାମରେ ୩୦ ସେକେଣ୍ଡ ରିଲ୍ସ ପାଇଁ ସମୟ ଥିବା ବେଳେ ଗତ କିଛି ମାସ ତଳେ କମ୍ପାନୀ ଏହାକୁ ୧ ମିନିଟକୁ ବୃଦ୍ଧି କରିଥିଲା । ଯାହାକି ଲୋକଙ୍କ ଦ୍ବାରା ବହୁଳ ଭାବରେ ଆଦୃତ ଲାଭ କରିଥିଲା । ଭାରତରେ କ୍ରିକେଟ, ବଲିଉଡ଼ ଓ ମ୍ୟୁଜିକରେ ସଂସ୍କୃତିର ବର୍ଣ୍ଣନା କରିଥାଏ ବୋଲି କହିଛନ୍ତି ମନୀଷ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.