ETV Bharat / bharat

‘ଆକାଂକ୍ଷା କୁମାରୀ’ ଭାରତର ପ୍ରଥମ ମହିଳା ମାଇନିଂ ଇଞ୍ଜିନୟର, ଛୁଟୁଛି ପ୍ରଶଂସା

ଭାରତର ପ୍ରଥମ ମହିଳା ମାଇନିଂ ଇଞ୍ଜିନୟର ଆକାଂକ୍ଷା କୁମାରୀ । ଖଣି ତଳେ ରହି କରୁଛନ୍ତି କାମ । ଅଧିକ ପଢନ୍ତୁ...

author img

By

Published : Sep 2, 2021, 12:19 PM IST

ଭାରତର ପ୍ରଥମ ମହିଳା ମାଇନିଂ ଇଞ୍ଜିନୟର ଆକାଂକ୍ଷା କୁମାରୀ

ନୂଆଦିଲ୍ଲୀ : ଭାରତର ପ୍ରଥମ ମହିଳା ମାଇନିଂ ଇଞ୍ଜିନୟର ଆକାଂକ୍ଷା କୁମାରୀ । ଖଣି ତଳେ ରହି କାମ କରୁଛନ୍ତି ସେ । ସେ ଏବେ ସେଣ୍ଟ୍ରାଲ୍ କୋଲଫିଲ୍ଡସ୍ ଲିମିଟେଡ୍ (ସିସିଏଲ୍)ର ଜଣେ କର୍ମଚାରୀ । ଯାହା କୋଲ ଇଣ୍ଡିଆ ଇତିହାସର ପ୍ରଥମ ଘଟଣା । ଝାଡଖଣ୍ଡର ଉତ୍ତର କାନପୁର ଅଞ୍ଚଳରେ ଥିବା ସିସିଏଲ୍ ଚୈରୀ ଭୂତଳ ଖଣିରେ ଆକାଂକ୍ଷା ଯୋଗ ଦେଇଛନ୍ତି ।

ଆକାଂକ୍ଷାଙ୍କ ଏ ସଫଳତା ପାଇଁ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ସେ ଏକ ଟୁଇଟ ମଧ୍ୟ କରିଛନ୍ତି । ଏ ହେଉଛି ପ୍ରଗତିଶୀଳ ଶାସନର ଏକ ଝଲକ । ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ମୋଦି ସରକାର ମହିଳାମାନଙ୍କୁ ଭୂତଳ କୋଇଲା ଖଣିରେ କାମ କରିବାକୁ ଅନୁମତି ଦେଇଥିଲେ।

ସେପଟେ, ଏନେଇ ସେଣ୍ଟ୍ରାଲ କୋଲ ଫିଲଡ ଲିମିଟେଡ ଏକ ଟୁଇଟ ମଧ୍ୟ କରିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ବିଟ ସିନ୍ଧ୍ରିର ଗ୍ରାଜୁଏଟ ଆକାଂକ୍ଷା କୁମାରୀ ସିସିଲରେ ନିଯୁକ୍ତି ପାଇଛନ୍ତି । ଭାରତର ପ୍ରଥମ ମହିଳା ମାଇନଂ ଇଞ୍ଜିନିୟର ଭାବରେ । ଲିଙ୍ଗଗତ ସମାନତାକୁ ସେ ପ୍ରମାଣିତ କରିଛନ୍ତି । ସେ ପ୍ରଗତିଶୀଳ ସରକାରର ଏକ ଅଂଶ ବୋଲି କୁହାଯାଇଛି । କୋଇଲା ମନ୍ତ୍ରଣାଳୟ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛି ।

ଆକାଂକ୍ଷା କୁମାରୀ ହେଉଛନ୍ତି ଝାଡଖଣ୍ତ ବରକାଗାଁଓର ନିବାସୀ । ସେ ପିଲାଟି ବେଳୁ ମାଇନିଂ ଇଞ୍ଜିନିୟରିଂରେ ରୁଚି ରଖିଥିଲେ । ନବୋଦୟ ବିଦ୍ୟାଳୟର ଛାତ୍ରୀ ମଧ୍ୟ ଥିଲେ । ପରେ ସେ ଧାନବାଦ ବିଟ ସିନ୍ଧ୍ରିରେ ମାଇନିଂ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ । ଆକାଂକ୍ଷା କୁମାରୀଙ୍କ ଏ ସଫଳତା ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ଯୋଗାଇବା ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.