ଶ୍ରୀନଗର: ଜମ୍ମୁରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ଏହି ଅବସରରେ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଶକ୍ତିର ଆଦର କରିବାକୁ ପଡିବ । ସେବେଯାଇ ଦଳ ଲୋକସଭା ନିର୍ବାଚନରେ ୪୫୦ ଆସନ ଜିତିବାରେ ସକ୍ଷମ ହେବ । ଏହାସହିତ ସେ ଓ ତାଙ୍କ ପରିବାର କାଶ୍ମୀର ପଣ୍ଡିତ ବୋଲି କହିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ କହିଛନ୍ତି, ଯଦି କଂଗ୍ରେସକୁ ମଜବୁତ କରିବାକୁ ହେବ, ତାହେଲେ ଗୋଟିଏ କାମ କରିବା ଆବଶ୍ୟକ । ଆଉ ତାହା ହେଉଛି କାର୍ଯ୍ୟକର୍ତ୍ତାଙ୍କ ଶକ୍ତିର ଆଦର । ଯେଉଁଦିନ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ହୃଦୟରେ ଏହି କଥା ବସିଯିବ ଯେ ମୋ କଥା ଶୁଣାଯାଉଛି, ସେହିଦିନ କଂଗ୍ରେସ ୪୫୦ ଆସନ ନିଶ୍ଚିତ ଜିତିଯିବ ବୋଲି ରାହୁଲ ଜୋର ଦେଇ କହିଛନ୍ତି ।
କାଶ୍ମୀର ପଣ୍ଡିତଙ୍କୁ ନେଇ ନିଜ ସମ୍ବୋଧନରେ ବୟାନ ଦେଇଛନ୍ତି ରାହୁଲ । ସେ କହିଛନ୍ତି, ମୁଁ ମୋର ସମସ୍ତ କାଶ୍ମୀର ପଣ୍ଡିତଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଆପଣଙ୍କୁ ସାହାଯ୍ୟ କରି ଦେଖାଇବି । ଯେବେ ମୁଁ କିଛି କୁହେ, ସେବେ ମୁଁ ନୁହେଁ, ବରଂ କଂଗ୍ରେସର କାର୍ଯ୍ୟକର୍ତ୍ତା କୁହେ । ଆଜି ଯେବେ ମୁଁ କିଛି କାଶ୍ମୀର ପଣ୍ଡିତଙ୍କ ସହ ଭେଟିଲି, ସେବେ ସେମାନେ କହିଲେ ଯେ ବିଜେପି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏଯାଏଁ ସେମାନଙ୍କୁ କୌଣସି କ୍ଷତିପୂରଣ ମିଳିପାରିନାହିଁ ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ଯେ ଜମ୍ମୁ କାଶ୍ମୀରକୁ 'ରାଜ୍ୟ ମାନ୍ୟତା' ମିଳିବା ଉଚିତ୍। ଆପଣ କଂଗ୍ରେସର ପ୍ରତ୍ୟେକ ଧର୍ମରେ ଦେଖିବେ, ଯେଉଁଥିରେ କୁହାଯାଇଛି ଯେ 'ସତ୍ୟକୁ ଭୟ କର ନାହିଁ', କିନ୍ତୁ ବିଜେପି କଣ କରେ? ବିଜେପି ସତ୍ୟକୁ ଭୟ କରୁଛି । ଯେତେବେଳେ ମୁଁ ଜାମ୍ମୁ କାଶ୍ମୀରକୁ ଆସେ, ମୁଁ ଭାବୁଛି ଯେ ମୁଁ ଘରକୁ ଆସିଛି । ଆଜି ମଧ୍ୟ ମୁଁ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବା ପରେ ସମାନ କଥା ଅନୁଭବ କରୁଛି ଯେ 'ମୁଁ ଘରକୁ ଆସିଛି' । ସେ ଆହୁରି ମଧ୍ୟ କହିଛନ୍ତି, ଜାମ୍ମୁ କାଶ୍ମୀରର ମୋ ପରିବାର ସହିତ ଏକ ଦୀର୍ଘ ସମ୍ପର୍କ ଅଛି । ପ୍ରେମର ଏକ ସମ୍ପର୍କ ଅଛି ଯାହା ବହୁତ ପୁରୁଣା ।