ETV Bharat / bharat

ଗଣେଶ ପୂଜାରେ ବେଙ୍ଗାଲୁରୁରେ ମାଂସ ବିକ୍ରି ବନ୍ଦ

author img

By

Published : Aug 30, 2022, 7:28 AM IST

ଗଣେଶ ପୂଜା ଦିନ ବେଙ୍ଗାଲୁରୁରେ ମିଳିବନି ମାଂସ । ସହରରେ ମାଂସ ବିକ୍ରି ଉପରେ ଜାରି ହୋଇଛି ନିଷେଧାଦେଶ । ଅଧିକ ପଢନ୍ତୁ

ଗଣେଶ ପୂଜା ପାଇଁ ବେଙ୍ଗାଲୁରୁରେ ମାଂସ ବିକ୍ରି ବ୍ୟାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ମାଂସ ବିକ୍ରି ଉପରେ ଲାଗିଛି କଟକଣା । ଆସନ୍ତାକାଲି(ବୁଧବାର) ବେଙ୍ଗାଲୁରୁ ସହରରେ ବନ୍ଦ ରହିବ ସମସ୍ତ ମାଂସ ଦୋକାନ । ସହରର କୌଣସି ସ୍ଥାନରେ ପଶୁ ହତ୍ୟା ଓ ମାଂସ ବିକ୍ରୟ କରାଯିବ ନାହିଁ । ପବିତ୍ର ଗଣେଶ ପୂଜା(Ganesh Puja) ଅବସରରେ ବୁଧବାର ଦିନ ବୃହତ ବେଙ୍ଗାଲୁରୁ ମହାନଗର ପାଲିକି(Burhat Bangalore Mahanagara Palike) ମାଂସ ବ୍ରିକୟ ଉପରେ ନିଷେଧାଦେଶ ଲଗାଇଛି । ବିବିଏମପି ଅଧିନରେ ଆସୁଥିବା ସମସ୍ତ ଅଞ୍ଚଳରେ ଏହି କଟକଣା ଲାଗୁ ହେବ । ଏନେଇ BBMP ପକ୍ଷରୁ ଏକ ଲିଖିତ ବିଜ୍ଞପ୍ତି ଜାରି କରାଯାଇଛି ।

ରାତି ପାହିଲେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ମଣ୍ଡପରେ ବିରାଜିବେ ପ୍ରଭୁ ଗଜାନନ। ତେଣୁ ପବିତ୍ର ଗଣେଶ ପୂଜା ଦିନ ସହରରେ ମାଂସ କ୍ରୟବିକ୍ରୟ ଉପରେ ରୋକ୍ ଲଗାଇବାକୁ ବେଙ୍ଗାଲୁରୁ ମହାନଗର ପାଲିକି ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ଜନ୍ମାଷ୍ଟମୀ ଦିନ ମଧ୍ୟ ଏଠାରେ ମାଂସ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ତେବେ ମାଂସ ବିକ୍ରୟ ଉପରେ କଟକଣା ଲଗାଯିବାକୁ ନେଇ କର୍ଣ୍ଣାଟକ ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇଏଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ( (AIMIM MP Asaduddin Owaisi) ।

ସେ କହିଛନ୍ତି, ''ଏହି ନିଷ୍ପତ୍ତି ସମ୍ବିଧାନ ବିରୋଧୀ । କର୍ଣ୍ଣାଟକ ସରକାର ବେଙ୍ଗାଲୁରୁରେ ଦେଇଥିବା ନିର୍ଦ୍ଦେଶ ଭାରତୀୟ ସମ୍ବିଧାନର ଧାରା ୧୫ ଉଲ୍ଲଙ୍ଘନ କରୁଛି । ଏଠାରେ ୮୦ ପ୍ରତିଶତ ଲୋକ ମାଂସାହାରୀ ଅଟନ୍ତି । ହେଲେ ଗୋଟିଏ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । '' ଯାହାକି ଲୋକଙ୍କ ବୃତ୍ତି, ଜୀବିକା ବିରୋଧି ଅଟେ ବୋଲି ଓୱେସୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପକ୍ଷୀ ଡେଣାରେ ବସି ବୁଲୁଥିଲେ ସାବରକର, ପାଠ୍ୟପୁସ୍ତକରେ ସାମିଲ କରି ବିବାଦରେ ବୋମାଇ ସରକାର

ଗତ ଦୁଇବର୍ଷ ଧରି କୋରୋନା କଟକଣା ଯୋଗୁଁ ସାରା ଦେଶରେ ଗଣେଶ ପୂଜା ଫିକା ପଡିଥିଲା । ପୂଜା ମଣ୍ଡପମାନଙ୍କରେ ସର୍ବସାଧରଣ ଦର୍ଶନ ବାରଣ କରାଯାଇଥିଲା । ହେଲେ ଚଳିତ ବର୍ଷ ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ସହ କୋରୋନା କଟକଣା କୋହଳ ହୋଇଛି । ତେଣୁ ଏଥର ଜାକଜମକରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହେବ । ଗଣେଶ ପୂଜାକୁ ନେଇ ଏବେ ସାରା ଦେଶ ଚଳଚଞ୍ଚଳ ହୋଇପଡିଛି । ସମସ୍ତେ ଗଣେଶ ଚତୁର୍ଥୀକୁ ନେଇ ଉତ୍ସାହିତ ଅଛନ୍ତି । ମୂର୍ତ୍ତି କାରିଗରମାନେ ମଧ୍ୟ ଶେଷ ସ୍ପର୍ଶ ଦେବାରେ ଲାଗିପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.