ETV Bharat / bharat

ବିଧାନସଭା କିମ୍ବା ସାଧାରଣ ନିର୍ବାଚନରେ ମେଣ୍ଟ ନୁହେଁ ଏକାକୀ ଲଢିବେ ମାୟାବତୀ

author img

By

Published : Jan 15, 2023, 7:49 PM IST

ବିଧାନସଭା କିମ୍ବା ସାଧାରଣ ନିର୍ବାଚନରେ ମେଣ୍ଟ ନୁହେଁ ଏକାକୀ ଲଢିବ ବହୁଜନ ସମାଜବାଦୀ ପାର୍ଟି । ନିଜ ଜନ୍ମଦିନରେ ସଙ୍କେତ ଦେଲେ ପାର୍ଟି ସୁପ୍ରିମୋ ମାୟାବତୀ । କହିଲେ ବହୁଜନ ସାମାଜବାଦୀ ପାର୍ଟିର ବିଚାରଧାରା ଭିନ୍ନ । ଅଧିକ ପଢନ୍ତୁ

ଏକାକୀ ଲଢିବେ ମାୟାବତୀ
ଏକାକୀ ଲଢିବେ ମାୟାବତୀ

ଲକ୍ଷ୍ନୌ : ଆସନ୍ତା ବିଧାନସଭା ଓ 2024 ସାଧାରଣ ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ 2024 ସାଧାରଣ ନିର୍ବାଚନରେ ଦଳ ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ । ଆଜି ଏନେଇ ଦଳ ସୁପ୍ରିମୋ ମାୟାବତୀ ସ୍ପଷ୍ଟ ଘୋଷଣା କରିଛନ୍ତି ।

ଆଜି ମାୟାବତୀ ନିଜର 67ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଶୁଭେଚ୍ଛୁ ଓ ସମର୍ଥକଙ୍କୁ ସେ ଧନ୍ୟବାଦ ଦେବା ପାଇଁ ଏକ ପ୍ରେସମିଟ୍‌ର ଆୟୋଜନ ମଧ୍ୟ କରିଥିଲେ । ଏଥିରେ ତାଙ୍କ ଦଳର ଆଗାମୀ ରାଜନୈତିକ ରଣନୀତି ସମ୍ପର୍କରେ ସେ ଏପରି ସୂଚନା ରଖିଛନ୍ତି । ଗୋଟିଏ ପଟେ 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଧିକ ବିଜେପି ବିରୋଧୀ ଦଳ ତୃତୀୟ ମେଣ୍ଟ ଗଠନ ପ୍ରୟାସର ମେଳି ବାନ୍ଧିବାରେ ଲାଗିଥିବା ବେଳେ ମାୟାବତୀଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ମୋଦି ବିରୋଧୀ ମହାମଞ୍ଚରେ ମାୟାବତୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ସମ୍ପୂର୍ଣ୍ଣ ଭିନ୍ନ ଇଙ୍ଗୀତ ଦେଇଛନ୍ତି ମାୟାବତୀ । ରାଜ୍ୟ ବିଧାନସଭା ଓ 2024 ସାଧାରଣ ନିର୍ବାଚନରେ କୌଣସି ଦଳ ନୁହେଁ ବରଂ ତାଙ୍କ ଦଳ ବହୁଜନ ସମାଜବାଦୀ ପାର୍ଟି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ସେ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ଜାରି ରହିଥିବା ମିଳିତ ବିରୋଧୀ ମଞ୍ଚକୁ ନେଇ ମଧ୍ୟ ପରୋକ୍ଷ ଇଙ୍ଗୀତ ଦେବା ସହ ଏଥିରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି । ମାୟାବତୀ କହିଛନ୍ତି, କଂଗ୍ରେସ ସମେତ ଅନ୍ୟ କିଛି ଦଳ ତାଙ୍କ ବହୁଜନ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଅନ୍ୟ ରାଜନୈତିକ ଦଳ ଓ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ଆଦର୍ଶବାଦର ପାର୍ଥକ୍ୟ ରହିଛି ।

ମାୟାବତୀ ତାଙ୍କ ସରକାର କାର୍ଯ୍ୟକାଳର ସଫଳତାକୁ ନେଇ ଅନ୍ୟ ଦଳକୁ ମଧ୍ୟ ସମାଲୋଚନା କରିଛନ୍ତି । ମାୟାବତୀ କହିଛନ୍ତି, "BSP ରାଜ୍ୟରେ(ଉତ୍ତର ପ୍ରଦେଶ)ରେ ଚାରିଥର ସରକାର ଗଠନ କରିଛି । ଶାସନରେ ଥିବା ବେଳେ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ଏକାଧିକ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି । ସମାଜର ସମସ୍ତ ବର୍ଗର ଉତ୍ଥାନ ପାଇଁ ପ୍ରୟାସ କରାଯାଇଛି । ଏହି ସମୟରେ ସମସ୍ତ ଦଳ ଭିତିରି ବୁଝାମଣା କରି BSPକୁ ରୋକିବାକୁ ପ୍ରୟାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.