ETV Bharat / bharat

Operation Ganga: ଭାରତୀୟଙ୍କ ଉଦ୍ଧାର ନେଇ ଲୋକସଭାରେ ବିବୃତି ରଖିବେ ଜୟଶଙ୍କର

author img

By

Published : Mar 11, 2022, 6:47 PM IST

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ 'ଅପରେସନ ଗଙ୍ଗା' ନେଇ ଲୋକସଭାରେ ବିବୃତି ରଖିବେ କେନ୍ଦ୍ର ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ମନ୍ତ୍ରୀ ଡ. ଏସ ଜୟଶଙ୍କର । ତେବେ ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟଙ୍କ ଉଦ୍ଧାର ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବେ ଜୟଶଙ୍କର । ଅଧିକ ପଢନ୍ତୁ

Operation Ganga: ଭାରତୀୟଙ୍କ ଉଦ୍ଧାର ନେଇ ଲୋକସଭାରେ ବିବୃତି ରଖିବେ ଜୟ ଶଙ୍କର

ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ 'ଅପରେସନ ଗଙ୍ଗା' ନେଇ ଲୋକସଭାରେ ବିବୃତି ରଖିବେ କେନ୍ଦ୍ର ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ମନ୍ତ୍ରୀ ଡ. ଏସ ଜୟଶଙ୍କର । ତେବେ ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟଙ୍କ ଉଦ୍ଧାର ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବେ ଜୟଶଙ୍କର । ଏଥିସହ କିଭଳି ଆଉ କେଉଁ ପରିସ୍ଥିତିରେ ଯୁ୍ଦ୍ଧଗ୍ରସ୍ତ ୟୁ୍କ୍ରେନରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଗଲା ଏହା ଉପରେ ମଧ୍ୟ ତଥ୍ୟ ପ୍ରଦାନ କରାଯିବ ।

ସେହିପରି ଆସନ୍ତା ୧୪ ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ନିଜର ବିବୃତି ରଖିବା ସହ ଉଦ୍ଧାର ନେଇ ହୋଇଥିବା ପ୍ଲାନ ସମ୍ବନ୍ଧରେ ସଦନରେ କହିବେ । ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ଗତ ମାସ ଫେବୃଆରୀ ୨୪ ରେ 'ଅପରେସନ ଗଙ୍ଗା' ଆରମ୍ଭ କରିଥିଲେ । ଏହି ଉଦ୍ଧାର କାମକୁ ତଦାରଖ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଚାରି ଜଣିଆ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଗଠନ ହୋଇଥିଲା ।

ସେହିଭଳି ଚାରି କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ, ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜେନେରାଲ ଭିକେ ସିଂ ବିଭିନ୍ନ ଦେଶ ସୀମାରୁ ଭାରତୀୟ ନାଗରିକଙ୍କ ଉଦ୍ଧାର ଲାଗି ବିଦେଶ ଯାଇଥିଲେ । ଏହି ଚାରି କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଦେଶରେ ଉପସ୍ଥିତ ରହି ଯୁଦ୍ଧ ଭମିରୁ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ସହ ଦରକାର ପଡୁଥିବା ଆନୁସାଙ୍ଗିକ ସହାୟତା ପ୍ରଦାନ କରୁଥିଲେ । ତେବେ 'ଅପରେସନ ଗଙ୍ଗା' ଜରିଆରେ ୟୁକ୍ରେନରେ ଫସି ରହିଥିବା ପ୍ରାୟ ୨୦ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।

ଏତତବ୍ୟତୀତ୍‌ ଏହି ୨୦ ହଜାର ଭାରତୀୟଙ୍କୁ ଉଦ୍ଧାର ଲାଗି ୮୦ରୁ ଉର୍ଦ୍ଧ ସ୍ବତନ୍ତ୍ର ବିମାନ ନିୟୋଜିତ କରା ଯାଇଥିଲା । ଏଥିସହ ପଡୋଶୀ ଦେଶ ବାଲାଂଦେଶ ଏବଂ ନେପାଳର ନାଗରିକଙ୍କୁ ମଧ୍ୟ ଏହି ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ୟୁକ୍ରେନରେ ପଶ୍ଚିମ ସୀମାରୁ ବସ, ଟ୍ରେନ ସାହାଯ୍ୟରେ ୟୁକ୍ରେନର ପଡୋଶୀ ରାଷ୍ଟ୍ର ବୁକାରେଷ୍ଟ, ବୁଦାପେଷ୍ଟ, ସୁସେଆଭା ଏବଂ ୱାରସାରୁ ଉଦ୍ଧାର କରାଯାଇଥିଲା ।

ଅନ୍ୟପଟେ ଶେଷ ପର୍ଯ୍ୟାରେ ୬ ଶହ ଭାରତୀୟଙ୍କୁ ପୋଲଣ୍ଡ ସୀମା ଦେଇ ଭାରତକୁ ଅଣାଯାଇଛି । ଏମାନେ ସମସ୍ତେ ୟୁକ୍ରେନର ସୁମି ସହରରେ ଫସି ରହିଥିଲେ । ତେବେ ୨୦୨୨ର ଏହା ସବୁ ଠାରୁ ବଡ ଉଦ୍ଧାର କାର୍ଯ୍ୟ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇ ଥିବାବେଳେ ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି ଜରିଆରେ ବହୁ ଭାରତୀୟଙ୍କ ସମେତ ଆଫଗାନ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.