ETV Bharat / bharat

ଚୋକସି ସପକ୍ଷରେ ରାୟ ଶୁଣାଇଲେ ଆଣ୍ଟିଗୁଆ ବାରବୁଡା କୋର୍ଟ, ଭାରତ ଆଣିବା ହେବ ମୁସ୍କିଲ ! - ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା

ଭାରତ ଦ୍ବାରା ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବଡ ଆଶ୍ବସ୍ତି । କୋର୍ଟ ଆଦେଶ ବିନା ଚୋକସିଙ୍କୁ ଆଣ୍ଟିଗୁଆ, ବାରବୁଡାରୁ ବାହାର କରାଯାଇ ପାରିବ ନାହିଁ । ଅଧିକ ପଢନ୍ତୁ

ବିଦେଶ ହାଇକୋର୍ଟରୁ ମେହୁଲ ଚୋକସିଙ୍କୁ ଆଶ୍ବସ୍ତି

author img

By

Published : Apr 15, 2023, 10:33 AM IST

Updated : Apr 15, 2023, 10:43 AM IST

ରୋଜ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଘୋଟାଲା ମାମଲାରେ ଭାରତ ଦ୍ବାରା ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବଡ ଆଶ୍ବସ୍ତି ମିଳିଛି । କୋର୍ଟଙ୍କ ବିନା ନିର୍ଦ୍ଦେଶରେ ଚୋକସିକୁ ଆଣ୍ଟିଗୁଆ ଏବଂ ବାରବୁଡାରୁ ବାହାର କରାଯାଇ ପାରିବନାହିଁ । ଏନେଇ ଶୁକ୍ରବାର ଆଣ୍ଟିଗୁଆ ବାରବୁଡା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଳାତକ ଚୋକସି ତାଙ୍କୁ ଏହି ଦେଶରୁ ବାହାର କରାଯିବା ଘଟଣାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଅଦାଲତ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

କୋର୍ଟଙ୍କ ଆଦେଶ ବିନା ପଳାତକ ହୀରା ବ୍ୟବସାୟୀଙ୍କୁ ଆଣ୍ଟିଗୁଆ ଏବଂ ବାରବୁଡାରୁ ବାହାର କରାଯାଇ ପାରିବ ନାହିଁ । ବିଦେଶ କୋର୍ଟରେ ଚୋକସି ମାମଲା ଜିତିବା ପରେ ଏଣିକି ତାଙ୍କୁ ଭାରତ ଫେରାଇ ଆଣିବା ମୁସ୍କିଲ ହେବ । ତେବେ ଚୋକସି କୋର୍ଟରେ ଯୁକ୍ତି ବାଢିଥିଲେ ଯେ, ଆଣ୍ଟିଗୁଆ ଆଟର୍ଣ୍ଣି ଜେନେରାଲ ଓ ପୋଲିସ ତାଙ୍କ ବିରୋଧରେ ରୁଜୁ ମାମଲାର ଯାଞ୍ଚ କରିବା ଉଚିତ୍ । ଡୋମିନିକାର ନେଚର ଇସଲେ ନ୍ୟୁଜ ରିପୋର୍ଟ ଅନୁସାରେ, ଚୋକସି କୋର୍ଟରେ ତାଙ୍କ ସହ ଅମାନବୀୟ, ଅପମାନଜନକ ବ୍ୟବହାର କିମ୍ବା ଦଣ୍ଡର ଆଶଙ୍କା ମଧ୍ୟ ପ୍ରକାଶ କରିଥିଲେ ।

୨୦୨୧ ମେ' ୨୩ରେ ଆଣ୍ଟିଗୁଆ ଓ ବାରବୁଡାରୁ ତାଙ୍କ ବଳପୂର୍ବକ ଅପହରଣ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ଦରକାର ବୋଲି ମେହୁଲ ଚୋକସି ହାଇକୋର୍ଟରେ ଦାବି କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟଙ୍କ ବିନା ଆଦେଶରେ ଚୋକସିଙ୍କୁ ଆଣ୍ଟିଗୁଆ କିମ୍ବା ବାରବୁଡା ସୀମାରୁ ବାହାର କରାଯାଇ ପାରିବ ନାହିଁ ବୋଲି କହିଛନ୍ତି । ଏହାସହିତ ଚୋକସିଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ଡୋମିନିକା ନିଆଯାଇଥିଲା କି ନାହିଁ ତାହାର ଯାଞ୍ଚ କରିବାକୁ ଡୋମିନିକା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଏହାମଧ୍ୟ ପଢନ୍ତୁ: ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲା ଜୀବନ

୨୦୧୮ ମସିହାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩ ହଜାର ଟଙ୍କା ଋଣ ଜାଲିଆତି କରି ଦେଶରୁ ଚମ୍ପଟ ମାରିଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ଏପରି ସ୍ଥଳେ ବିଦେଶ କୋର୍ଟଙ୍କ ଏହି ରାୟ ପରେ ଚୋକସିଙ୍କୁ ଭାରତ ଆଣିବାରେ ବଡ କଷ୍ଟକର ହେବ ।

ଏହାମଧ୍ୟ ପଢନ୍ତୁ: G20 Presidency: G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ୍‌ ଗଭର୍ଣ୍ଣରଙ୍କ ଦ୍ବିତୀୟ ବୈଠକ ଅନୁଷ୍ଠିତ

Last Updated : Apr 15, 2023, 10:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.