ETV Bharat / bharat

Assembly election: ରାତି ପାହିଲେ ଭୋଟ ଦେବ ମେଘାଳୟ ଓ ନାଗାଲାଣ୍ଡ - ମେଘାଳୟରେ ବିଧାନସଭା ନିର୍ବାଚନ

ରାତି ପାହିଲେ ଦୁଇ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ଭୋଟିଂ । ଉଭୟ ରାଜ୍ୟରେ ନିର୍ବାଚନୀ ମୈଦାନରେ 552 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ମାର୍ଚ୍ଚ 2 ରେ ଜନାଦେଶ । ଅଧିକ ପଢନ୍ତୁ

Assembly election: ରାତି ପାହିଲେ ଭୋଟ ଦେବ ମେଘାଳୟଓ ନାଗାଲାଣ୍ଡ

author img

By

Published : Feb 26, 2023, 10:08 PM IST

ହାଇଦ୍ରାବାଦ: ରାତି ପାହିଲେ ଉତ୍ତର-ପୂର୍ବର ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ମତଦାନ । ମେଘାଳୟ ଓ ନାଗାଲାଣ୍ଡରେ ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଉଭୟ ରାଜ୍ୟରେ ବିଭିନ୍ନ ଦଳରୁ ମୋଟ 552 ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ରହିଛନ୍ତି । ଭୋଟ ଗ୍ରହଣ ଲାଗି ସମସ୍ତ ପ୍ରଶାସନିକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଉଭୟ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଅନୁସାରେ ସମସ୍ତ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଯାଇଛି । ଅନ୍ୟତମ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ 16 ତାରିଖରେ ଭୋଟିଂ ଶେଷ ହୋଇସାରିଛି । 60 ରୁ 59 ଟି ଆସନରେ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ଆସନ୍ତାକାଲି (27 ଫେବୃଆରୀ) ରେ ମେଘାଳୟ ଓ ନାଗାଲାଣ୍ଡରେ ଭୋଟିଂ ଶେଷ ହେବା ପରେ ମାର୍ଚ୍ଚ 2 ତାରିଖରେ 3 ରାଜ୍ୟର ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ମେଘାଳୟ ବିଧାନସଭା ନିର୍ବାଚନ:- ମେଘାଳୟରେ 60 ରୁ ମୋଟ 59ଟି ଆସନରେ ଭୋଟିଂ ହେବା ପାଇଁ 3,419 ପୁଲିଂ ଷ୍ଟେସନ ପ୍ରସ୍ତୁତ କରାଯାଇଛି । ସକାଳ 7 ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ 4 ଟାରେ ଶେଷ ହେବ । ନିର୍ବାଚନୀ ମୈଦାନରେ ମୋଟ 21 ଲକ୍ଷ ମତଦାତା ବିଭିନ୍ନ ଦଳର ମୋଟ 369 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ଆବଶ୍ୟକ ସରଞ୍ଜାମ ସହ ପୁଲିଂପାର୍ଟି ବୁଥ ଅଭିମୁଖେ ବାହାରି ସାରିଛନ୍ତି । ପ୍ରତ୍ୟେକ ବୁଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାଜ୍ୟରେ ମୋଟ 60 ଆସନରେ ଏକକ ପର୍ଯ୍ୟାୟରେ ଭୋଟିଂ ହେଉଥିବା ବେଳେ ଗୋଟିଏ ଆସନରେ ନାମାଙ୍କିତ ପ୍ରାର୍ଥୀଙ୍କ ଦେହାନ୍ତ କାରଣରୁ ମତଦାନ ସ୍ଥଗିତ ରଖାଯାଇଛି । ସୋହିୟଙ୍ଗ ବିଧାନସଭା ମଣ୍ଡଳୀରେ ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ତଥା ଚଳିତ ନିର୍ବାଚନରେ ସଂଯୁକ୍ତି ଡେମୋକ୍ରାଟିକ ପାର୍ଟି (UDP) ଟିକେଟରେ ନାମାଙ୍କନ ଭରିଥିବା ପ୍ରାର୍ଥୀଙ୍କ ଦେହାନ୍ତ କାରଣରୁ ମତଦାନ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ଏହି ଆସନରେ ଉପନିର୍ବାଚନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଅନୁସାରେ, ରାଜ୍ୟରେ ମୋଟ 21 ଲକ୍ଷ (21,75,236) ପଞ୍ଜୀକୃତ ମତଦାତା ରହିଛନ୍ତି । ସେମାନଙ୍କ ମଧ୍ୟରୁ 10.99 ମହିଳା ଓ 10.68 ଲକ୍ଷ ପୁରୁଷ ରହିଛନ୍ତି । ସେହିପରି ଚଳିତ ନିର୍ବାଚନରେ ରାଜ୍ୟରେ 81,000 ନବାଗତ ଭୋଟର ପ୍ରଥମ ଥର ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ନାଗାଲାଣ୍ଡ ନିର୍ବାଚନ: ଅନ୍ୟତମ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ 60 ସିଟରେ ଭୋଟିଂ ଶେଷ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟରେ 6 ଲକ୍ଷ 55 ହଜାର ମହିଳା ଓ 6 ଲକ୍ଷ 52 ହଜାର ପୁରୁଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ରାଜ୍ୟରେ କୌଣସି ଟ୍ରାନ୍ସଜେଣ୍ଡର ଭୋଟର ନଥିବା ସରକାରୀ ତଥ୍ୟ କହୁଛି । ମୋଟ 14 ଶହ ପୁଲିଂ ଷ୍ଟେସନ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିମଧ୍ୟରୁ ପ୍ରାୟତଃ ସମସ୍ତ ଷ୍ଟେସନରେ ପୁଲିଂ ଅଧିକାରୀ ପହଞ୍ଚି ସାରିଲେଣି । ସେଥିମଧ୍ୟରୁ କେବଳ 368 ଟି ବୁଥରେ ମହିଳା ପୁଲିଂ ଅଧିକାରୀଙ୍କ ଦ୍ବାରା ମତଦାନ ପ୍ରକ୍ରିୟା ସଞ୍ଚାଳିତ ହେବ ।

ତିନି ଉତ୍ତର-ପୂର୍ବ ରାଜ୍ୟରେ ଏକାସଙ୍ଗରେ ନିର୍ବାଚନୀ ବିଗୁଲ ବାଜିଥିବା ବେଳେ ପ୍ରଥମ ରାଜ୍ୟ ଭାବେ ତ୍ରିପୁରା ଚଳିତ 16 ତାରିଖରେ ଗୋଟିଏ ଫେଜରେ ଭୋଟ ଦେଇସାରିଛି । ଆସନ୍ତାକାଲି (ସୋମବାର) ମେଘାଳୟ ଓ ନାଗାଲାଣ୍ଡ ଭୋଟ ଦେବା ପରେ ମାର୍ଚ୍ଚ 2ରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.