ETV Bharat / bharat

BRICS MEETING; ଅଧ୍ୟକ୍ଷତା କଲେ ଡୋଭାଲ, ଭାରତ ଉଠାଇଲା ସୀମାପାର ଆତଙ୍କବାଦ ପ୍ରସଙ୍ଗ

author img

By

Published : Aug 25, 2021, 11:07 AM IST

ଗତକାଲି (ମଙ୍ଗଳବାର) ବ୍ରିକ୍ସ ରାଷ୍ଟ୍ର ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ଯୋଗେ ହୋଇଥିବା ବୈଠକ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଳମ୍ବିତ ରାତ୍ରିରେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

BRICS MEETING
BRICS MEETING

ନୂଆଦିଲ୍ଲୀ: ଗତକାଲି (ମଙ୍ଗଳବାର) ବ୍ରିକ୍ସ ରାଷ୍ଟ୍ର ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲରେ ହୋଇଥିବା ବୈଠକ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଳମ୍ବିତ ରାତ୍ରିରେ ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଉଚ୍ଚସ୍ତରୀୟ ବୈଠକରେ ରାଜନୈତିକ, ଅର୍ଥନୈତିକ, ଆଞ୍ଚଳିକ ସୁରକ୍ଷା ସମ୍ବନ୍ଧରେ ମତ ଆଦାନ ପ୍ରଦାନ ପାଇଁ ସହମତି ହୋଇଥିଲା । ଏହାବାଦ ବୈଠକରେ ଆଫଗାନିସ୍ତାନ, ଇରାନ, ପଶ୍ଚିମ ଏସିଆ ଓ ଉପସାଗରୀୟ ଦେଶର ବର୍ତ୍ତମାନ ଭବିଷ୍ୟତ ବିକାଶ ଓ ସାଇବାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଡୋଭାଲ ଭାରତର ଆଭିମୁଖ୍ୟ ରଖି ସୀମା ପାର ଆତଙ୍କବାଦ, ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଭଳି ଆତଙ୍କୀ ସଂଗଠନର କାର୍ଯ୍ୟକଳାପ ପ୍ରସଙ୍ଗ ଉଠାଇଥିଲେ । ଏହି ଆତଙ୍କୀ ସଂଗଠନ କିଭଳି ମାନବ ଜାତି ପାଇଁ ବିପଦ ତାହାର ବିସ୍ତୃତ ତଥ୍ୟ ସେ ରଖିଥିଲେ । ଆତଙ୍କବାଦୀ ସମସ୍ୟା ଖାଲି ଭାରତ କି କିଛି ସୀମିତ ଦେଶ ପାଇଁ ବିପଦ ନୁହେଁ ବଂର ସମଗ୍ର ବିଶ୍ବ ପାଇଁ ବିପଦ କହିଥିଲେ ଡୋଭାଲ । ଆତଙ୍କବାଦ ଗତିବିଦ୍ଧି ବନ୍ଦ କରିବା ପାଇଁ ‘ବ୍ରିକ୍ସ କାଉଣ୍ଟର ଟେରରିଜମ ଆକ୍ସନ ପ୍ଲାନ’ ଯୋଜନା ଆପଣାଇବାକୁ ସହମତି ପ୍ରକାଶ ପାଇଥିଲା । ଏହାର ଉଦ୍ଦେଶ୍ୟ କେବଳ ଆତଙ୍କବାଦୀ ଦମନ ଓ ମିଳୁଥିବା ଅର୍ଥକୁ ବନ୍ଦ କରିବା ।

ସେହିପରି ସାଇବର ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ ଓ ସାଇବର ଅପରାଧୀଙ୍କ ମୁକାବିଲା ପାଇଁ ପରସ୍ପର ମଧ୍ୟରେ ସମନ୍ବୟ ରଖିବା ସହ ଦକ୍ଷତା ବୃଦ୍ଧି ପାଇଁ ସହମତି ହୋଇଥିଲା । ଆଫଗାନକୁ କବଜା କରିବାର ଗୋଟିଏ ସପ୍ତାହ ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ଏନଏସଏ ସାମିଲ ହୋଇଥିଲେ । ଏହି ବ୍ରିକ୍ସ ରାଷ୍ଟ୍ରରେ ଦୁନିଆର ମୋଟ ଜନସଂଖ୍ୟାର ୪୧ ପ୍ରତିଶତ ଥିବାବେଳେ ମୋଟ ଜିଡିପର ୨୪ ପ୍ରତିଶତ ଏହି ରାଷ୍ଟ୍ରରୁ ମିଳିଥାଏ । ଏତତ ବ୍ୟତୀତ ମୋଟ ବାଣିଜ୍ୟର ୧୬ ପ୍ରତିଶତ ଏହି ରାଷ୍ଟ୍ର ମାନେ କରିଥାନ୍ତି ।

ବ୍ରିକ୍ସ ବୈଠକରେ ଭାରତ ଅଧ୍ୟକ୍ଷତା କରିଥିବାବେଳେ ଏନଏସଏ ଅଜିତ ଡୋଭାଲ ସାମିଲ ହୋଇଥିଲେ । ଋଷ ପକ୍ଷରୁ ଜେନେରାଲ ପେତ୍ରୁଶେବ, ବ୍ରାଜିଲ ପକ୍ଷରୁ ଜେନେରାଲ ଆଙ୍ଗଷ୍ଟୋ ହେଲେନ, ଚୀନ ପକ୍ଷରୁ ୟାଙ୍ଗ ଜେଇଚୀ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ନସେଡିଶୋ ଗୁଡଏନଫ ସାମିଲ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.