ETV Bharat / bharat

ମିଡିଆ ଟ୍ରାଏଲକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ: ଗାଇଡଲାଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ - ମିଡିଆ ଟ୍ରାଏଲ ଗାଇଡଲାଇନ ପାଇଁ ନିର୍ଦ୍ଦେଶ

ମିଡିଆ ଟ୍ରାଏଲ(ଏକତରଫା ଖବର ପ୍ରସାରଣ) ନେଇ କଠୋର ହେଲେ ସୁପ୍ରିମକୋର୍ଟ । ଆସନ୍ତା ୩ ମାସ ଭିତରେ ଗାଇଡଲାଇନ ଆଣିବାକୁ ଗୃହ ମନ୍ତ୍ରଣାଳୟକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମିଡିଆ ଟ୍ରାଏଲକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ
ମିଡିଆ ଟ୍ରାଏଲକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ
author img

By ETV Bharat Odisha Team

Published : Sep 14, 2023, 9:58 AM IST

ନୂଆଦିଲ୍ଲୀ: ଅପରାଧିକ ମାମଲାରେ କୋର୍ଟରେ ବିଚାର ହେବା ପୂର୍ବରୁ ଦେଶର ଗଣମାଧ୍ୟମ ତାହାକୁ ନିଜ ଅନୁସାରେ ବିଚାର କରି ମନଇଚ୍ଛା ଖବର ପ୍ରସାରଣ(ମିଡିଆ ଟ୍ରାଏଲ) କରୁଛନ୍ତି । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ । ମିଡିଆ ଟ୍ରାଏଲ ଦ୍ବାରା ନ୍ୟାୟ ପ୍ରଭାବିତ ହେଉଛି । ତେଣୁ ଏନେଇ ଆସନ୍ତା ୩ ମାସ ମଧ୍ୟରେ ଗାଇଡଲାଇନ ଆଣିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସବୁ ରାଜ୍ୟର ପୋଲିସ ଡିଜି ମାସକ ଭିତରେ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ । ପୋଲିସ ଗଣମାଧ୍ୟମକୁ ସୂଚନା ଦେବା ବେଳେ କେଉଁ ସବୁ ନିୟମ ପାଳନ କରିବା ସେ ସମ୍ପର୍କରେ ଗାଇଡଲାଇନରେ ଉଲ୍ଲେଖ କରାଯିବ ।

୨୦୧୭ ମସିହାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ମିଡିଆ ଟ୍ରାଏଲ ନ୍ୟାୟକୁ ପ୍ରଭାବିତ କରୁଛି । କୌଣସି ଅପରାଧିକ ମାମଲାରେ ମିଡିଆକୁ ସୂଚନା ଦେବାବେଳେ ପୋଲିସକୁ ସମ୍ବେଦନଶୀଳ ହେବାକୁ ପଡିବ । କୌଣସି ମାମଲାରେ କେତେ ପର୍ଯ୍ୟନ୍ତ ସୂଚନା ଦିଆଯାଇପାରିବ ତାହା ବିଚାର କରିବା ଜରୁରୀ ଅଟେ । ମିଡିଆ ଟ୍ରାଏଲ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । କାରଣ ଏଥିରେ ପୀଡିତ ସହିତ ଅଭିଯୁକ୍ତ ଏବଂ ଜନସାଧାରଣଙ୍କ ସ୍ବାର୍ଥ ମଧ୍ୟ ଜଡିତ ହୋଇ ରହିଛି । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ତାକୁ ନିର୍ଦ୍ଦୋଷ ଭାବେ ଦେଖାଯିବ । ସେତେ ପର୍ଯ୍ୟନ୍ତ ମିଡିଆ ରିପୋର୍ଟ ଦ୍ବାରା ଅଭିଯୁକ୍ତର ପ୍ରତିଷ୍ଠା ଉପରେ ଆଞ୍ଚ ଆସିବା ଅନୁଚିତ୍ ।

ଏହାମଧ୍ୟ ପଢନ୍ତୁ: Gyanvapi complex case: 18ରେ ଆହ୍ଲାବାଦ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏକପାଖିଆ ରିପୋର୍ଟଂ ସାର୍ବଜନିକ ସନ୍ଦେହ ସୃଷ୍ଟି କରିଥାଏ । କିଛି ମାମଲାରେ ପୀଡିତ ନାବଳକ/ ନାବାଳିକା ଥାଆନ୍ତି । ଏପରି ସ୍ଥଳରେ ପୀଡିତାଙ୍କ ଗୋପନୀୟତା ପ୍ରଭାବିତ ହେବା ଅନୁଚିତ୍ । ଧାରା ୧୯ ଓ ୨୧ ଅନୁସାରେ କୌଣସି ଅଭିଯୁକ୍ତ କିମ୍ବା ପୀଡିତଙ୍କ ମୌଳିକ ଅଧିକାର ପ୍ରଭାବିତ କରାଯାଇ ପାରିବ ନାହିଁ । ତେଣୁ ଗଣମାଧ୍ୟମକୁ ସୂଚନା ଦେବା ବେଳେ ପୋଲିସ କେଉଁ ସବୁ ନିୟମ ପାଳନ କରିବ ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ପ୍ରସ୍ତୁତ କରିବେ । ଏଥିପାଇଁ ମନ୍ତ୍ରଣାଳୟକୁ କୋର୍ଟ ୩ ମାସ ମହଲତ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି କହିଛନ୍ତି କି କେନ୍ଦ୍ର ସରକାର ଖବଶୀଘ୍ର ଏ ଦିଗରେ ଗାଇଡଲାଇନ ଜାରି କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.