ETV Bharat / bharat

ରାଜସ୍ଥାନରେ 8ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ - ରାଜସ୍ଥାନରେ ନାଇଟ କର୍ଫ୍ୟୁ

ଅନ୍ୟ ରାଜ୍ୟରୁ ରାଜସ୍ଥାନ ଆସୁଥିବା ଯାତ୍ରୀଙ୍କ ପାଇଁ 72 ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଅଧିକ ପଢନ୍ତୁ...

ରାଜସ୍ଥାନରେ 8ଟି ସହରରେ ଲାଗୁ ହେବ ନାଇଟ କର୍ଫ୍ୟୁ

author img

By

Published : Mar 21, 2021, 10:21 PM IST

ଜୟପୁର: ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଅନ୍ୟ ରାଜ୍ୟରୁ ରାଜସ୍ଥାନ ଆସୁଥିବା ଯାତ୍ରୀଙ୍କ ପାଇଁ 72 ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ 15 ଦିନ କ୍ବାରେଣ୍ଟାଇନ ରହିବାକୁ ନିର୍ଦ୍ଦେଶ ରହିଛି ।

ରାଜସ୍ଥାନରେ 8ଟି ସହରରେ ଲାଗୁ ହେବ ନାଇଟ କର୍ଫ୍ୟୁ
ରାଜସ୍ଥାନରେ 8ଟି ସହରରେ ଲାଗୁ ହେବ ନାଇଟ କର୍ଫ୍ୟୁ

ଏହାସହ ରାଜ୍ୟରେ ରାତ୍ରି 10ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ରାଜଧାନୀ ଜୟପୁର ସହିତ ରାଜ୍ୟର 8ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା, ପ୍ରମୁଖ ଶାସନ ସଚିବ ଅଭୟ କୁମାର, ଚିକିତ୍ସା ଶିକ୍ଷା ସଚିବ ବୈଭବ ଗାଲରିୟା ଏବଂ ସ୍ବାସ୍ଥ୍ୟ ସଚିବ ସିଦ୍ଧାର୍ଥ ମହାଜନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ସଚିବ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସମୟ ରହିତ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ରାଜ୍ୟରେ ସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।

ଆସନ୍ତା 25 ତାରିଖରୁ ରାଜସ୍ଥାନକୁ ଆସୁଥିବା ଅନ୍ୟ ରାଜ୍ୟବାସୀଙ୍କ 72 ଘଣ୍ଟା ପୂର୍ବର ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ହେବା ଜରୁରୀ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ଏୟାରପୋର୍ଟ ଓ ରେଲୱେ ଷ୍ଟେସନରେ ଯାତ୍ରୀମାନଙ୍କ ଯାଞ୍ଚ କରାଯିବ । ଯେଉଁ ଯାତ୍ରୀମାନଙ୍କ ପାଖରେ ନେଗେଟିଭ ରିପୋର୍ଟ ନଥିବ ସେମାନେ 15 ଦିନ କ୍ବାରେଣ୍ଟାଇନ ରହିବେ । ବିବାହ କାର୍ଯ୍ୟରେ ମୋଟ 200 ଲୋକ ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟରେ କେବଳ 20 ଲୋକ ସାମିଲ ହୋଇପାରିବେ । ବିବାହ ସମ୍ବନ୍ଧୀୟ ସମସ୍ତ ବିବରଣୀ ମାଜିଷ୍ଟ୍ରେଟଙ୍କୁ ଇ-ମେଲ ମାଧ୍ୟମରେ ଦିଆଯିବ । ସେହିପରି ଧାର୍ମିକସ୍ଥଳଗୁଡିକରେ ଆୟୋଜିତ ମେଳା ଉତ୍ସବର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.