ETV Bharat / bharat

ବିଏସପି କାଟିଲା ବାହୁବଳୀ ମୁଖତାର ଅନସାରୀଙ୍କ ଟିକେଟ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବହୁ ଜନସମାଜ ପାର୍ଟି (BSP) ମୁଖ୍ୟ ମାୟାବତୀଙ୍କ ବଡ ଘୋଷଣା । ଅଧିକ ପଢନ୍ତୁ...

ମାୟାବାତୀଙ୍କ ଷ୍ଟଣ୍ଟ;  କଟିଲା ବାହୁବଳୀ ମୁଖତାରଙ୍କ ଟିକେଟ

author img

By

Published : Sep 10, 2021, 6:57 PM IST

ଲକ୍ଷ୍ନୌ: ଆସନ୍ତାବର୍ଷ(୨୦୨୨) ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହେଲାଣି କସରତ । ନିର୍ବାଚନରେ ଆସନ ହାତେଇବା ସହ କ୍ଷମତା ଦଖଲ ପାଇଁ ଚାଲିଛି ରୋଡ ମ୍ୟାପ ପ୍ରସ୍ତୁତି । ଆଉ ଏନେଇ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ନିର୍ବାଚନ ପୂର୍ବରୁ ଆଜି ବହୁ ଜନସମାଜ ପାର୍ଟି (BSP) ମୁଖ୍ୟ ମାୟାବତୀ ବଡ ଘୋଷଣା କରି କହିଛନ୍ତି ଯେ ବର୍ତ୍ତମାନ ବିଏସପିର ବାହୁବଳୀ ନେତା ତଥା କୁଖ୍ୟାତ ଅପରାଧୀ ମୁଖତାର ଅନସାରୀଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି । ବିଧାନସଭା ନିର୍ବାଚନରେ ‘ମାଉ’ ଆସନରୁ ରାଜ୍ୟ ସଭାପତି ଭୀମ ରାଜଭର ନିର୍ବାଚନ ଲଢିବେ ।

ବିଏସପି ମୁଖ୍ୟ ମାୟାବତୀ ଆହୁରି କହିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ ଦଳ କୌଣସି ବାହୁବଳୀ ଓ ମାଫିଆଙ୍କୁ ଟିକେଟ ଦେବ ନାହିଁ । ଏହାକୁ ଦୃଷ୍ଟିରେ ରଖି ୟୁପି ନିର୍ବାଚନ ପାଇଁ ଦଳ ତରଫରୁ ଆଜମଗଡ ସଂସଦୀୟ କ୍ଷେତ୍ର ଅଧିନ ‘ମାଉ’ ବିଧାନସଭା ଆସନ ପାଇଁ ମୁଖତାର ଅନସାରୀଙ୍କ ବଦଳରେ ଭୀମ ରାଜଭରଙ୍କୁ ଛିଡା କରିବା ପାଇଁ ନିଷ୍ପତି ନେଇଛି ।

ଏହାକୁ ନେଇ ମାୟାବତୀ କହିଛନ୍ତି ଏହି ନିଷ୍ପତ୍ତି କେବଳ ଲୋକଙ୍କ ମାନଦଣ୍ଡ ଓ ଆଶା ପୂରଣ ପାଇଁ ନିଆଯାଇଛି । ଏଥିପାଇଁ ଦଳର ପ୍ରାର୍ଥୀ ଚୟନ ବେଳେ ସ୍ବତନ୍ତ୍ର ନଜର ରଖିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମାୟାବତୀ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଦଳ ସରକାରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କୌଣସି ଅସୁବିଧା ହେବନାହିଁ ।

କେବଳ ଏତିକି ନୁହେଁ କୁହାଯାଉଛି ଯେ ନିର୍ବାଚନ ପୂର୍ବରୁ ବିଏସପିରୁ ମୁଖତାରଙ୍କୁ ବାହାର କରିବାର ଏହା ପ୍ରଥମ ପଦକ୍ଷେପ । ମାୟାବତୀଙ୍କ ପାର୍ଟି ବର୍ତ୍ତମାନ ନିଜର ଆଭିମୁଖ୍ୟ ଏବଂ ଚେହେରା ବଦଳାଇ ନିଜକୁ ଏକ ଦୃଢ ବିକଳ୍ପ ଭାବରେ ଉପସ୍ଥାପନ କରି ମାଫିଆଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.