ETV Bharat / bharat

କେଜ୍ରିୱାଲ-ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଜାରି

author img

By

Published : Feb 21, 2021, 2:27 PM IST

କୃଷି ଆଇନ ସମ୍ପର୍କରେ ଅରବିନ୍ଦ କେଜ୍ରିୱାଲ ଓ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଜାରି ରହିଛି । ଅଧିକ ପଢନ୍ତୁ...

କୃଷି ଆଇନ ସମ୍ପର୍କରେ ଅରବିନ୍ଦ କେଜ୍ରିୱାଲ-ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉତ୍ତରପ୍ରଦେଶର ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଆରମ୍ଭ ।

ଗତବର୍ଷ ନଭେମ୍ବର ମାସଠାରୁ ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀମାନେ 3ଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଅଡି଼ ବସିଥିବା ବେଳେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିନାହାନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ବୈଠକ ହେବା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଏହାପରେ କେନ୍ଦ୍ର ସରକାର 12ରୁ 18 ମାସ ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ କରିଛନ୍ତି । କିନ୍ତୁ କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିବା ସହିତ ସୀମାବର୍ତ୍ତୀ ଅଞ୍ଚଳରେ ତିନି ମାସ ଧରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଏହି ବୈଠକରେ କୃଷି ଆଇନ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି । ଦିଲ୍ଲୀ ପରିବହନ ଓ ପରିବେଶ ବିଭାଗ ମନ୍ତ୍ରୀ କୈଳାଶ ଗେହଲଟ, ଜଳ ଯୋଗାଣ ଓ ପର୍ଯ୍ୟଟନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଏବଂ ଆମ ଆଦମୀ ପାର୍ଟି(ଆପ୍‌) ସଞ୍ଜୟ ସିଂ ଏହି ବୈଠକରେ ଉପସ୍ଥିତ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.