ETV Bharat / bharat

'ବାପାର ଦଣ୍ଡ ପୁଅକୁ କାହିଁକି?'

ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଲାହୁଦ୍ଦିନଙ୍କ ପୁଅ ସମେତ 11 ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଛି । ଏମାନେ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ରହିଛି । ତେବେ ବାପାର କୁକର୍ମ ପାଇଁ ପୁଅକୁ ହଇରାଣ କରାଯାଉଥିବା କହିଛନ୍ତି ମୁଫତି । ଅଧିକ ପଢନ୍ତୁ...

author img

By

Published : Jul 12, 2021, 6:40 PM IST

'ବାପାର ଦଣ୍ଡ ପୁଅକୁ କାହିଁକି ?'
'ବାପାର ଦଣ୍ଡ ପୁଅକୁ କାହିଁକି ?'

ଶ୍ରୀନଗର: ଆତଙ୍କବାଦୀ ସଲାହୁଦ୍ଦିନର ପୁଅକୁ ସରକାରୀ ଚାକିରୀରୁ ବରଖାସ୍ତ କରାଯିବା ଉପରେ ବୟାନ ଦେଇଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି । ବାପାର କାର୍ଯ୍ୟକଳାପ ପାଇଁ ପୁଅକୁ ହଇରାଣ କରାଯାଉଛି କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ମେହବୁବା ।

ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଲାହୁଦ୍ଦିନଙ୍କ ପୁଅ ସମେତ 11 ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଛି । ଏମାନେ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ରହିଛି । ତେବେ ବାପାର କୁକର୍ମ ପାଇଁ ପୁଅକୁ ହଇରାଣ କରାଯାଉଥିବା କହିଛନ୍ତି ମୁଫତି ।

ଅନ୍ୟପକ୍ଷେ ଧାରା 370 ଓ 35 Aର ଫେରାଇ ଆଣିବାକୁ ଦାବି କରିଛନ୍ତି ମେହବୁବା । ଯେବେ ସେହିପରି ଅଯୋଧ୍ୟା ମାମଲାକୁ ଯୋଡି କହିଛନ୍ତି, ଯେବେ ରାମ ମନ୍ଦିର ମାମଲା କୋର୍ଟରେ ରହିଥିଲା, ସେବେ କଣ ପାଇଁ ଲୋକେ ସ୍ବର ଉତ୍ତୋଳନ କରିନଥିଲେ ?

ଧାରା 370 ପୁନଃସ୍ଥାପନ ପାଇଁ ନ୍ୟାସନାଲ କନଫ୍ରେନ୍ସ ଓ ପିଡିପି ସହ ଅନ୍ୟ ଦଳ ମଧ୍ୟ ସହ ହାତ ମିଳାଇଛନ୍ତି । ସେପଟେ କାଶ୍ମୀର ପଣ୍ଡିତଙ୍କ ବିଷ ମଧ୍ୟ ଉଠାଇଛନ୍ତି ମେହବୁବା । କାଶ୍ମୀର ପଣ୍ଡିତଙ୍କ ପଳାୟନକୁ ରୋକିପାରିନଥିବାରୁ ଦୁଃଖ ବ୍ୟକ୍ତ କରିଛନ୍ତି ମେହବୁବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.