ETV Bharat / bharat

ପୁଣି ପିଡିପିର ସଭାପତି ମେହବୁବା ମୁଫତି

author img

By

Published : Feb 22, 2021, 1:17 PM IST

ପୁଣି ଥରେ ପିଡିପିର ସଭାପତି ଭାବେ ନିର୍ବାଚିତ ହେଲେ ମେହବୁବା ମୁଫତି । ଆଗାମୀ 3 ବର୍ଷ ପାଇଁ ଦଳର ନେତୃତ୍ବ ସମ୍ଭାଳିବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଅଧିକ ପଢନ୍ତୁ..

ପୁଣି ପିଡିପିର ସଭାପତି ଭାବେ ନିର୍ବାଚିତ ହେଲେ ମେହବୁବା ମୁଫତି

ଶ୍ରୀନଗର: ପୁଣି ଥରେ ପିଡିପିର ସଭାପତି ଭାବେ ନିର୍ବାଚିତ ହେଲେ ମେହବୁବା ମୁଫତି । 3 ବର୍ଷ ପାଇଁ ଦଳର ନେତୃତ୍ବ ସମ୍ଭାଳିବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । 2016ରେ ତାଙ୍କ ପିତାଙ୍କ ଦେହାନ୍ତ ପର ଠାରୁ ସେ ଦଳର ଦାୟିତ୍ବ ନେଇଆସୁଛନ୍ତି ।

ଜମ୍ମୁ-କାଶ୍ମୀର ପିଡିପିର ଟ୍ବିଟ ଅନୁସାରେ, ସଭାପତି ଭାବେ ମେହବୁବାଙ୍କ ନାଁ ବରିଷ୍ଠ ନେତା ଜେଏନଏଚ ହଞ୍ଜୁରା ଓ ଖୁରସିଦ ଆଲାମ ସୁପାରିଶ କରିଥିଲେ । ଆଜି ପିଡିପି ନିଜର ସଭାପତି ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ କରିଥିଲା । ଜମ୍ମୁ କାଶ୍ମୀର ପ୍ରାନ୍ତର ଇଲେକ୍ଟ୍ରୋଲିଆ ସଦସ୍ୟମାନେ ଶ୍ରୀନଗର ଓ ଜମ୍ମୁରେ ଭୋଟ ଦେଇଥିଲେ ।

ସୂଚନାଯୋଗ୍ୟ, ଦଳର ସଭାପତି ଭାବରେ ମେହବୁବାଙ୍କ ତିନି ବର୍ଷର କାର୍ଯ୍ୟକାଳ ଗତ ବର୍ଷ ଅକ୍ଟୋବର 31ରେ ଶେଷ ହୋଇଥିଲା । ତେବେ ଗତ ବର୍ଷ ମହାମାରୀ କୋଭିଡ ଯୋଗୁଁ ନିର୍ବାଚନ ହୋଇପାରିନଥିଲା ।ସେପଟେ, ନିର୍ବାଚନକୁ ଶାନ୍ତିଶୃଙ୍ଖଳା କରିବାକୁ ଜମ୍ମୁରେ ସୁରିନ୍ଦର ଚୈଧୁରୀ ରିଟର୍ଣ୍ଣିଂ ଅଫିସର ଦାୟିତ୍ବ ନେଇଥିବାବେଳେ ସତପାଲ ସିଂ ଚରକ ପର୍ଯ୍ୟବେକ୍ଷକ ଥିଲେ । କାଶ୍ମୀରରେ ବରିଷ୍ଠ ନେତା ଶ୍ରୀ ଏ ଆର ଭେରି ନିର୍ବାଚନ ବୋର୍ଡର ଅଧ୍ୟକ୍ଷ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.