ETV Bharat / bharat

ଭାରତୀୟ କଲେଜରେ ମିଳିବନି ସିଟ୍‌, କେନ୍ଦ୍ରର ସତ୍ୟପାଠ ପରେ ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ - ୟୁକ୍ରେନ ଫେରନ୍ତାଙ୍କ ବଢୁଛି ଅଡୁଆ

ଭାରତୀୟ କଲେଜରେ ନାମଲେଖା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର । ବଢିଲା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ଚିନ୍ତା (Ukraine returns medical students issue)। ମାନବୀୟ ଦୃଷ୍ଟିକୋଣରୁ ବିଚାର କରିବାକୁ ସରକାରଙ୍କୁ କଲେ ଅନୁରୋଧ । ଅଧିକ ପଢନ୍ତୁ

ଭାରତୀୟ କଲେଜରେ ମିଳବନି ସିଟ, କେନ୍ଦ୍ରର ସତ୍ୟପାଠ ପରେ ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

author img

By

Published : Sep 17, 2022, 6:04 PM IST

Updated : Sep 17, 2022, 7:24 PM IST

ଭୁବନେଶ୍ବର: ଭାରତୀୟ ମେଡିକାଲ କଲେଜରେ ନାମ ଲେଖା ନେଇ ଅନୁମତି ଦିଆଯାଇ ପାରିବନାହିଁ ବୋଲି ସର୍ବୋଚ୍ଚ କୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ ପରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଛି (Ukraine returns students) । ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲାର (Ukraine returns medical students issue ) ଶୁଣାଣି ବେଳେ କେନ୍ଦ୍ର ସରକାର ଏମାନଙ୍କୁ ଭାରତୀୟ ମେଡିକାଲ କଲେଜରେ ନାମଲେଖା ସୁବିଧା ଦେବା ଆଇନ ଦୃଷ୍ଟିରୁ ଏହା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରି ଏକ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ସରକାରଙ୍କ ଏପରି ଆଭିମୁଖ୍ୟ ସାମ୍ନାକୁ ଆସିବା ପରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭବିଷ୍ୟତକୁ ନେଇ ଚିନ୍ତା ବଢିଛି ।

ଭାରତୀୟ କଲେଜରେ ମିଳବନି ସିଟ, କେନ୍ଦ୍ରର ସତ୍ୟପାଠ ପରେ ଚିନ୍ତାରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ

ଯେଉଁ ଛାତ୍ରଛାତ୍ରୀ ୟୁକ୍ରେନରେ ଡାକ୍ତରୀ ଅଧ୍ୟୟନ ଛାଡି ସ୍ବଦେଶ ଫେରିଛନ୍ତି, ସେମାନେ ୟୁକ୍ରେନରେ ନିଜର କଲେଜରୁ ଅନୁମତି ନେଇ ନିଜ ନାମ ଅନ୍ୟ ଦେଶର ବିଶ୍ୱବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରିପାରିବା ନେଇ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସତ୍ୟପାଠରେ ଜଣାଇଛନ୍ତି । କେନ୍ଦ୍ର ଏହା ସ୍ପଷ୍ଟ କରିଛି ଯେ, ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ କମ ମାର୍କ ଥିବାରୁ ସେମାନେ ୟୁକ୍ରେନରେ ପଢିବାକୁ ଯାଇଥିଲେ । ଯଦି ସେମାନଙ୍କୁ ଏଠାରେ ନାମଲେଖା ପାଇଁ ଅନୁମତି ମିଳେ ତେବେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅନ୍ୟାୟ ହେବ । ନିଟରେ କମ୍ ସ୍କୋର ଥିବା ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ କଲେଜରେ ନାମଲେଖା ପାଇଁ ସୁଯୋଗ ଦିଆଗଲେ ଦେଶର ଡାକ୍ତରୀ ଶିକ୍ଷାର ମାନଦଣ୍ଡକୁ ମଧ୍ୟ ପ୍ରଭାବିତ ହେବ ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ।

ସେପଟେ ଯୁଦ୍ଧକ୍ଷେତ୍ର ୟୁକ୍ରେନରୁ ଜୀବନ ବଞ୍ଚାଇ ଫେରିଥିବା ପ୍ରାୟ 18 ହଜାର ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ୟୁକ୍ରେନର ବିଭିନ୍ନ କଲେଜ ଓ ୟୁନିଭର୍ସିଟିରେ ପଢୁଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପାଇଁ ୟୁକ୍ରେନ ଯିବାକୁ ପଡିବ ବୋଲି ସର୍ତ୍ତ ରହିଛି । ଲାଇବ୍ରେରୀରୁ ନେଇଥିବା ବହି, ହଷ୍ଟେଲ ସାମଗ୍ରୀ ଓ ଡକ୍ୟୁମେଣ୍ଟ ଦାଖଲ କଲେ ହିଁ ସାର୍ଟିଫିକେଟ ଦେବ ସମ୍ପୃକ୍ତ କଲେଜ । କାରଣ ସାର୍ଟିଫିକେଟ ନଥିଲେ ଅନ୍ୟ ସଂସ୍ଥାନରେ ନାମଲେଖା ହୋଇପାରିବ ନାହିଁ । ୟୁକ୍ରେନ ଉପରେ ଏବେ ବି ଋଷ ଆକ୍ରମଣ ଜାରି ରହିଥିବାରୁ ଏଭଳି ସ୍ଥିତିରେ ୟୁକ୍ରେନ ଯାଇ ଛାତ୍ରଛାତ୍ରୀ କିପରି ପ୍ରମାଣପତ୍ର ଆଣିବେ ସେ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦ କହିଛନ୍ତି, ''ମାନବିକତା ଦୃଷ୍ଟିକୋଣରୁ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଦୁଇ ଦେଶ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ । କିନ୍ତୁ ସୁପ୍ରିମକୋର୍ଟ ଯେଉଁ ଶୁଣାଣି କରିଛନ୍ତି ତାହା ଭରତ ସରକାର ପାଳନ କରିପାରନ୍ତି କିନ୍ତୁ ୟୁକ୍ରେନ ମାନିବ ନାହିଁ । ବାର୍ତ୍ତାମାନ ସେଠାରେ ଯେଉଁମାନେ ପଢୁଥିଲେ ସେମାନଙ୍କ କ୍ଲିୟରାନ୍ସ ନମିଳିଲେ ସେମାନେ ଆଉ କେଉଁଠି ପଢି ପାରିବେନାହିଁ । ଏପରି ସ୍ଥିତିରେ କେନ୍ଦ୍ର ସରକାର ଗମ୍ଭୀର ଭାବେ କିଛି ବିକଳ୍ପ ଚିନ୍ତା କରନ୍ତୁ ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 17, 2022, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.