ସିଲଙ୍ଗ: ମେଘାଳୟ କଂଗ୍ରେସକୁ ବଡ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ(former Meghalaya CM Mukul Sangma join tmc) ମୁକୁଲ ସଂଗମାଙ୍କ ସମେତ ୧୧ ବିଧାୟକ(11 other MLAs join TMC) ଟିଏମସିରେ ଯୋଗ ଦେଇଛନ୍ତି । ଗତକାଲି(ବୁଧବାର) ଏମାନେ ଦଳ ଛାଡି ଟିଏମସିରେ ମିଶିଛନ୍ତି ।
ମେଘାଳୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭିନ୍ସେଣ୍ଟ ଏଚ୍ ପାଲା ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଲ ନଥିଲା । ତାଙ୍କୁ ସଭାପତି କରିବା ନେଇ ଅସନ୍ତୁଷ୍ଟ ଥିଲେ ମୁକୁଲ । ଏପରିକି ପାଲାଙ୍କୁ ନିଯୁକ୍ତି ନେଇ ତାଙ୍କ ପରାମର୍ଶ ମଧ୍ୟ ନିଆଯାଇନଥିବା ମୁକୁଲ କହିଛନ୍ତି । ଯାହାକୁ ନେଇ ଦଳ ଉପରେ ଖୁସି ନଥିଲେ ସେ । ଏହାକୁ ନେଇ ନିଜ ସମର୍ଥକଙ୍କ ସହ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।
ତେବେ ସଂଗମା କିଛିଦିନ ଧରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯୋଗାଯୋଗରେ ଥିଲେ । ସେ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ନିଜ ସମର୍ଥକଙ୍କୁ ନେଇ ଟିଏମସିରେ ମିଶିଛନ୍ତି ମୁକୁଲ । କଂଗ୍ରେସର ମୋଟ ୧୭ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଟିଏମସିରେ ଯୋଗଦେବା ପରେ ଦଳକୁ ବଡ ଝଟକା ଲାଗିଛି । ଅନ୍ୟପଟେ ରାଜ୍ୟର ଉତ୍ତର ପୂର୍ବରେ ଟିଏମସିରେ ଶକ୍ତି ବୃଦ୍ଧି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ