ETV Bharat / bharat

New Parliament Inauguration: କେନ୍ଦ୍ର ସରକାରଙ୍କୁ ମାୟାବତୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି । ଏନେଇ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

author img

By

Published : May 28, 2023, 10:46 PM IST

Updated : May 29, 2023, 6:21 AM IST

Etv Bharat
Etv Bharat

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି (BSP)ର ସୁପ୍ରିମୋ ମାୟାବତୀ ନୂଆ ସଂସଦ ଭବନ ନେଇ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଭାରତବାସୀଙ୍କ ହିତ ଉଦ୍ଦେଶ୍ୟରେ ବ୍ୟବହୃତ ହେବା ଉଚିତ ବୋଲି ସେ କହିଛନ୍ତି । ମାୟାବତୀଙ୍କୁ ଏହି ଉଦଘାଟନୀ ଉତ୍ସବରେ ସାମିଲ ହେବା ଲାଗି ନିମନ୍ତ୍ରଣ ପତ୍ର ପଠାଯାଇଥିବା ବେଳେ ସେ ଅନ୍ୟ କାର୍ଯ୍ୟ ଲାଗି ଏଥିରେ ଯୋଗ ଦେଇପାରିନଥିଲେ । ମାତ୍ର ନୂଆ ସଂସଦ ଭବନର ଉଦଘାଟନ ପରେ ସେ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • नये संसद भवन के आज किये गये उद्घाटन के लिए केन्द्र को शुभकामनायें। इस नए संसद भवन का परमपूज्य बाबा साहेब डा. भीमराव अम्बेडकर की मानवतावादी सोच तथा उनके बनाये गये पवित्र संविधान की नेक मंशा के हिसाब से देश व जनहित में सही व भरपूर इस्तेमाल हो, यह उचित होगा।

    — Mayawati (@Mayawati) May 28, 2023 " class="align-text-top noRightClick twitterSection" data=" ">

ଏନେଇ ସେ ଏକ ଟ୍ବିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, "ନୂଆ ସଂସଦ ଭବନର ଉଦଘାଟନ ଲାଗି କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା । ଏହି ଭବନକୁ ଦେଶବାସୀଙ୍କ ହିତ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉ । ଆଇନ ପ୍ରଣେତା ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ମାନବିକ ଚିନ୍ତାଧାରା ତଥା ତାଙ୍କ ଦ୍ବାରା ପ୍ରସ୍ତୁତ ପବିତ୍ର ସମ୍ବିଧାନ ପ୍ରଣୟନ କରିଥିଲେ । ତେବେ ଏହାର ଉତ୍ତମ ଉଦ୍ଦେଶ୍ୟ ଅନୁଯାୟୀ ଏହି ନୂତନ କୋଠା ଦେଶ ତଥା ଏହାର ଲୋକଙ୍କ ସ୍ବାର୍ଥରେ ବ୍ୟବହାର କରାଯିବା ଉଚିତ ।"

ଏହା ବି ପଢନ୍ତୁ- New Parliament: ‘ବଢିବ ସଂସଦୀୟ ଆସନ, ନୂଆ ସଂସଦ ସମୟର ଆହ୍ବାନ ଥିଲା ’

ଏହି ଉତ୍ସବରେ ଯୋଗ ଦେବା ଲାଗି ମାୟାବତୀ ନିମନ୍ତ୍ରିତ ହୋଇଥିଲେ । ମାତ୍ର ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ଗତ 25 ତାରିଖରେ ନୂଆ ସଂସଦ ଭବନକୁ ନେଇ ବିରୋଧୀ ଦଳର ଆଭିମୁଖ୍ୟକୁ ନିନ୍ଦା କରିଥିଲେ ମାୟାବତୀ । ରାଜନୀତିରୁ ଊର୍ଦ୍ଧ୍ବରେ ରହି ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନର ଉଦଘାଟନୀ କାର୍ଯ୍ୟକ୍ରମକୁ ବୟକଟ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ। ଏହାସହିତ ସେ ଉଦଘାଟନୀ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ ।

ସୂଚନା ଥାଉ କି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଥଲେ । ମାତ୍ର ବିରୋଧୀମାନେ ରାଷ୍ଟ୍ରପତିଙ୍କୁ କରକମଳରେ ଏହାର ଉଦଘାଟନ ହେଉ ବୋଲି ଦାବି କରୁଥିଲେ । ଏହାସହିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଏହା ତାଙ୍କ ପ୍ରତି ଅପମାନ ବୋଲି କହି ବିରୋଧୀମାନେ ଉଦଘାଟନୀ ସମାରୋହକୁ ବୟକଟ କରିଥିଲେ। ପ୍ରାୟ 19ଟି ବିରୋଧୀ ଦଳ ମଧ୍ୟରେ କଂଗ୍ରେସ, ଟିଏମସି, ଏସପି, ଆପ୍‌ ଆଦି ଦଳ ରହିଛି। ବିରୋଧୀମାନେ ଏହା ମଧ୍ୟ କହିଥିଲେ ଯେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ନିଜ କ୍ଷମତା ବଳରେ ଗଣତନ୍ତ୍ରର ହତ୍ୟା କରୁଛନ୍ତି । ଏଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କୌଣସି ମୂଲ୍ୟ ନାହିଁ ।

Last Updated : May 29, 2023, 6:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.