ETV Bharat / bharat

Meghalaya polls: ବିଜେପି ଇସ୍ତାହାରରେ ମହିଳାଙ୍କ ପାଇଁ ରୋଜଗାର, ପେନସନରେ ବୃଦ୍ଧି - ମେଘାଳୟ ପାଇଁ ବିଜେପିର ଇସ୍ତାହାର

ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଫୋକସରେ ମହିଳା, କୃଷକ ଓ ବରିଷ୍ଠ ନାଗରିକ । ଏକାଧିକ ପ୍ରତିଶ୍ରୁତି ସହ ନଡ୍ଡା କହିଲେ ବିଜେପି ଶାସନରେ ହିଁ ବିକାଶ ସମ୍ଭବ । ଅଧିକ ପଢନ୍ତୁ

ବିଜେପି ଇସ୍ତାହାରରେ ମହିଳାଙ୍କ ପାଇଁ ରୋଜଗାର, ପେନସନରେ ବୃଦ୍ଧି

author img

By

Published : Feb 15, 2023, 5:36 PM IST

ଶିଲଂ: ଚଳିତ ମାସ (ଫେବୃଆରୀ) 27 ତାରିଖରେ ହେବାକୁ ଯାଉଥିବା ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ତାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଆଜି ରାଜଧାନୀ ଶିଲଂରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ଇସ୍ତାହାରକୁ ଉନ୍ମୋଚନ କରିଛନ୍ତି । ଯାହାର ଶୀର୍ଷକ ରଖାଯାଇଛି ସଶକ୍ତ ମେଘାଳୟ ରାଜ୍ୟରେ ମହିଳାଙ୍କ ସଶକ୍ତିକରଣ ପାଇଁ ରୋଜଗାର ସୃଷ୍ଟି କରିବା ସହ ପେନସନ ରାଶି ବୃଦ୍ଧି ଓ କୃଷକଙ୍କୁ ପ୍ରୋତ୍ସାହନ ପରି ପ୍ରସଙ୍ଗକୁ ଇସ୍ତାହାରରେ ସ୍ଥାନ ଦେଇଛି ଦଳ ।

ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦଳ ମୁଖ୍ୟ ନଡ୍ଡା କହିଛନ୍ତି, ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ନିଜର ସମୃଦ୍ଧ ପରମ୍ପରା ଓ ସଂସ୍କୃତି ପାଇଁ ଦେଶରେ ପରିଚୟ ବହନ କରେ । ତେବେ ରାଜ୍ୟରେ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ହେବା ବାକି ରହିଛି । ଯାହାକୁ ଭାରତୀୟ ଜନତା ପାର୍ଟି ପୁରା କରିବାକୁ ଚାହିଁ । ରାଜ୍ୟର ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଦୂର୍ନୀତି । ଭାରତୀୟ ଜନତା ପାର୍ଟି ରାଜ୍ୟରେ ଦୂର୍ନୀତିମୁକ୍ତ ତଥା ସ୍ବଚ୍ଛ ଶାସନ ଦେବା ପାଇଁ ଚାହେଁ । ରାଜ୍ୟରେ ସପ୍ତମ ବେତନ କମିଶନ ଲାଗୁ ହେବ । ରାଜ୍ୟରେ କେବଳ ଭାରତୀୟ ଜନତା ପାର୍ଟି ଦ୍ବାରା ଦୃଢ ସରକାର ଗଠନ ହୋଇପାରିବ । ବିଜେପି ଶାସନରେ ହିଁ ମେଘାଳୟର ବିକାଶ ସମ୍ଭବ ବୋଲି ନଡ୍ଡା କହିଥିଲେ ।

କେନ୍ଦ୍ରୀୟ ଯୋଜନା ‘କିଷାନ ସମ୍ମାନ ନିଧି’ ଅଧୀନରେ ରାଜ୍ୟରେ କୃଷକଙ୍କୁ ମାସିକ ଦୁଇ ହଜାର ଟଙ୍କା ଲେଖାଏଁ ହାରରେ ବାର୍ଷିକ 6ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଛି । ପ୍ରଦେଶରେ ସରକାର ଗଠନ ହେଲେ ମହିଳାଙ୍କ ସଶକ୍ତିକରଣ ପାଇଁ ମଧ୍ୟ ଏକାଧିକ ଯୋଜନା କରାଯିବ । ଯାହା ଫଳରେ ରାଜ୍ୟର ମହିଳା, ଯୁବତୀ ଓ ଛାତ୍ରୀମାନେ ଲାଭାନ୍ବିତ ହେବେ । କନ୍ୟା ସନ୍ତାନ ଜନ୍ମ ହେବା ପରେ ପରିବାରକୁ 50 ହଜାର ଟଙ୍କାର ବଣ୍ଡ ଯୋଗାଇ ଦେବେ ସରକାର । ସେହିପରି କନ୍ୟାଛାତ୍ରୀଙ୍କ ପାଇଁ କେଜି ରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିବ । ଉଜ୍ଜଳା ଯୋଜନାର ହିତାଧିକାରୀ ମହିଳାଙ୍କୁ ବାର୍ଷିକ 2 ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ । ସ୍ବତନ୍ତ୍ର ଅର୍ଥନୈତିକ ଜୋନ ମଧ୍ୟ ପ୍ରତିଷ୍ଠା ହେବ । ଶିଳ୍ପାୟନ ୟୁନିଟ ନିର୍ମାଣ କରାଯାଇ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ବିଜେପି ତାର ଇସ୍ତାହରରେ ପ୍ରକାଶ କରିଛି ।

ସେହିପରି ଏକ ରାଜ୍ୟର ଭୂମିହୀନ ଚାଷୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟ ବିଜେପି ଶାସନରେ ନୂତନ ଯୋଜନା ପ୍ରସ୍ତୁତ ହେବ । ପ୍ରତି ଭୂମିହୀନ ଚାଷୀଙ୍କୁ ବାର୍ଷିକ 3 ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ସହ ମତ୍ସ୍ୟଜୀବୀଙ୍କୁ ବାର୍ଷିକ 6 ହଜାର ଟଙ୍କାର ପ୍ରୋତ୍ସାହନ ମିଳିବ । ବିଧବାଙ୍କ ସଶକ୍ତିକରଣ ପାଇଁ ବାର୍ଷିକ 24 ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ବରିଷ୍ଠ ନାଗରିକ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା ରାଶି ଦୁଇଗୁଣା ହେବ । ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କରାଯାଇ ରାଜ୍ୟରେ ତଦନ୍ତାଧୀନ ଥିବା ସମସ୍ତ ମାମଲାର ତ୍ବରିତ ତଦନ୍ତ ହେବ । ବିଜେପି ମେଘାଳୟକୁ ଏକ ଶାନ୍ତ, ସମୃଦ୍ଧ ଓ ଉନ୍ନତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ନଡ୍ଡା କହିଥିଲେ ।

ଆସନ୍ତାକାଲି (ଗୁରୁବାର) ତ୍ରିପୁରାରେ ଭୋଟିଂ ହେବାକୁ ଯାଉଥିବା ବେଳେ 27 ରେ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହେବ । ମାର୍ଚ୍ଚ 2 ତାରିଖରେ ତିନିଟି ରାଜ୍ୟରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ନିର୍ବାଚନ ହେବାକୁ ଥିବା ଏହି ତିନି ରାଜ୍ୟରେ 60 ଲେଖାଏଁ ବିଧାନସଭା ଆସନ ରହିଛି । ନାଗାଲାଣ୍ତରେ ମାର୍ଚ୍ଚ 12, ମେଘାଳୟରେ 15 ଓ ତ୍ରିପୁରାରେ 22 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତ୍ରିପୁରା ପାଇଁ ସମସ୍ତ ରାଜନୈତିକ ପ୍ରଚାର ବନ୍ଦ ହୋଇସାରିଛି । ଅନ୍ୟ ଦୁଇ ରାଜ୍ୟ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରାଣମୂର୍ଚ୍ଛା ପ୍ରଚାର ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.